ମଦ ପିଇ କନେଷ୍ଟବଳଙ୍କୁ ଆକ୍ରମଣ କଲେ ଯୁବତୀ, ଭାଇରାଲ ହେଲା ଭିଡିଓ
·2 years ago

ଅର୍ଗସ ବ୍ୟୁରୋ : ରାସ୍ତା ଉପରେ ଯୁବତୀଙ୍କ ହାଇଡ୍ରାମା । ମୁମ୍ବାଇ ପାଲଘରର ବିରାରରେ ଥିବା ଏକ ରେଷ୍ଟୁରାଣ୍ଟ ସାମ୍ନାରେ ମଦ ପିଇ ମାତାଲ ହୋଇ ହଙ୍ଗାମା କରୁଥିଲେ ଯୁବତୀ । ପୋଲିସ ସେଠାରେ ପହଞ୍ଚି ଅଟକାଇବାରୁ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ ଏହି ୩ ଯୁବତୀ । ସୂଚନା ମୁତାବକ ରେଷ୍ଟୁରାଣ୍ଟରେ ପାର୍ଟି ସରିବା ପରେ ସେହି ଯୁବତୀମାନଙ୍କର ଅନ୍ୟ କିଛି ଲୋକଙ୍କ ସହ ଝଗଡା ହୋଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ସେହି ସମୟରେ କିଛି କନେଷ୍ଟବଳ ସେଠାକୁ ଯାଇ ଯୁବତୀମାନଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଓଲଟା ପୋଲିସ କନେଷ୍ଟବଳଙ୍କ ଉପରେ ଆକ୍ରମଣ କରିଥିଲେ । ଜଣେ ଯୁବତୀ ମହିଳା କନେଷ୍ଟବଳଙ୍କ ହାତ କାମୁଡିଥିବା ବେଳଏ ଆଉ ଜଣେ କନେଷ୍ଟବଳଙ୍କ ମୁଣ୍ଡରେ ବକେଟରେ ପିଟିଥିବା ସୂଚନା ଦେଇଛନ୍ତି ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: