Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୁମ୍ଭମେଳାରେ ଅଘଟଣ ପରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି

National

କୁମ୍ଭମେଳାରେ ଅଘଟଣ ପରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି

Ritu Das
Browse all articles by Ritu Das
·1 year ago·2 min read
କୁମ୍ଭମେଳାରେ ଅଘଟଣ ପରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ମୌନୀ ଅମାବାସ୍ୟା ଅମୃତ ସ୍ନାନ ବେଳେ ଅଘଟଣ ପରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି। ଅନେକ ନିୟମ କଡ଼ାକଡ଼ି ଲାଗୁ ପାଇଁ ଜାରି ହୋଇଛି ନିର୍ଦ୍ଦେଶାବଳୀ। ମେଳା ଅଞ୍ଚଳକୁ ଯାନବାହନ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଯାହା ଯୋଗୁଁ କୌଣସି ପ୍ରକାରର ଯାନବାହନ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। VVIP ପାସ୍ ଏବଂ ଟ୍ରାଫିକ ନିୟମରେ ବି ପରିବର୍ତ୍ତନ କରାଯାଇଛି। ଶ୍ରଦ୍ଧାଳୁମାନେ ୨ଟି ରୁଟ୍ ପରିବର୍ତ୍ତେ ଗୋଟିଏ ରୁଟରେ ମେଳାକୁ ଯାଇପାରିବେ। ପ୍ରୟାଗରାଜରୁ ଫେରିବା ରାସ୍ତାଗୁଡ଼ିକୁ ବାଧାମୁକ୍ତ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଫେବ୍ରୁଆରୀ ୪ ଯାଏଁ ପ୍ରୟାଗରାଜ ସହର ଭିତରକୁ ଗୋଟିଏ ବି ୪ ଚକିଆ ଗାଡି ପ୍ରବେଶ କରିପାରିବନି। ଏନେଇ ସମ୍ପୂର୍ଣ୍ଣ ନିଷେଧାଦେଷ ଲାଗୁ ହୋଇଛି। ମେଳା ପରିସରରେ ଅନାବଶ୍ୟକ ଜାମ ଓ ହଲ୍ଟ ଯେପରି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ରହିଛି କଡ଼ା ନିର୍ଦ୍ଦେଶ।


ସେହିପରି ଟ୍ରାଫିକ ଜାମ ହଟାଇବାକୁ ରାସ୍ତାକଡ଼ରେ ବସୁଥିବା ଦୋକାନୀଙ୍କୁ ହଟାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ଆଗାମୀ ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ପ୍ରୟାଗରାଜକୁ ଲାଗିଥିବା ଅଯୋଧ୍ୟା, ବାରାଣସୀ, ଚିତ୍ରକୁଟ୍ ଓ ମିର୍ଜାପୁର ଦେଇ ବହୁ ଶ୍ରଦ୍ଧାଳୁ ଆସିବେ। ଏଥିପାଇଁ ସୀମାନ୍ତରେ ଟ୍ରାଫିକ ବ୍ୟବସ୍ଥା ଓ ପାଟ୍ରୋଲିଂ ଉପରେ ଧ୍ୟାନ ଦେବାକୁ ରହିଛି ନିର୍ଦ୍ଦେଶ। ଆଗାମୀ ବସନ୍ତ ପଞ୍ଚମୀରେ ଅମୃତ ସ୍ନାନକୁ ସୂଚାରୁ ରୂପେ କରିବା ପୋଲିସ ପ୍ରଶାସନ ଆଗରେ ବଡ଼ ଚ୍ୟାଲେଞ୍ଜ। ଦଳାଚକଟା ପରିସ୍ଥିତି ସହ ଭିଡ଼ ଭିତରେ ଅନେକ ଲୋକ ନିଜ ସମ୍ପର୍କୀୟଙ୍କଠାରୁ ଅଲଗା ହୋଇ ହଜି ଯାଇଛନ୍ତି। କୁମ୍ଭରେ ହଜି ଯାଇଥିବା ଲୋକଙ୍କୁ ଖୋଜିବା ଓ ଗୁରୁତରଙ୍କ ସୂଚନା ପାଇଁ ୟୁପି ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ହେଲପଲାଇନ ନମ୍ବର ୧୯୨୦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରୟାଗରାଜ ମେଳା ପ୍ରାଧିକରଣ ପକ୍ଷରୁ ମଧ୍ୟ 2ଟି ହେଲପଲାଇନ୍ ନମ୍ବର ୦୫୩୨-୨୫୦୪୦୧୧ ଓ ୦୫୩୨-୨୫୦୦୭୭୫ ନମ୍ବର ଜାରି କରାଯାଇଛି। ଦଳାଚକଟା ଘଟଣାର ଯାଞ୍ଚ ଶୀଘ୍ର ସରିବ ବୋଲି କହିଛନ୍ତି ବିଚାରବିଭାଗୀୟ କମିଟିର ଅଧ୍ୟକ୍ଷ ରିଟାୟାର୍ଡ ଜଜ୍ ଜଷ୍ଟିସ ହର୍ଷ କୁମାର। ଶୁକ୍ରବାର ସକାଳେ କମିଟି ଘଟଣାସ୍ଥଳକୁ ଯିବ। ଏପଟେ କୁମ୍ଭମେଳା ଅଘଟଣ ପରେ ଓଡ଼ିଶା ସରକାର ବି ନେଇଛନ୍ତି କେତେକ ବଡ଼ ନିଷ୍ପତ୍ତି। ଆସନ୍ତା 4 ତାରିଖ ଯାଏଁ କୁମ୍ଭମେଳାକୁ ସ୍ବତନ୍ତ୍ର ବସ୍ ବାତିଲ କରାଯାଇଛି । ଅଗ୍ରୀମ ଟିକେଟ୍ କରିଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରାଯିବ। ଏଥିପାଇଁ ସ୍ବତନ୍ତ୍ର ହେଲପଲାଇନ୍ ନମ୍ବର ଜାରି କରାଯାଇଛି।

Sponsored
Yogi government's big decision after the incident at Kumbh Mela | Argus News