Videos
|
National

Arun Tupe Death / କିଏ ଏହି ଅରୁଣ ତୁପେ ? କାହିଁକି ତାଙ୍କ ମୃତ୍ୟୁ ପରେ ଏତେ ଚର୍ଚ୍ଚା...

Banajyotshna Ray
Browse all articles by Banajyotshna Ray
·6 months ago·2 min read
କିଏ ଏହି ଅରୁଣ ତୁପେ ? କାହିଁକି ତାଙ୍କ ମୃତ୍ୟୁ ପରେ ଏତେ ଚର୍ଚ୍ଚା...
Arun Tupe

Key Points

ରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ଜୀବନ
ଯୁବକଙ୍କୁ ନେଇ ପ୍ରକାଶ ପାଉଛି ମତ
ରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ଜୀବନ। ଭାଇରାଲ ହେଉଛି ଭିଡିଓ। ଭିଡିଓ ଭାଇରାଲ ପରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ, କିଏ ଏହି ଅରୁଣ ତୁପେ। ଯାହାଙ୍କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଛତ୍ରପତି ସମ୍ଭାଜୀନଗର ଜଣେ ରିଲ୍ ଷ୍ଟାରଙ୍କ ମୃତ୍ୟୁରେ ସୋସିଆଲ ମିଡିଆରେ ଶୋକ। ଇନଷ୍ଟାଗ୍ରାମରେ ରିଲ୍ସ ଭିଡିଓ କରି ଯୁବବର୍ଗଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିବା ଅରୁଣ ତୁପେଙ୍କ ଅକାଳ ମୃତ୍ୟୁ ହୋଇଛି। ମଙ୍ଗଳବାର ଛତ୍ରପତି ସମ୍ଭାଜୀନଗର ସ୍ଥିତ ବାଲାଜୀ ନଗର ଠାରେ ଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡାକ୍ତରଙ୍କୁ ଅରୁଣ ତୁପେଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ତାଙ୍କୁ ଏପିଲେପ୍ସି ସମସ୍ୟା ଥିଲା (ମସ୍ତିଷ୍କରେ ସମସ୍ୟା)। ତେବେ ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ। ତେବେ ଅରୁଣଙ୍କ ପୂର୍ବରୁ ମରାଠୀ କଣ୍ଟେଣ୍ଟ ନିର୍ମାତା ଏବଂ ସୋସିଆଲ ମିଡିଆ ପ୍ରଭାବଶାଳୀ ପ୍ରଥମେଶ କଦମ ମଧ୍ୟ ଜାନୁଆରୀ ମାସରେ ୨୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ। ତାଙ୍କ ମୃତ୍ୟୁ ସୋସିଆଲ ମିଡିଆ ଷ୍ଟାରଙ୍କ ଫ୍ୟାନ୍ସଙ୍କ ଦୁଃଖିତ କରିଥିଲା।

ଏଥିସହ ପଢ଼ନ୍ତୁ:  ମୋହନ ଯାଦବ କ୍ୟାବିନେଟରେ 3% ମହଙ୍ଗା ଭତ୍ତାକୁ ମଞ୍ଜୁର, ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଆଉ ଏବେ ଅରୁଣଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ସୂଚନା ଅନୁସାରେ, ମଙ୍ଗଳବାର ଅରୁଣ ତୁପେଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ତାଙ୍କ ପରିବାର ଲୋକେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଅରୁଣଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଘାଟିର ଏକ ସରକାରୀ ହସ୍ପିଟାଲକୁ ପଠାଇଦିଆଯାଇଥିଲା। ବଡ଼ କଥା ହେଲା ସେ ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମ ରିଲ୍ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ସେ କ୍ୟାପସନ ଦେଇଥିଲେ, "ରିଲ୍ ସୁଟର"। ଭିଡିଓରେ ସେ ତାଙ୍କ ଫୋନରେ ଫଟୋ ଉଠାଉଥିବାର ଦେଖାଯାଉଛି। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଏକ ଗୀତରେ ବିବାହ ଫଟୋଗ୍ରାଫି ପାଇଁ ଯୋଗାଯୋଗ କରିବା ନେଇ ଶୁଣାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅରୁଣ ତୁପେ କିଏ ?

ଅରୁଣ ତୁପେ ସୋସିଆଲ ମିଡିଆରେ ହିନ୍ଦୀ ଏବଂ ମରାଠୀ ଭାଷାରେ ହାସ୍ୟାତ୍ମକ ଢଙ୍ଗରେ ସୂଚନାପ୍ରଦ କଣ୍ଟେଣ୍ଟ ପ୍ରସ୍ତୁତ ପରି ବେଶ୍ ଲୋକପ୍ରିୟ ହୋଇଥିଲେ। ସେ ଛତ୍ରପତି ସମ୍ଭାଜୀନଗରରେ ଜନ୍ମଗ୍ରହଣ କରିଥିଲେ ଏବଂ କାମ ପାଇଁ ପୁନେରେ ରହିଥିଲେ। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ‘କୌନ ଅରୁଣ ତୁପେ’ର ପ୍ରାୟ ୧୭୯ ଫଲୋଅର ରହିଥିଲେ। ତେବେ ତାଙ୍କର ଅକାଳ ବିୟୋଗ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁବ୍ ଦୁଃଖିତ କରିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:


Related Topics

Explore more stories

Arun Tupe Death | Arun Tupe, a well-known content creator | Argus News | Argus News