Train Accident / ରେଳ ଧାରଣା ପାର ହେଉଥିବା ସମୟରେ ବାଇକରୁ ଖସି ପଡ଼ିଲେ ଯୁବକ: ଚାପିଦେଲା ଟ୍ରେନ

Key Points
ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଏକ ଭୟଙ୍କର ଚିତ୍ର ଆସୁଛି। ଯେଉଁଥିରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ରବିବାର ଦିନ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ରେଳ ଧାରଣା ପାର ହେଉଥିବା ସମୟରେ ଟ୍ରେନରେ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଏକ ଭୟଙ୍କର ଚିତ୍ର ଆସୁଛି। ଯେଉଁଥିରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ରବିବାର ଦିନ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ରେଳ ଧାରଣା ପାର ହେଉଥିବା ସମୟରେ ଟ୍ରେନରେ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ତୁଷାର ରେଳଧାରଣା ଅତିକ୍ରମ କରି ଯାଉଥିବା ବେଳେ ହଠାତ ତାଙ୍କ ବାଇକ ଖସି ଯାଇଥିଲା। ସେ ବାଇକରୁ ଖସି ତଳେ ପଡ଼ି ଯାଇଥିଲେ।
ନର୍ସଙ୍କ ନିର୍ଯାତନା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ
ସଙ୍ଗେସଙ୍ଗେ ସେ ରେଳ ଧାରଣାରୁ ତାଙ୍କ ବାଇକକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଦ୍ରୁତଗତିରେ ଉକ୍ତ ଧାରଣାରେ ମାଡ଼ି ଆସିଥିଲା ଟ୍ରେନ। ତୁଷାର ଟ୍ରେନକୁ ଦେଖି ଜୀବନ ବିକଳରେ ଦୌଡ଼ି ଚାଲିଯାଇଥିଲେ ସତ କିନ୍ତୁ ବଞ୍ଚି ପାରି ନଥିଲେ। ଯଦି ସେ ବାଇକ ନ ଉଠାଇଥାନ୍ତେ ତାହେଲେ ହୁଏତ ବଞ୍ଚିଯାଇଥାନ୍ତେ। ସିସିଟିଭି ଫୁଟେଜରେ ଏକ ଲୋମଟାଙ୍କୁରା ଭିଡିଓ କଏଦ ହୋଇଛି। ଦାଦରିର ବାସିନ୍ଦା ତୁଷାର ତାଙ୍କ ବାଇକ୍ ଯୋଗେ ରେଳ ଧାରଣା ପାର କରୁଥିବାର ଦେଖାଯାଇଛି।
📱 Get Argus News App
✨ରେଳ କ୍ରସିଂ ବନ୍ଦ ଥିବା ସମୟରେ ରେଳ ଧାରଣା ପାର ହେବାକୁ ଚେଷ୍ଟା କରୁଥିବା ତୁଷାର ତାଙ୍କ ବାଇକ୍ ଉଠାଇବାକୁ ଚେଷ୍ଟା କରିଥିଲେ। କିଛି ସେକେଣ୍ଡ ପରେ, ସେ ଅନୁଭବ କଲେ ଯେ ଟ୍ରେନ୍ ଆସୁଛି ଏବଂ ଦୌଡ଼ିବାକୁ ଚେଷ୍ଟା କରିଥିଲେ କିନ୍ତୁ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦ୍ରୁତଗତିରେ ଆସୁଥିବା ଟ୍ରେନଟି ପ୍ରଥମେ ତାଙ୍କ ବାଇକକୁ ଓ ପରେ ତୁଷାରଙ୍କୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଏହି ଭୟାବହ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏଥିସହିତ ଘଟଣାସ୍ଥଳରୁ ତୁଷାରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (NCRB)ର ଏକ ରିପୋର୍ଟ ଅନୁଯାୟୀ, 2023 ମସିହାରେ ଉତ୍ତର ପ୍ରଦେଶରେ ସର୍ବାଧିକ ରେଳ କ୍ରସିଂ ଦୁର୍ଘଟଣା ଘଟିଥିଲା। 2,483 ମାମଲା ମଧ୍ୟରୁ ରାଜ୍ୟରେ 1,025 ଟି ଦୁର୍ଘଟଣା ଘଟିଥିଲା। ରେଳ କ୍ରସିଂ ଦୁର୍ଘଟଣାରେ ସର୍ବାଧିକ ମୃତ୍ୟୁ ଉତ୍ତରପ୍ରଦେଶରେ ହୋଇଛି। ୨୨୪୨ ମୃତ୍ୟୁ ମଧ୍ୟରୁ ୧୦୦୭ଜଣଙ୍କର ମୃତ୍ୟୁ କେବଳ ଉତ୍ତରପ୍ରଦେଶରେ ହୋଇଛି।
Related Topics
Explore more stories