Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Donald Trump / ବଦଳିଲା ସ୍ୱର, ନେଲେ ୟୁଟର୍ଣ୍ଣ ! କହିଲେ ଟ୍ୟାଲେଣ୍ଟର ରହିଛି ଅଭାବ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ବଦଳିଲା ସ୍ୱର, ନେଲେ ୟୁଟର୍ଣ୍ଣ ! କହିଲେ ଟ୍ୟାଲେଣ୍ଟର ରହିଛି ଅଭାବ...

Key Points

ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ପରେ ଅନୁମାନ କରାଯାଉଛି, ଆମେରିକା ପ୍ରଶାସନ H-1B ଭିସା ସମ୍ବନ୍ଧୀୟ ନିୟମଗୁଡ଼ିକୁ ପୁଣି ଥରେ ସଂଶୋଧନ କରାଯାଇପାରେ।

H1-B ଭିସାକୁ ନେଇ ବଦଳିଲା ଟ୍ରମ୍ପଙ୍କ ସ୍ବର । କହିଲେ ଆମେରିକାକୁ ଟାଲେଣ୍ଟର ଆବଶ୍ୟକତା ରହିଛି । ନିକଟରେ ଫକ୍ସ ନ୍ୟୁଜ୍‌ରେ ଏକ ସାକ୍ଷାତକାରରେ ଟ୍ରମ୍ପ୍ ଏହି ମତ ରଖିଛନ୍ତି । H-1B ଭିସା ଆମେରିକୀୟ ଶ୍ରମିକମାନଙ୍କ ଚାକିରିକୁ ପ୍ରଭାବିତ କରିପାରେ ବୋଲି ପ୍ରଶ୍ନର ଉତ୍ତରରେ, ଏହା ହୋଇପାରେ ତଥାପି ଆମକୁ ବାହାରୁ ପ୍ରତିଭା ଆଣିବାକୁ ପଡ଼ିବ ବୋଲି କହିଥିଲେ ଟ୍ରମ୍ପ । ଏପରିକି ଆପଣ ଜଣେ ଦୀର୍ଘ ଦିନର ବେକାର ବ୍ୟକ୍ତିଙ୍କୁ ଆଣି ମିସାଇଲ୍ ତିଆରି କରୁଥିବା କାରଖାନାରେ ତୁରନ୍ତ ନିଯୁକ୍ତ କରିପାରିବେ ନାହିଁ । କିଛି କ୍ଷେତ୍ରରେ ବିଶେଷଜ୍ଞତା ବାହାରୁ ଆଣିବା ଜରୁରୀ ବୋଲି ଟ୍ରମ୍ପ ଉଦାହରଣ ଦେଇ କହିଥିଲେ ।

ତେବେ ଟ୍ରମ୍ପଙ୍କ ଏହି ବୟାନ କିଛି ଦିନ ପୂର୍ବରୁ H-1B କୁ ନେଇ ଟ୍ରମ୍ପ ନେଇଥିବା ପଦକ୍ଷେପ ଠାରୁ ପୁରାପୁରି ବୀପରୀତ । ମାତ୍ର କିଛି ମାସ ପୂର୍ବରୁ, ତାଙ୍କ ପ୍ରଶାସନ H-1B ଭିସା ଆବେଦନ ଶୁଳ୍କକୁ ବଢ଼ାଇ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର୍ ବା ପ୍ରାୟ ୮୮ ଲକ୍ଷ ଟଙ୍କା କରିଥିଲେ, ଯାହା ବିଶେଷକରି ଭାରତୀୟ ଆଇଟି (IT) ପେସାଦାରମାନଙ୍କୁ ବଡ଼ ଧରଣର ଝଟକା ଦେଇଥିଲା । ତେବେ H-1B ଭିସା ଧାରକମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଭାରତୀୟ ହୋଇଥିବାରୁ, ଟ୍ରମ୍ପଙ୍କର ଏହି ନରମ ଆଭିମୁଖ୍ୟ ଭାରତୀୟ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି।

ସବୁଠାରୁ ଅଧିକ ଲାଭବାନ ହେବ ଭାରତ

ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ପରେ ଅନୁମାନ କରାଯାଉଛି, ଆମେରିକା ପ୍ରଶାସନ H-1B ଭିସା ସମ୍ବନ୍ଧୀୟ ନିୟମଗୁଡ଼ିକୁ ପୁଣି ଥରେ ସଂଶୋଧନ କରାଯାଇପାରେ। ଆମେରିକାରେ ଭାରତୀୟମାନଙ୍କ ଦ୍ବାରା ସର୍ବାଧିକ ଏହି ଭିସା ବ୍ୟବହୃତ ହୋଇଥାଏ। ଆମେରିକା ସରକାରଙ୍କ ଅନୁଯାୟୀ, ୨୦୨୩-୨୪ ରେ ୨୮୩,୩୯୭ ଭାରତୀୟ ଏହି ଭିସାରେ ଆମେରିକା ଆସିଥିଲେ। ଏହା ସମସ୍ତ H-1B ଭିସାର ୭୧ ପ୍ରତିଶତ।

ଭାରତ ପରେ, ଚୀନ୍ ଏହି ଭିସା ପାଇଛି। ଏହି ଭିସାରେ ୪୬,୬୮୦ ଜଣ ଚୀନ୍ ନାଗରିକ ଆମେରିକାରେ ଅଛନ୍ତି। ଏହି ଦୁଇ ଦେଶ ବ୍ୟତୀତ, ଆମେରିକା ଫିଲିପାଇନ୍ସ, ବ୍ରାଜିଲ୍, କାନାଡା ଏବଂ ନାଇଜେରିଆର ଲୋକମାନଙ୍କୁ ମଧ୍ୟ ଏହି ଭିସା ପ୍ରଦାନ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Donald Trump | ‘You don’t have talent in US': Donald Trump softens on H-1B visa issue | Argus News