ବିଳମ୍ବରେ ପିଲା ଜନ୍ମ କରିବା ଯୋଗୁ ସୃଷ୍ଟି ହୁଏ ଏହି ସମସ୍ୟା

ନୂଆଦିଲ୍ଲୀ: ଗର୍ଭଧାରଣ ପାଇଁ ଉପଯୁକ୍ତ ବୟସ କ’ଣ? ଏହା ନିହାତି ଜାଣିବା ଦରକାର। ବିଳମ୍ବରେ ପିଲା କନ୍ସିପ କରିବା ଦ୍ୱାରା ହୋଇପାରେ ସମସ୍ୟା। ୨୦୨୦ରେ ଅଫିସ୍ ଫର ନ୍ୟାସନାଲ ଷ୍ଟେଟିକ୍ସ ରେ ଏକ ଷ୍ଟଡି ପ୍ରକାଶିତ ହୋଇଥିଲା। ଏହି ଷ୍ଟଡି ଅନୁସାରେ ବିଳମ୍ବରେ ଗର୍ଭଧାରଣ କରିବାର ଧାରା ବଢିବାରେ ଲାଗିଛି।
୩୫ ବର୍ଷ ବୟସ ଗର୍ଭଧାରଣ ପାଇଁ ଉପଯୁକ୍ତ ବୟସ
ଅଧିକାଂଶ ଡାକ୍ତରଙ୍କ କହିବାନୁଯାୟୀ ମହିଳାଙ୍କ ଗର୍ଭଧାରଣ କରିବାର ପାଇଁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ସବୁଠାରୁ ଉପଯକ୍ତ ବୟସ। ମହିଳାଙ୍କୁ ୩୫ ବର୍ଷ ବୟସ ପରେ ମଧ୍ୟ ଏହି ପ୍ରକ୍ରିୟାରେ କିଛି ଅଧିକ ସମସ୍ୟା ହୋଇନଥାଏ। ସେହିପରି ଅନେକ ମହିଳାଙ୍କୁ ଏହି ବୟସ ପରେ ଗର୍ଭଧାରଣରେ ସମସ୍ୟା ଉପୁଜିଥାଏ। ଏଥିସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବାର ବିପଦ ବଢିଯାଇଥାଏ।
୩୫ ପରେ ଗର୍ଭଧାରଣରେ ଅନେକ ରିସ୍କ ପ୍ୟାକ୍ଟର୍ସ
📱 Get Argus News App
✨ନର୍ଚର ଆଇବିଏଫ ହସ୍ପିଟାଲର ଡିପାର୍ଟମେଣ୍ଟ ଅଫ ୟୁରୋଲଜିର ସିନିୟର ପରାମର୍ଶଦାତା ଡା. ଶ୍ରୀହର୍ଷା ହଥିରାନା ଙ୍କ କହିବନୁଯାୟୀ ମାଙ୍କ ସହ ପିତାଙ୍କ ବୟସ ହେବାକୁ ଥିବା ପିଲା ଉପରେ ପ୍ରଭାବ ପକାଇଥାଏ। ଯଦି ପିତାଙ୍କ ବୟସ ତେବେ ପିଲା ଉପରେ ମାର୍ଫନ୍ସ ସିଣ୍ଡ୍ରୋମର ବିପଦ ବଢିଯାଇଥାଏ।
ଅଧିକ ପଢନ୍ତୁ ଭାରତ ଖବର