Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମ୍ୟାଗି ପାଇଁ ପୋଲିସ ଗାଡି ଗୁଣ୍ଡ କରିଦେଲେ ଯୁବତୀ

National

ମ୍ୟାଗି ପାଇଁ ପୋଲିସ ଗାଡି ଗୁଣ୍ଡ କରିଦେଲେ ଯୁବତୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ମ୍ୟାଗି ପାଇଁ ପୋଲିସ ଗାଡି  ଗୁଣ୍ଡ କରିଦେଲେ ଯୁବତୀ

Key Points

ମ୍ୟାଗି ପାଇଁ ୧୭୦ ସ୍ପିଡ୍‌ରେ ଚଳାଇଲେ ଗାଡି

ଏମିତି ପିଟିଲେ ପୋଲିସ ଗାଡ଼ି ଗୁଣ୍ଡ


ପାଇଲଟ୍ ହେବାକୁ କୋଚିଂ ନେଉଥିଲେ। ହେଲେ ସାମାନ୍ୟ ମ୍ୟାଗି ଖାଇବାକୁ ଗାଡ଼ି ଏମିତି ଚଳାଇଲେ ଯେ, ପୋଲିସ ଗାଡ଼ିକୁ କରିଦେଲେ ଛତୁ। ଏମିତି ଘଟଣା ଘଟିଛି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ବାଦୌଲି ବ୍ରିଜ୍ ନିକଟରେ । ମ୍ୟାଗି ଖାଇବାକୁ ବାପାଙ୍କ ସ୍କର୍ପିଓ ନେଇ ଆସିଥିବା ୧୯ ବର୍ଷୀୟା କୃତିକା ଯେଉଁ କାଣ୍ଡ କରିଛନ୍ତି ତାହା ସମସ୍ତଙ୍କୁ ତାଜୁବ କରି ଦେଇଛି। ତାଙ୍କ ମ୍ୟାଗି ଖାଇବା ନିଶା ପାଇଁ ଗୁରୁତର ହୋଇ ଜୀବନମରଣ ସହ ଲଢେଇ କରୁଛନ୍ତି ଦୁଇଜଣ ପୋଲିସ କର୍ମଚାରୀ।


ଆହତ କନେଷ୍ଟବଳ ଦୀପକଙ୍କ ବୟାନ ଅନୁସାରେ ବିପିଟିପି ପୋଲିସ ଷ୍ଟେସନ ସେକ୍ଟର-୩୧ ବାସିନ୍ଦା ଝିଅ କୃତିକା ମ୍ୟାଗି ଖାଇବା ପାଇଁ ୧୭୦ କିଲୋମିଟର ବେଗରେ ଗାଡ଼ି ଚଳାଇ ପୋଲିସ ଗାଡ଼ିକୁ ଧକ୍କା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


BPTP ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କ ସୂଚନା ଅନୁସାରେ କୃତିକା ପାଇଲଟ୍ ହେବାକୁ ଯୋଜନା କରୁଥିଲେ, ଏଥିପାଇଁ ସେ ଦିଲ୍ଲୀ ଦ୍ୱାରକାରୁ କୋଚିଂ ନେଇଥିଲେ। ଏବେ ଗରେ ରହି ପ୍ରସ୍ତୁତି ଚଳାଇଥିଲେ। ବାପାଙ୍କ କଳା ସ୍କୋର୍ପିଓ କାର ନେଇ ତିନି ବନ୍ଧୁଙ୍କ ସହିତ ମ୍ୟାଗି ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇବା ପାଇଁ ଗ୍ରେଟର ଫରିଦାବାଦ ଅଭିମୁଖେ ଯାଉଥିବା ବେଳେ ୧୭୦ ସ୍ପିଡରେ ଗାଡ଼ି ଚଳାଇବା ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି।

Raja Festival
Sponsored
Young woman hits police vehicle for Maggi | Argus News