Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିଜ ଷ୍ଟାର୍ଟଅପ୍ ଉପରେ ଧ୍ୟାନ ଦେବା ପାଇଁ ସ୍କୁଲ ଛାଡିଥିଲେ ଏବେ ସେ ବିଶ୍ୱର ଯୁବ କୋଟିପତି

National

Youngest Billionaire / ନିଜ ଷ୍ଟାର୍ଟଅପ୍ ଉପରେ ଧ୍ୟାନ ଦେବା ପାଇଁ ସ୍କୁଲ ଛାଡିଥିଲେ ଏବେ ସେ ବିଶ୍ୱର ଯୁବ କୋଟିପତି

Ritu Das
Browse all articles by Ritu Das
·8 hours ago·2 min read
ନିଜ ଷ୍ଟାର୍ଟଅପ୍ ଉପରେ ଧ୍ୟାନ ଦେବା ପାଇଁ ସ୍କୁଲ ଛାଡିଥିଲେ ଏବେ ସେ ବିଶ୍ୱର ଯୁବ କୋଟିପତି
AI

Key Points

ମାତ୍ର ୨୨ ବର୍ଷରେ ସୂର୍ଯ୍ୟ ମିଧା Forbes 2026 କୋଟିପତି ତାଲିକାରେ ସ୍ଥାନ ପାଇଛନ୍ତି
ତାଙ୍କ ସମ୍ପତ୍ତି ପ୍ରାୟ ₹18,000 କୋଟି ହେବ 
୨୨ ବର୍ଷ ବୟସରେ ଯେତେବେଳେ ପିଲା କେବଳ ପାଠ ପଢ଼ା ବିଷୟରେ ଭାବିଥାନ୍ତି ସେତେବେଳେ ଭାରତର ପୁଅ ସୂର୍ଯ୍ୟ ମିଧା ଛୋଟ ବୟସରୁ ଏମିତି କାମ କରି ଦେଖାଇଛନ୍ତି ଯାହା ବଡ଼ ବଡ଼ ଶିଳ୍ପପତିମାନେ ତାହା କରି ପାରିବେନି। ମାର୍କ ଜୁକରବର୍ଗଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସୂର୍ଯ୍ୟ କେବଳ ୨୨ବର୍ଷ ବୟସରେ ଦୁନିଆର ସବୁଠୁ କମ ବୟସ୍କ କୋଟିପତିଙ୍କ ତାଲିକାରେ ସାମିଲ ହୋଇଛନ୍ତି। ତାଙ୍କୁ ଫୋବର୍ସର 2026 କୋଟିପତି ତାଲିକାରେ ସାମିଲ କରାଯାଇଛି। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ 2.2 ବିଲିୟନ କିମ୍ବା ପ୍ରାୟ 18,000 କୋଟି ହେବ। ସେବେଠାରୁ, ସେ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛନ୍ତି। ଏହି ସମୟରେ, ଲୋକମାନେ ଭାବୁଛନ୍ତି ଯେ ସେ ଏତେ କମ୍ ବୟସରେ ଏତେ ଟଙ୍କା କିପରି ହାସଲ କଲେ ଏବଂ ସେ କେଉଁଥିରେ ଧ୍ୟାନ ଦେଲେ। କିନ୍ତୁ କଥାରେ ଅଛି କଷ୍ଟ କଲେ ନିଶ୍ଚିତ ଆପଣଙ୍କୁ ସଫଳତା ମିଳିବ।

ଏହାସହ ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର….୬୦% ବଢ଼ିଲା ମହଙ୍ଗା ଭତ୍ତା


  • କେଉଁ ସ୍ଥାନରୁ ଅଧ୍ୟୟନ କରିଛନ୍ତି?
ପ୍ରକାଶ ଥାଉକି, ସୂର୍ଯ୍ୟ ନିଜ ପାଠପଢ଼ା କାଲିଫର୍ଣ୍ଣିଆର ସେନଜୋସ ସ୍ଥିତ ବେଲାରମିନେ କଲେଜ ପ୍ରିପାରେଟୋରୀରେ ସମାପ୍ତ କରିଥିଲେ। ଏହା ପରେ ସେ ଉଚ୍ଚଶିକ୍ଷା ପାଇଁ ୱାଶିଂଟନର ପ୍ରତିଷ୍ଠିତ ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଥିଲେ। ଏହିଠାରୁ ତାଙ୍କ କ୍ୟାରିୟରରେ ଏକ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା। ଏଆଇ ଷ୍ଟାର୍ଟଅପ ମରକୋରକୁ ସମୟ ଦେବା ପାଇଁ ସେ ୨୦୨୩ ମସିହାରେ ପାଠପଢ଼ା ଛାଡ଼ିବା ସହ କଲେଜ ଛାଡ଼ି ଦେଇଥିଲେ। ଆଉ ଭାବିଥିଲେ କିଛି ଗୋଟେ ନୂଆ ଆରମ୍ଭ କରିବେ ବୋଲି। ଆଉ ସତରେ ସଫଳତାର ଶିଖରକୁ ପହଞ୍ଚି ପାରିଛନ୍ତି। 

  • କେମିତି ଆରମ୍ଭ କରିଥିଲେ ମରକୋର ଯାତ୍ରା
ସୂର୍ଯ୍ୟ ଏହି ପଦବୀ ଉତ୍ତରାଧିକାରୀ ଭାବରେ ପାଇ ନଥିଲେ, ବରଂ ସେ AI ଜଗତରେ ପ୍ରତିଷ୍ଠିତ ଏକ କମ୍ପାନୀରୁ ପାଇଥିଲେ। ସେ ତାଙ୍କ ବନ୍ଧୁ, ବ୍ରେଣ୍ଡନ ଫୁଡି ଏବଂ ଆଦର୍ଶ ହିରେମାଥଙ୍କ ସହିତ Mercor ପ୍ରତିଷ୍ଠା କରିଥିଲେ। ଏହି କମ୍ପାନୀ ଏକ ସାଧାରଣ ନିଯୁକ୍ତି ସଂସ୍ଥା ପରି କାର୍ଯ୍ୟ କରେ ନାହିଁ, ବରଂ ଏହାର ସମ୍ପୂର୍ଣ୍ଣ ବ୍ୟବସ୍ଥା AI ଉପରେ ଆଧାରିତ। ସରଳ ଭାବରେ କହିବାକୁ ଗଲେ, Mercor ଏପରି କମ୍ପାନୀ ଖୋଜେ ଯେଉଁଠାରେ AI ମଡେଲଗୁଡ଼ିକୁ ତାଲିମ ଦେଇପାରିବେ, ଗବେଷଣା କରିପାରିବେ ଏବଂ ବୈଷୟିକ କାର୍ଯ୍ୟ କରିପାରିବେ। କମ୍ପାନୀ ନିଜେ ସାକ୍ଷାତକାର, ଦକ୍ଷତା ଯାଞ୍ଚ ଏବଂ AI ସହିତ କମ୍ପାନୀଗୁଡ଼ିକୁ ମେଳ କରିଥାଏ। ଏହି ମଡେଲ ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଲା ଯେ କିଛି ବର୍ଷ ମଧ୍ୟରେ, କମ୍ପାନୀର ମୂଲ୍ୟ
୧୦ ବିଲିୟନରେ ପହଞ୍ଚିଗଲା।

  • ୨୦୨୫ ମସିହାରେ ଏହି କମ୍ପାନୀ ଦ୍ରୂତ ଗତିରେ ବୃଦ୍ଧି ପାଇଲା
୨୦୨୫ ମସିହାରେ ସାରା ବିଶ୍ବରେ AI ପ୍ରାୟତଃ ସବୁ ସେକ୍ଟରରେ ବ୍ୟବହାର କରାଗଲା। ଏହାର ଫାଏଦା ମର୍କୋରକୁ ଭି ମିଳିଲା। ଫୋବର୍ସ ମୁତାବିକ କମ୍ପାନୀର ବାର୍ଷିକ ରେଭେନ୍ୟୁ ଯାହା ୨୦୨୫ ଆରମ୍ଭରେ ୧୦୦ ନିୟୁତ ଥିଲା ତାହା କିଛି ମାସ ମଧ୍‌ୟରେ ୫୦୦ ନିୟୁତରୁ ଅଧିକ ହୋଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School Dropout Surya Midha Becomes World’s Youngest Billionaire Through AI Startup | Argus News