Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଧ୍ୟାତ୍ମିକତା ସହ ଡିଜିଟାଲ ଅଭିଞ୍ଜତା ଯୋଡ଼ିବାରେ ଯୁବବର୍ଗଙ୍କୁ ମିଳୁଛି ଅର୍ପୂବ ଆନନ୍ଦ

Sudeshna Mishra
Browse all articles by Sudeshna Mishra
·1 year ago·2 min read
ଆଧ୍ୟାତ୍ମିକତା ସହ ଡିଜିଟାଲ ଅଭିଞ୍ଜତା ଯୋଡ଼ିବାରେ ଯୁବବର୍ଗଙ୍କୁ ମିଳୁଛି ଅର୍ପୂବ ଆନନ୍ଦ

Key Points

ମହାକୁମ୍ଭ ପ୍ରତି ଯୁବ ସମ୍ପ୍ରଦାୟ ଆକୃଷ୍ଟ

ସଂସ୍କୃତି, ଆଧ୍ୟାତ୍ମିକତା ସହ ଡିଜିଟାଲ ଅଭିଜ୍ଞତା

ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରମାନେ ଏହି ମହାପର୍ବରେ ସାମିଲ

ଅର୍ଗସ ବ୍ୟୁରୋ:  ବିଶ୍ବର ସବୁଠାରୁ ବଡ଼ ଧାର୍ମିକ ମହୋତ୍ସବରେ ଶାମିଲ ହେବାର ସ୍ବପ୍ନ ସମସ୍ତଙ୍କର ରହିଥାଏ। ଆସ୍ଥାର ମହାପର୍ବରେ ଆଧ୍ୟାତ୍ମିକ ସଙ୍ଗମର। ଏହି ଦିବ୍ୟ-ଭବ୍ୟ ପର୍ବର ମହତ୍ବକୁ ବୂଝିବା ପାଇଁ ଧର୍ମ, ଆଧ୍ୟାତ୍ମିକତା ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଚଳିତ ମହାକୁମ୍ଭ ପ୍ରତି ଯୁବ ସମ୍ପ୍ରଦାୟ ଖୁବ ଆକୃଷ୍ଟ ହେଉଥିବା ଦେଖାଯାଉଛି। ଚଳିତ ବର୍ଷ ସଙ୍ଗମ ସ୍ଥଳରେ ସାଧାରଣରୁ ଅସାଧାରଣ ବ୍ୟକ୍ତି ଯାଏଁ ସମସ୍ତଙ୍କ ସମାଗମ ଦେ ଖିବାକୁ ମିଳିଛି।

କୁମ୍ଭମେଳା ଆରମ୍ଭର ସପ୍ତାହକ ମଧ୍ୟରେ ଯେତେ ଶ୍ରଦ୍ଦାଳୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ୨୫ପ୍ରତିଶତରୁ ଅଧିକ ଯୁବକ-ଯୁବତୀ। ଶ୍ରଦ୍ଦାଳୁଙ୍କ ସମୁଦ୍ର ଢ଼ଧ୍ୟରେ ଏମାନେ ସ୍ପଷ୍ଟ ବାରି ହୋଇପଡୁଛନ୍ତି। ସେମାନଙ୍କ କାର୍ଯ୍ୟଧାରା ଦେଖିଲେ ଗୋଟିଏ ବିଷୟ ସ୍ପଷ୍ଟ ହେବ ଯେ ମହାକୁମ୍ବରେ ଆଧ୍ୟାତ୍ମିକତା ସହିତ ଆଧୁନିକତା ଓ ସାମାଜିକ ଗଣମାଧ୍ୟମର ଏକ ଅଭୁତ ମିଳନ ଘଟିଛି। ମେଳାରେ ଯୋଗ ଦେଇଥିବା ଦେଶ ବିଦେଶର ବହୁ ଯୁବ ପିଢ଼ି ସାମାଜିକ ଗଣମାଧ୍ୟମରେ ଆଧ୍ୟାତ୍ମିକତାର ଯେଉଁ ପ୍ରଚାର କରୁଛନ୍ତି ତାହା ମଧ୍ୟ ମେଳା ପ୍ରତି ବିଶ୍ବବ୍ୟାପୀ ଶ୍ରଦ୍ଦାଳୁଙ୍କୁ ଅଧିକ ଆକୃଷ୍ଟ କରୁଛି। ଗୁରୁତ୍ବପୂର୍ଣ ହେଉଛି ଏହି ଯୁବ ସମ୍ପ୍ରଦାୟ ଆଧୁନିକ ଜ୍ଞାନ କୌଶଳରେ ଅତ୍ୟନ୍ତ ଦକ୍ଷ ଏବଂ ପେସାଦାର। ଏହାକୁ ସେମାନେ ମେଳାରେ କାମରେ ଲଗାଉଥିବା ଦେଖାଯାଉଛି।

ଅନେକ ମେଳା ପରିଚାଳନା ସହ ଶାମିଲ ଥିଲାବେଳେ କିଏ ବିଭିନ୍ନ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅନେକ ଗୁରୁତ୍ବପୂର୍ଣ ଦାୟିତ୍ବ ମଧ୍ୟ ନିର୍ବାହ କରୁଛନ୍ତି। କିଏ ଦାମୀ ମୋବାଇଲ ଫୋନ ଧରି କାମରେ ଲାଗିପଡ଼ିଛନ୍ତି ତ କାହା ହାତରେ ଲାପଟପ।ଅଧିକ ସଂଖ୍ୟକ ରିଲ୍ସ ନିର୍ମାଣ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର-ପ୍ରସାର କରୁଛନ୍ତି। ଚର୍ଚ୍ଚିତ ସାଧ୍ବୀ ହର୍ଷା ରିଚାରିଆ ତାଙ୍କ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବ ପିଢ଼ିଙ୍କୂ ଖୁବ ଆକର୍ଷିତ କରୁଥିବାବେଳେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ଓ ପେସାଦାରମାନେ ଖାଦ୍ୟ ପରିଚାଳନା ଦାୟିତ୍ବରେ ରହିଛନ୍ତି। ଓ୍ବଷ୍ଟ ମ୍ୟାନେଜମେଣ୍ଟ ବିଶେଷଞ୍ଜ ମାନେ ମେଳା ପରିସର ସଫା ସୁତୁରା ରଖିବାରେ କାମ କରୁଛନ୍ତି ।ଏଥିପାଇ ଯୁବ ପିଢ଼ି ଆଗଭର ହୋଇ କାମ କରୁଥିବା ଦେଖିବାକୁ ମିଳୁଛି। ଯୁବ ଶିଳ୍ପି ମାନେ ନିଜ ଦକ୍ଷତା ପ୍ରର୍ଦଶନ କରିବାରେ ଲାଗିଛନ୍ତି। ହୋଇ ନିଜ ଅଭିଞ୍ଜତା ବାଂଟିବାରେ ବ୍ୟସ୍ତ, ଏଥିପାଇଁ ଦିନ ତମାମ ବ୍ଲଗର କ୍ୟାମେରାକୁ ଧରି ଶୁଟ କରିବାର ଖବର ବି ଆପଣ ଦେଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେମାନଙ୍କ କହିବା ଅନୁସାର, ସଂସ୍କୃତି, ଆଧ୍ୟାତ୍ମିକତା ସହ ଡିଜିଟାଲ ଅଭିଞ୍ଜତା ଯୋଡ଼ିବାରେ ଏଥିରୁ ଅର୍ପୂବ ଆନନ୍ଦ ମିଳୁଛି। ଆଧୁନିକତା ଯେମିତି ଏକ ବିଶ୍ବାସରେ ପରିଣତ ହୋଇଛି, ଯାହା ସେମାନଙ୍କ ଭାବନାକୁ ବଦଳାଇଦେଉଛି।ସିଏ ଆଇଆଇଟି ବାବା ହୁଅନ୍ତୁ କିମ୍ବା କୋମଳମତି ବୟସରେ ନାଗା ବାବା ହେବା ଅବା ସଫଳ ଜୀବନକୁ ଛାଡ଼ି ସାଧନାର ମାର୍ଗ ଆପଣେଇ ଥିବା ବାବା ଏମାନଙ୍କ ସମସ୍ତଙ୍କ ସର୍ବାଧିକ ପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡ଼ୁଥିବା ଜେନ-ଜି କହୁଛନ୍ତି। ମହାକୁମ୍ଭ ପାଇଁ ପୂର୍ବରୁ ହୋଇଥିବା ବିସ୍ତୂତ ପ୍ରଚାର ଦ୍ବାରା ୧୪୪ବର୍ଷ ବ୍ୟବଧାନରେ ଆସିଥିବା ଅପୂର୍ବ ସୁଯୋଗ ହାତଛଡ଼ା କରିବାକୁ ଯୁବବର୍ଗ ପ୍ରସ୍ତୁତ ନଥିବା କହୁଛନ୍ତି। ଯୁବବର୍ଗ ପରିବାରକୁ ବି ଏଥିରୁ ବଂଚିତ କରିବା ପାଇଁ ଚାହିନାହାଁନ୍ତି, କାରଣ ଯୁଗ ସୋସିଆଲ ମିଡ଼ିଆର ଓ ଏହି ସମୟରେ ଯୁଗ ସହ ତାଳ ଦେଇ ସବୁ ସୁଚନା ଯେବେ ସମସ୍ତେ ପାଇ ପାରୁଛନ୍ତି ତେବେ ସନାତନ ଧର୍ମର ଏହି ମହାପର୍ବକୁ ବିଶ୍ବର ପ୍ରତି କୋଣରେ ପହଞ୍ଚାଇବାକୁ ଯୁବ ପିଢ଼ି ଅପୂର୍ବ ସୁଯୋଗ ମନେ କରୁଛନ୍ତି।

Sponsored
Youngsters at mahakumbhmela 2025 | Argus News