Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀନାଥଙ୍କ ପୂଜା କରିବା ସହ ଲୋକ କଲ୍ୟାଣ ପାଇଁ ପ୍ରାର୍ଥନା କଲେ ଯୋଗୀ

National

ଶ୍ରୀନାଥଙ୍କ ପୂଜା କରିବା ସହ ଲୋକ କଲ୍ୟାଣ ପାଇଁ ପ୍ରାର୍ଥନା କଲେ ଯୋଗୀ

Banajyotshna Ray
Browse all articles by Banajyotshna Ray
·1 year ago
ଶ୍ରୀନାଥଙ୍କ ପୂଜା କରିବା ସହ ଲୋକ କଲ୍ୟାଣ ପାଇଁ ପ୍ରାର୍ଥନା କଲେ ଯୋଗୀ

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶର ଗୋରଖନାଥ ପୀଠରେ ଆଜି ଦଣ୍ଡାଧିକାରୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ସେ ଶ୍ରୀନାଥଙ୍କ ପୂଜା କରିବା ସହ ଲୋକ କଲ୍ୟାଣ ପାଇଁ କରିଛନ୍ତି ପ୍ରାର୍ଥନା । ନାଗପଥ ପରମ୍ପରା ଅନୁସାରେ ଗୋରଖପୀଠଧିଶ୍ବରଙ୍କ ବିଶେଷ ପରିଧାନ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀନାଥଙ୍କ ବିଶେଷ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ଗୋରଖନାଥ ମନ୍ଦିରରେ ପ୍ରତିଷ୍ଠିତ ସମସ୍ତ ଦେବଦେବୀ ଓ ବିଗ୍ରହଙ୍କ ବିଶେଷ ପୂଜା କରିଥିଲେ ।   ବିଜୟାଦଶମୀରେ ସକାଳେ ମନ୍ଦିରରେ ଥିବା ଶକ୍ତିପୀଠରେ ମାଆ ଜଗତଜନନୀଙ୍କ ପୂଜା କରିଥିଲେ। ଏହାପରେ ଗୋରଖନାଥ ମନ୍ଦିରର ଗର୍ଭଗୃହରେ ମହାଯୋଗୀ ଗୋରଖନାଥଙ୍କର ପୂଜା କରିଥିଲେ। ଗୁରୁ ଗୋରଖନାଥଙ୍କ ଆଳତୀ କରିଥିଲେ। ରାଜ୍ୟବାସୀଙ୍କ ଲାଗି ସୁଖ ସମୃଦ୍ଧି କାମନା କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yogi worshiped Shrinath and prayed for the welfare of the people | Argus News