Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜଳବାୟୁ ପରିବର୍ତ୍ତନକୁ ନେଇ ହେବାକୁ ଥିବା ବିପଦ ସମ୍ପର୍କରେ ସଚେତନ କଲେ ଯୋଗୀ

National

ଜଳବାୟୁ ପରିବର୍ତ୍ତନକୁ ନେଇ ହେବାକୁ ଥିବା ବିପଦ ସମ୍ପର୍କରେ ସଚେତନ କଲେ ଯୋଗୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଜଳବାୟୁ ପରିବର୍ତ୍ତନକୁ ନେଇ ହେବାକୁ ଥିବା ବିପଦ ସମ୍ପର୍କରେ ସଚେତନ କଲେ ଯୋଗୀ

ପ୍ରଳୟର ପ୍ରତୀକ୍ଷା କରନାହିଁ । ଏବେଠୁ ପୃଥ୍ବୀବୀକୁ ସବୁଜ ରଖିବାକୁ ପ୍ରୟାସ କର । କୁମ୍ଭ ମଧ୍ୟ ଏହି ସନ୍ଦେଶ ଦେଇଥାଏ। କୁମ୍ଭର ଆସ୍ଥା ଏବଂ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର ଉଦଘାଟନ ପରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ଜଳବାୟୁ ପରିବର୍ତ୍ତନକୁ ନେଇ ହେବାକୁ ଥିବା ବିପଦ ସମ୍ପର୍କରେ ଚର୍ଚ୍ଚା କରିଥିଲେ। ଏଥିସହ ପରିବେଶ ସୁରକ୍ଷା ନେଇ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସହ ଜନଭାଗିଦାରୀକୁ ଗୁରୁତ୍ବ ଦେଇଥିଲେ। ଏଥିସହ ନଦୀ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଥିବା କହିଥିଲେ ଯୋଗୀ ।

ଉତ୍ତରପ୍ରଦେଶରେ ଯୋଗୀ ସରକାର ଗତ ୮ ବର୍ଷରେ ୨୧୦ କୋଟି ବୃକ୍ଷରୋପଣ କରିଛନ୍ତି। ଥରେ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ୍ ଉପରେ ଲାଗିଛି କଟକଣା । ଡିଜେଲ୍ ବସ ବଦଳରେ ଇଲେକ୍ଟ୍ରିକ୍ ବସ୍ ଚାଲୁଛି। ଏକାଧିକ ନଦୀକୁ ପୁନର୍ଜୀବିତ କରାଯାଇଛି । ସଙ୍ଗମ ସ୍ଥଳକୁ ସଂପ୍ରସାରିତ କରାଯାଇଥିବା ବେଳେ ଏଠାରେ ସର୍ବଦା ୧୦ରୁ ୧୧ ହଜାର କ୍ୟୁସେକ୍ ଜଳ ଯେମିତି ପ୍ରବାହିତ ହେବ ତାହା ସୁନିଶ୍ଚିତ କରାଯାଇଥିବା କହିଛନ୍ତି ଯୋଗୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Yogi warned about the dangers of climate change | Argus News