Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଥମ ବଲରେ ଛକା ମାରି କ୍ରିକେଟ ପ୍ରେମୀଙ୍କ ମନ ଜିଣିଲେ ନାବାଳକ ବୈଭବ

Rashmita Mishra
Browse all articles by Rashmita Mishra
·1 year ago·2 min read
ପ୍ରଥମ ବଲରେ ଛକା ମାରି କ୍ରିକେଟ ପ୍ରେମୀଙ୍କ ମନ ଜିଣିଲେ ନାବାଳକ ବୈଭବ

Key Points

ଇତିହାସ ରଚିଲେ ବୈଭବ
IPL ଇତିହାସରେ ନୂଆ କୀର୍ତ୍ତିମାନ ବୈଭବ
୧୪ବର୍ଷ ୨୩ଦିନରେ ବୈଭବ ସୂର୍ଯ୍ୟବଂଶୀଙ୍କ ଆଇପିଏଲ୍ ଏଣ୍ଟ୍ରି
ଆଇପିଏଲର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ
ପ୍ରଥମ ବଲରେ ଛକା ମାରି କ୍ରିକେଟ ପ୍ରେମୀଙ୍କ ମନ ଜିଣିଲେ ନାବାଳକ ବୈଭବ

ଇତିହାସ ରଚିଛନ୍ତି ରାଜସ୍ଥାନ ରୟାଲସର କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୪ବର୍ଷ ୨୩ ଦିନରେ ଆଇପିଏଲ୍ ମ୍ୟାଚ ଖେଳିଛନ୍ତି ବୈଭବ । ଆଇପିଏଲ ଇତିହାସରେ ସର୍ବ କନିଷ୍ଠ ଖେଳାଳି ଶନିବାର ରାଜସ୍ଥାନ ପାଇଁ ଇନିଂସ ଓପନିଂ କରିବାକୁ ଆସି ଖେଳିଛନ୍ତି ଚମତ୍କାର ଇନିଂସ । ପ୍ରଥମ ବଲରେ ଛକା ମାରି ସେ ତାଙ୍କର ଉପସ୍ଥିତି ଜାହିର କରିଥିଲେ । ଏକ୍ସ୍ ଟ୍ରା କଭର ସୀମାରେଖା ଉପରକୁ ଛକା ମାରି ତାଙ୍କର ପ୍ରତିଭାର ପ୍ରମାଣ ଦେଇଥିଲେ । ଅସାଧାରଣର ପ୍ରତିଭାର ଅଧିକାରୀ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂ କରିବାବେଳେ ଗ୍ୟାଲେରୀରେ ଦର୍ଶକ କରତାଳି ମାରି ଉତ୍ସାହିତ କରିଥିଲେ । ବୈଭବ ୨ଟି ଚୌକା ଓ ତିନିଟି ଛକା ସହ ୧୭୦ ଷ୍ଟ୍ରାଇକ୍ ରେଟରେ ୩୪ରନ କରିଥିଲେ । ବିହାରର ତେଜପୁରରେ ଜନ୍ମିତ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୨ବର୍ଷ ବୟସରେ ବିହାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ।

ଯେତେବେଳେ ବୈଭବ ସୂର୍ଯ୍ୟବଂଶୀ ଆଉଟ୍ ହୋଇଥିଲେ, ସେ ନିଜ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ । ପଡ଼ିଆ ମଝିରେ କାନ୍ଦିବାକୁ ଲାଗିଥିଲେ ବୈଭବ ସୂର୍ଯ୍ୟବଂଶୀ । ତାଙ୍କର ଏହି ଭାବପ୍ରବଣ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା । ବିହାରରେ ୨୦୧୧ ମସିହା ୨୭ ମାର୍ଚ୍ଚରେ ଜନ୍ମ ଗ୍ରହଣ କରିଥିଲେ ବୈଭବ । ବୈଭବ ସୂର୍ଯ୍ୟବଂଶୀ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ । ସେ ବାମହାତୀ ସ୍ପିନ୍ ମଧ୍ୟ ବୋଲିଂ କରନ୍ତି ।

ମାତ୍ର 13 ବର୍ଷ ବୟସରେ ଆଇପିଏଲ ୨୦୨୫ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ବୈଭବ ସୂର୍ଯ୍ୟବଂଶୀଙ୍କୁ ୧.୧୦ କୋଟି ଟଙ୍କାରେ କିଣିଥିଲା । ବୈଭବ ସୂର୍ଯ୍ୟବଂଶୀ ୧୨ ବର୍ଷ ବୟସରେ ୨୦୨୪ ମସିହାରେ ରଣଜୀ ଟ୍ରଫିରେ ବିହାର ପାଇଁ ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ । ଏହା ପରେ ସେ ଇଣ୍ଡିଆନ ପ୍ରିମିୟର ଲିଗ୍ ଚୁକ୍ତି ପାଇଥିବା ସର୍ବକନିଷ୍ଠ ଖେଳାଳି ହୋଇଥିଲେ । ଇତିହାସ ରଚିଲେ ବୈଭବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
youngster-vaibhav-wins-hearts-of-cricket-fans-by-hitting-a-six-on-the-first-ball | Argus News