Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋମୋଜ ଫ୍ୟାକ୍ଟ୍ରିରୁ ମିଳିଲା ଏପରି କିଛି ଆପଣ ବି ଶୁଣିଲେ ହୋସ ଉଡ଼ିଯିବ

National

ମୋମୋଜ ଫ୍ୟାକ୍ଟ୍ରିରୁ ମିଳିଲା ଏପରି କିଛି ଆପଣ ବି ଶୁଣିଲେ ହୋସ ଉଡ଼ିଯିବ

Ritu Das
Browse all articles by Ritu Das
·1 year ago·2 min read
ମୋମୋଜ ଫ୍ୟାକ୍ଟ୍ରିରୁ ମିଳିଲା ଏପରି କିଛି ଆପଣ ବି ଶୁଣିଲେ ହୋସ ଉଡ଼ିଯିବ

ଆଜିକାଲି ଷ୍ଟ୍ରିଟ ଫୁଡ ଖାଇବାକୁ ସଭିଏଁ ପାଗଳ। ମୋମେଜର ଲୋକେ ଅଲଗା ପ୍ରକାର ଦିଓ୍ବାନା। ମୋମୋଜ ନାଁ ଶୁଣିଲେ ନିଶ୍ଚିତ ଆପଣଙ୍କ ମୁହଁରୁ ଲାଳ ଆସିଯାଉଥିବ। କିନ୍ତୁ ଏ ମୋମୋଜ କଥା ଶୁଣିଲେ ଆପଣଙ୍କ ନିଦ ହଜିଯିବ। ଆମେ ସିନା ମୋମୋଜ ଖାଉଛେ କିନ୍ତୁ ସେଥିରେ କେଉଁ ମାଂସ ମିଶୁଛି ତାହା ଆମେ ନିଜେ ବି ଜାଣିନେ। କେଉଁଠି ମଟନ ନାଁରେ ଲୋକଙ୍କୁ ଗୋ-ମାଂସ ଦିଆଯାଉଛି ତ ଆଉ କେଉଁଠି ମୋମୋଜରେ କୁକୁର ମାଂସ ଦିଆଯାଉଛି। ଏଭଳି ଘଟଣା ଆସୁଛି ପଞ୍ଜାବର ମୋହାଲିରେ। ଖବର ପାଇ ନଗର ନିଗମର ମେଡିକାଲ ଟିମ ଚିକେନ ଦୋକାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ୬୦ କେଜି ଦୁର୍ଗନ୍ଧଯୁକ୍ତ ଫ୍ରୋଜନ ଚିକେନ ଜବତ କରିଛନ୍ତି। ଏହାସହ ଟିମ ଏହି ଚିକେନକୁ ନଷ୍ଟ କରିବା ସହ ଉକ୍ତ ଦୋକାନ ନାଁରେ ଜରିମାନା ଆଦାୟ କରିଛନ୍ତି। ମୋମୋଜ ଦୋକାନରୁ ଚିକେନ ଜବତ କରିବାସହ ଫ୍ରିଜରୁ ଏକ କୁକୁର କଟା ମୁଣ୍ଡକୁ ଜବତ କରିଛି।


ଏହାପରେ ମୋହାଲି ପୋଲିସ ଉକ୍ତ ଦୋକାନର ଲାଇସେନ୍ସ ରବ୍ଦ କରିବାସହ ଉକ୍ତ ଫ୍ୟାକ୍ଟ୍ରି ନାଁରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ଦୋକାନରେ ଥିବା ସ୍ପ୍ରିଙ୍ଗ ରୋଲ ଏବଂ ମୋମୋଜ ଗୁଡ଼ିକର ନମୁନା ସାଥିରେ ଲ୍ୟାବକୁ ନେଇ ପରୀକ୍ଷା କରିବାକୁ ପଠାଯାଇଛି। କାରଣ ଏସବୁ ଖାଇବା ଦ୍ରବ୍ୟରେ କୁକୁର ମାଂସ ରହିଛି କି ନାହିଁ। କୁକୁର ମାଂସ ଏଭଳି ସଢ଼ିଯାଇଥିଲା ଯେ, ସେଠାରେ ଛିଡ଼ା ହୋଇ ରହିବା ମଧ୍ୟ ଅସମ୍ଭବ ଥିଲ। ପଶୁ ଚିକିତ୍ସା ବିଭାଗ ଉକ୍ତ କୁକୁର ମୁଣ୍ଡକୁ ନେଇ ଅଧିକ ପରୀକ୍ଷା ଜାରି ରଖିଛି। ଏହି ଫ୍ୟାକ୍ଟ୍ରିରେ କଟା ମାଂସ ଜବତ କରିବା ସହିତ ଏକ କଟା କ୍ରସର ମେଶିନକୁ ମଧ୍ୟ ଜବତ କରାଯାଇଛି। ରବିବାର ଦିନ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଏହାପରେ ପ୍ରଶାସନକୁ ଏନେଇ ସୂଚନା ଦିଆଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ମୋହାଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏବଂ ଟିମ ଉକ୍ତ ଅଞ୍ଚଳର ସବୁ ଦୋକାନରେ ଚଢ଼ାଉ କରିଛନ୍ତି। ଉକ୍ତ ଅଞ୍ଚଳର କିଛି ଷ୍ଟ୍ରିଟ ଫୁଡ ଦୋକାନରେ କିଛି ଅସ୍ବାସ୍ଥ୍ୟକର ଖାଦ୍ୟ ଯାଞ୍ଚ କରାଯାଇଥିଲା। ଏହାକୁ ପ୍ରଶାସନ ଗମ୍ଭୀର ଭାବେ ନେଇ ତଦନ୍ତକୁ ଜୋରଦାର କରିଛନ୍ତି। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଆପଣ ଯଦି ମୋମୋଜ ଖାଉଛନ୍ତି ତାହେଲେ ସାବଧାନ!

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
you-will-be-amazed-to-hear-something-like-this-found-in-the-momos-factory | Argus News