Videos
|
National

ଏହି ଟ୍ରେନରେ ବିନା ଟିକେଟରେ ଆପଣ କରିପାରିବେ ଯାତ୍ରା

Ritu Das
Browse all articles by Ritu Das
·2 years ago·2 min read
ଏହି ଟ୍ରେନରେ ବିନା ଟିକେଟରେ ଆପଣ କରିପାରିବେ ଯାତ୍ରା

ଅର୍ଗସ ବ୍ୟୁରୋ: ଟ୍ରେନରେ ଯାତ୍ରା କରିବାକୁ ସମସ୍ତଙ୍କୁ ଭଲ ଲାଗେ କାରଣ ନିଜ ପରିବାର କିମ୍ବା ଫ୍ରେଣ୍ଡସ ମାନଙ୍କ ସହିତ ସମୟ ସ୍ବରଣୀୟ ହୋଇଥାଏ। ତେବେ ଭାରତରେ ଟ୍ରେନରେ ଯାତ୍ରା କରିବା ପାଇଁ ଏକ ବୈଧ ଟିକେଟ ଥିବା ନିହାତି ଦରକାର। ବିନା ଟିକେଟରେ ଯାତ୍ରା କରିବା ଏକ ଆଇନଗତ ଅପରାଧ। କିନ୍ତୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ଏଭଳି ଟ୍ରେନ୍ ଚାଲୁଛି, ଯେଉଁଥିରେ ଟିକେଟ୍ କିଣିବାର ଆବଶ୍ୟକତା ନାହିଁ। ତେବେ ଆପଣଙ୍କ ମନରେ ଏହି ଟ୍ରେନକୁ ନେଇ ନାନା ପ୍ରଶ୍ନ ନିଶ୍ଚିତ ଉଙ୍କି ମାରୁଥିବ। ଚାଲନ୍ତୁ ଜାଣିବା। 

ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ସୀମାରେ ଭାକ୍ରା ଏବଂ ନାଙ୍ଗଲ ମଧ୍ୟରେ ଏକ ଟ୍ରେନ୍ ଚଳାଚଳ କରେ। ଏହି ଟ୍ରେନରେ ବସିଯାଆନ୍ତୁ ଆଉ ଶିବାଲିକର ପାହାଡ଼ ମଝିରେ ନିଜକୁ ହଜାଇଦିଅନ୍ତୁ ମାନେ ପାହାଡ଼ରେ ଯାତ୍ରା କରନ୍ତୁ।  ନା ଟ୍ରେନରେ ଟିଟି ଟିକେଟ୍ ଯାଞ୍ଚ କରିବାକୁ ଆସିବେ ନା ଷ୍ଟେସନରେ ଓହ୍ଲାଇଲା ବେଳକୁ ଆପଣଙ୍କୁ କିଏ ଟିକେଟ ମାଗିବ। ବିନା ଟିକେଟରେ ଆପଣ ମାଗଣା ଯାତ୍ରା କରିପାରିବେ।  ତେବେ ଏହି ଟ୍ରେନର ନାମ ହେଉଛି ଭକ୍ରା-ନାଙ୍ଗଲ ଟ୍ରେନ୍। 
ଏହି ଯାତ୍ରାର ଦୂରତା ପ୍ରାୟ 13 କିଲୋମିଟର। ପ୍ରାୟ 75 ବର୍ଷ ଧରି ଏହି ଟ୍ରେନରେ ଲୋକେ ମାଗଣାରେ ଯାତ୍ରା କରୁଛନ୍ତି। ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଟ୍ରେନର ମାଲିକାନା ରେଲଓ୍ବେ ନୁହେଁ ବରଂ ଭାକ୍ରା ମ୍ୟାନେଜମେଣ୍ଟ ବୋର୍ଡ ବୁଝୁଛି। ଏହି ଟ୍ରେନ୍ ଡ୍ୟାମର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଡ୍ୟାମ ପର୍ଯ୍ୟନ୍ତ ନେବା ଆଣିବା କରିଥାଏ।  କିନ୍ତୁ ସାଧାରଣ ଲୋକ ମଧ୍ୟ ଏହି ଟ୍ରେନରେ ମାଗଣାରେ ଯାତ୍ରା କରିପାରିବେ।

ଏହି ଟ୍ରେନ୍ ଶିବଲିକ୍ ପାହାଡରେ 13 କିଲୋମିଟର ଯାତ୍ରା ଅତ୍ୟନ୍ତ ମନୋରମ। ଏହି ରାସ୍ତାଟି ବହୁତ ସୁନ୍ଦର। ସତଲୁଜ ନଦୀର ଦୃଶ୍ୟ ମଧ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ।  ଏହି ନଦୀର ଦୃଶ୍ୟକୁ ଉପଭୋଗ କରିବାକୁ ବହୁ ଲୋକ ଏହି ଟ୍ରେନରେ ଚଢ଼ିଥାନ୍ତି। ଏହି ଟ୍ରେନର ଯାତ୍ରାକୁ ନେଇ ବଲିଉଡରେ ବହୁ ମୁଭି ହୋଇଛି। ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଫିଲ୍ମ `ଚଲତା ପୁରାଜା' ରେ ଏହି ଟ୍ରେନର ଝଲକ ଆପଣ ନିଶ୍ଚିତ ଦେଖିଥିବେ। 
ତେବେ ଏହି ଟ୍ରେନ୍ 1948 ମସିହାରୁ ଚାଲୁଛି

ଭାକ୍ରା-ନାଙ୍ଗଲ ଡ୍ୟାମ୍ ଦୁନିଆର ସର୍ବୋଚ୍ଚ ସିଧା ବନ୍ଧ ଭାବେ ଜଣାଶୁଣା। ଏହି କାରଣରୁ ପର୍ଯ୍ୟଟକମାନେ ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି | 1948 ମସିହାରେ, ଭକ୍ରା-ନାଙ୍ଗଲ ରେଳ ସେବା ଆରମ୍ଭ ହୋଇଥିଲା।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ଟ୍ରେନର କୋଚ୍ ମଧ୍ୟ ବହୁତ ସ୍ୱତନ୍ତ୍ର। ଏହାର କୋଚ କରାଚିରେ ନିର୍ମିତ ହୋଇଥିଲା। ପ୍ରଥମେ ପ୍ରଥମେ ବାଷ୍ପୀୟ ଇଞ୍ଜିନ ଦ୍ବାରା ଏହି ଟ୍ରେନ ଚାଳିତ ହେଉଥିଲା। ପରେ 1953 ମସିହାରେ ଆମେରିକାରୁ ଆମଦାନୀ ହୋଇଥିବା ତିନୋଟି ଆଧୁନିକ ଇଞ୍ଜିନ ଦ୍ୱାରା ସେମାନଙ୍କୁ ସ୍ଥାନିତ କରାଯାଇଥିଲା। ସେବେଠାରୁ ଭାରତୀୟ ରେଳ ଇଞ୍ଜିନର 5 variant  ଲଞ୍ଚ କରିଛି। କିନ୍ତୁ ଏହି ଟ୍ରେନରେ ଏଯାଏ 60 ବର୍ଷ ପୁରୁଣା ଇଞ୍ଜିନ ବ୍ୟବହାର ହେଉଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

You can travel on this | Argus News