|
logo
Live
Argus News App
GET APP

Argus News - AI Summitରେ ଟି-ଶାର୍ଟ ଖୋଲି ଯୁବ କଂଗ୍ରେସର ପ୍ରତିବାଦ; ବିଜେପି କହିଲା 'ଜାତୀୟ ଲଜ୍ଜା'

National

AI Impact Summit / AI Summitରେ ଟି-ଶାର୍ଟ ଖୋଲି ଯୁବ କଂଗ୍ରେସର ପ୍ରତିବାଦ; ବିଜେପି କହିଲା 'ଜାତୀୟ ଲଜ୍ଜା'

Sushanta Sahoo
Browse all articles by Sushanta Sahoo
·1 month ago·2 min read
AI Summitରେ ଟି-ଶାର୍ଟ ଖୋଲି ଯୁବ କଂଗ୍ରେସର ପ୍ରତିବାଦ; ବିଜେପି କହିଲା 'ଜାତୀୟ ଲଜ୍ଜା'
Security Breach at AI Summit

Key Points

ଏଆଇ ଇମ୍ପାକ୍ଟ ସମ୍ମିଟର ସୁରକ୍ଷା ବଳୟ ଭାଙ୍ଗି ଶୁକ୍ରବାର ଭିତରେ ପଶିଛନ୍ତି ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବ ବେଳେ ସୁରକ୍ଷାକର୍ମୀ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଛନ୍ତି ।
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟର ସୁରକ୍ଷା ବଳୟ ଭାଙ୍ଗି ଶୁକ୍ରବାର ଭିତରେ ପଶିଛନ୍ତି ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବ ବେଳେ ସୁରକ୍ଷାକର୍ମୀ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଛନ୍ତି ।

ବିଜେପି ନେତା ଅମିତ ମାଲବୀୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଉକ୍ତ ଘଟଣାକୁ ରାଷ୍ଟ୍ରୀୟ ଲଜ୍ଜା ବୋଲି କହିଛନ୍ତି । ସେ ଲେଖିଛନ୍ତି, "ଏକ ପ୍ରତିଷ୍ଠିତ ବିଶ୍ଵସ୍ତରୀୟ ଏଆଇ ସମ୍ମିଟର ଆୟୋଜନ ଭାରତ କରିଛି । ବୈଷୟିକ ଜ୍ଞାନକୌଶଳରେ ନୂଆ କ୍ଷମତା ଓ ନେତୃତ୍ଵର ପ୍ରଦର୍ଶନ କରୁଛି ।"

ଏଥିସହ ପଢ଼ନ୍ତୁ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: କିଛି ଲୋକ AIକୁ ଡରୁଥିବା ବେଳେ ଭାରତ ଏଥିରେ ଭବିଷ୍ୟତ ଦେଖୁଛି


ଭାରତର ଗୌରବ ବଢ଼ୁଥିବା ବେଳେ କଂଗ୍ରେସ ଦଳ ଦେଶର ମୁଣ୍ଡକୁ ତଳକୁ କରିଛି । ଅମିତ ମାଲବୀୟ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ନେତୃତ୍ଵାଧିନ କଂଗ୍ରେସର କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ସ୍ଥଳରେ ଅର୍ଦ୍ଧ ନଗ୍ନ ହୋଇ ପହଞ୍ଚି ହଙ୍ଗାମା କରିଛନ୍ତି । ଏହା ସ୍ପଷ୍ଟ ଭାବରେ ବିଶ୍ଵ ମଞ୍ଚରେ ଭାରତକୁ ଲଜ୍ଜିତ କରିବା ଭଳି ଲାଗୁଛି ।"

ସେ ଆହୁରି ଲେଖିଛନ୍ତି, "ଦେଶ ଯେତେବେଳେ ନିଜକୁ ବୈଶ୍ଵିକ ଜ୍ଞାନକୌଶଳର ଶକ୍ତି ଭାବେ ସ୍ଥାପିତ କରିବା ପାଇଁ ପ୍ରଚେଷ୍ଟା କରୁଛି । ସେହି ସମମୟରେ ଏଭଳି ଆଚରଣ କେବଳ ସେହିମାନଙ୍କ ସ୍ଵାର୍ଥ୍ଵରେ, ଯେଉଁମାନେ ଭାରତକୁ ଦୁର୍ବଳ ଦେଖିବାକୁ ଚାହୁଁଛନ୍ତି । ରାଜନୈତିକ ବିରୋଧ ଗଣତନ୍ତ୍ରର ଅଧିକାର । କିନ୍ତୁ ବିଶ୍ଵସ୍ତରରେ ଭାରତର ଛବିକୁ କ୍ଷତି କରିବା ନୁହେଁ । ଭାରତ ଏହାଠୁ ଅଧିକ ପାଇବାକୁ ଯୋଗ୍ୟ ।"

ଯୁବ କଂଗ୍ରେସର ପ୍ରଦର୍ଶନ ସମୟରେ ସମ୍ମିଟରେ ଦେଶ-ବିଦେଶର ଅନେକ ପ୍ରତିନିଧି ଉପସ୍ଥିତ ଥିଲେ । କଂଗ୍ରେସ କାର୍ଯ୍ୟକର୍ତ୍ତା ହଠାତ ବ୍ଯାନର-ପୋଷ୍ଟର ନେଇ ମୁଖ୍ୟ ହଲ୍‌ରେ ପହଞ୍ଚିଥିଲେ । ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ପ୍ରଦର୍ଶନକାରୀଙ୍କୁ ହେପାଜତକୁ ନେଇ ବାହାରକୁ ନେଇ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ଗୁଗଲର Gemini ଓ ChatGPTକୁ ଟକ୍କର ଦେବାକୁ ଆସିଲା AI Sarvam

ପୋଲିସ ଅନୁସାରେ, ପ୍ରାୟ ୧୦ ଜଣ କଂଗ୍ରେସ କାର୍ଯ୍ୟକର୍ତ୍ତା ଭିତରକୁ ପଶିଥିଲେ । ସେମାନଙ୍କୁ ଧରା ଯାଇଛି । ସମସ୍ତେ କ୍ୟୁଆର୍ କୋଡ୍ ଦ୍ଵାରା ପ୍ରବେଶ କରିଥିଲେ । କଡ଼ା ସୁରକ୍ଷା ସତ୍ତ୍ଵେ କେମିତି ପ୍ରବେଶ କଲେ ତାର ତଦନ୍ତ କରାଯାଉଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ, ଭାରତରେ ଆୟୋଜିତ ଏହି ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମ୍ମିଟ ଗ୍ଲୋବାଲ ସାଉଥରେ ପ୍ରଥମ ବିଶ୍ଵସ୍ତରୀୟ ସମ୍ମିଳନୀ । ଯେଉଁଥିରେ ରେକର୍ଡ ସଂଖ୍ୟକ ଅନ୍ତର୍ଜାତୀୟ ଭାଗିଦାରୀ ଦେଖିବାକୁ ମିଳିଛି । ସମ୍ମିଳନୀରେ ୨୦ରୁ ଅଧିକ ଦେଶର ରାଷ୍ଟ୍ରମୁଖ୍ୟ, ୬୦ ମନ୍ତ୍ରୀ ଏବଂ ୫୦୦ରୁ ଅଧିକ ବୈଶ୍ଵିକ ଏଆଇ ବିଶେଷଜ୍ଞ ଏବଂ ଉଦ୍ୟୋଗ ପ୍ରତିନିଧି ସାମିଲ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI Impact Summit: AI Summitରେ ଟି-ଶାର୍ଟ ଖୋଲି ଯୁବ କଂଗ୍ରେସର ପ୍ରତିବାଦ; ବିଜେପି କହିଲା 'ଜାତୀୟ ଲଜ୍ଜା' | Argus News