Police Encounter / ଯୋଗୀ ରାଜ୍ୟରେ ଅପରାଧୀଙ୍କ ଅନ୍ତ: ଅପରାଧ କରି ବଞ୍ଚି ପାରିଲାନି ଅସଦ

Key Points
ଏବେ ଅସଦକୁ ଗୋଡ଼ାଇ ଗୋଡ଼ାଇ ଏନ୍କାଉଣ୍ଟର କରି ମାରିଲା ପୋଲିସ ।
ଯୋଗୀ ରାଜ୍ୟରେ ଅପରାଧୀ ମାନଙ୍କୁ କ୍ଷମା ନାହିଁ । ଏବେ ସିଦ୍ଧା ଏନ୍କାଉଣ୍ଟ ।
ଯୋଗୀଙ୍କ ରାଜ୍ୟ ଯିଏ ଅନ୍ୟାୟ କରିବ ସେ ନିଶ୍ଚିତ ଦଣ୍ଡ ପାଇବ ।
ବକ୍ରିଇଦ୍ରେ ହିନ୍ଦୁ ଯୁବକଙ୍କୁ ଛୁରିଭୁସି ମାରିଥିଲା...ଏବେ ଅସଦକୁ ଗୋଡ଼ାଇ ଗୋଡ଼ାଇ ଏନ୍କାଉଣ୍ଟର କରି ମାରିଲା ପୋଲିସ । ଯୋଗୀ ରାଜ୍ୟରେ ଅପରାଧୀ ମାନଙ୍କୁ କ୍ଷମା ନାହିଁ । ଏବେ ସିଦ୍ଧା ଏନ୍କାଉଣ୍ଟ । ଯୋଗୀଙ୍କ ରାଜ୍ୟ ଯିଏ ଅନ୍ୟାୟ କରିବ ସେ ନିଶ୍ଚିତ ଦଣ୍ଡ ପାଇବ । ଯେମିତି ଏବେ ଅସଦକୁ ଏନ୍କାଉଣ୍ଟର କରି ମାରିଛି ପୋଲିସ।
ବକ୍ରିଇଦ୍ରେ ଜଣେ ହିନ୍ଦୁ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରିଥିଲା । କହିଥିଲା ମୋର କେହି କିଛି କରିପାରିବେ ନାହିଁ । ହତ୍ୟା କରି ଖୁଲାମଖୁଲା ବୁଲୁଥିଲା । କିନ୍ତୁ ସେ ଜାଣି ନଥିଲା ସେ ଯୋଗୀଙ୍କ ରାଜ୍ୟରେ ଅନ୍ୟାୟ କରିଛି । ଯେଉଁଠାରେ ଅପରାଧୀଙ୍କୁ କ୍ଷମା ନଥାଏ । ଆଉ ଠିକ୍ ସେମିତି ହିଁ ହେଲା । ଅସଦକୁ ଏନ୍କାଉଣ୍ଟର କରି ମାରିଦେଲା ପୋଲିସ୍ । ମୁଜାଫରନଗର, ଫିରୋଜାବାଦ ଏବଂ ଉନାଓରେ ପୋଲିସ ଦେଖାଇଛି ତାର ଆକ୍ସନ । ଅପରାଧୀ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କରୁଛି ଏନ୍କାଉଣ୍ଟର ।
ଏନ୍କାଉଣ୍ଟର ହୋଇଥିବା ଅପରାଧୀ ଅସଦ । ଏହି ସ୍ଥାନରେ ଅସଦକୁ ଏନକାଉଣ୍ଟର କରାଯାଇଛି । ପୋଲିସ ଚାରିପଟରୁ ଘେରିଯାଇ ଏନ୍କାଉଣ୍ଟର କରି ନିହତ କରିଛି । ଏହି ଗାଡ଼ିରେ ଅସଦ ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରିଥିଲା । ଏ ହେଉଛି ସେହି ବନ୍ଧୁକ ଯେଉଁଥିରେ ପୋଲିସ ଉପରକୁ ଆକ୍ରମଣ କରିଥିଲା ଅସଦ । ଯାହାପରେ ଗୋଡ଼ାଇ ଗୋଡ଼ାଇ ଏନ୍କାଉଣ୍ଟର କରିଛି ଉତ୍ତରପ୍ରଦେଶ ପୋଲିସ ।
ଯଦି ଦେଖିବା ବକ୍ରିଇଦ୍ରେ ଭତ୍ତରପ୍ରଦେଶର ଖୋଦା ଥାନା ଅଞ୍ଚଳରେ ସୂର୍ଯ୍ୟ ଚୌହାନଙ୍କୁ ଛୁରି ଭୁସି ହତ୍ୟା କରିଥିଲା ଅସଦ। ଯାହାପରେ ପୁରା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଉତ୍ତେଜନା । ଅଭିଯୋଗ ମୁତାବକ ୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ଯାହାପରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଅସଦ ଫେରା ହୋଇଯାଇଥିଲା ।
ତେବେ ପୋଲିସ ସୂଚନା ପାଇଥିଲା କି ଅସଦ ଥାନାପୁରା ଅଞ୍ଚଳରେ କିଛି ବ୍ୟକ୍ତିଙ୍କ ସହ ଦେଖା ହେବାକୁ ଆସୁଛି । ସେଠାରୁ ଟଙ୍କା ନେଇ ସେ ଫେରାର ହେବା ଚକ୍କରରେ ଥିଲା । ଆଉ ଏମିତି ଖବର ପାଇ ପୋଲିସ ଅସଦକୁ ଧରିବା ପାଇଁ ଯାଇଥିଲା। ଯାହାଙ୍କୁ ଦେଖି ଖସିଯିବାକୁ ଚେଷ୍ଟା କରିଥିଲା ଅସଦ । ପୋଲି ଉପରକୁ କରିଥିଲା ଗୁଳିମାଡ଼ । ଯାହାପରେ ପୋଲିସ ପାଲଟା ଗୁଳିଚାଳଣା କରି କରିଥିଲା ଏନ୍କାଉଣ୍ଟର । ଯେଉଁଥିରେ ଅସଦର ମୃତ୍ୟୁ ହୋଇ ଯାଇଛି ।
ସେପଟେ ଯଦି ଦେଖିବା ଉତ୍ତରପ୍ରଦେଶ ସରକାର ଏବଂ ପୋଲିସ ପ୍ରଶାସନ ଲଗାତାର ଅପରାଧୀ ଏବଂ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତ । ଆକ୍ସନରେ ଏବେ ୟୁପି ପୋଲିସ୍ । ଅପରାଧୀ ମାନଙ୍କ ପାଇଁ କେବଳ ଗୋଟିଏ ଦଣ୍ଡ ଏନ୍କାଉଣ୍ଟର । ସକାଳେ ଅପରାଧ କଲେ ରାତିରେ ହୋଇ ଯାଉଛି ଏନ୍କାଉଣ୍ଟର । ଯାହାକୁ ନେଇ ଏନେ ଛତ୍ରଭଙ୍ଗ ଦେଲେଣି ଅପରାଧୀ । ଉତ୍ତରପ୍ରଦେଶରେ ଏବେ ଅପରାଧୀ ଅପରାଧ ଘଟାଇବାକୁ ଭୟ କଲେଣି ।
📱 Get Argus News App
✨Related Topics
Explore more stories