Videos
|
National

Viral Video / ସୁପରନୋଭା ସୋସାଇଟିର ୪୩ ତମ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଭିଡିଓ ଭାଇରାଲ

Rashmita Mishra
Browse all articles by Rashmita Mishra
·1 hour ago·2 min read
ସୁପରନୋଭା ସୋସାଇଟିର ୪୩ ତମ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଭିଡିଓ ଭାଇରାଲ
Viral Video

Key Points

ଉଚ୍ଚ ମହଲାରୁ ପଡ଼ି ଯୁବକ ମୃତ ପଛରେ ଋଣ ଚାପ ?
ବାଲକୋନିରୁ ତଳକୁ ପଡ଼ିଲେ ଶେଷ ମୁହୂର୍ତ୍ତରେ କ’ଣ ହେଲା ?
ରୋକିବାକୁ ଚେଷ୍ଟା କଲେ ମେକାନିକ୍ ତଥାପି ବଞ୍ଚିଲାନି ଜୀବନ ।
Noida Supernovaରେ ରହସ୍ୟମୟ ମୃତ୍ୟୁ CCTV ଖୋଲିବ କି ସତ ?

ନୋଏଡାର ସେକ୍ଟର-୯୪ସ୍ଥିତ ସୁପରନୋଭା ସୋସାଇଟିରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ସେକ୍ଟର-୧୨୬ ଥାନା ଅଞ୍ଚଳରେ ଅକ୍ଟୋବର ୩ ତାରିଖରେ ଘଟିଥିବା ଏହି ଘଟଣାରେ ଯୁବକ ଜଣକ ବିଲ୍ଡିଂର ଉଚ୍ଚ ମହଲାରୁ ତଳକୁ ପଡ଼ି ପ୍ରାଣ ହରାଇଛନ୍ତି। ଘଟଣା ପରେ ପୋଲିସ ଓ FSL ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ମୃତକଙ୍କ ପରିଚୟ ସମ୍ଭବ ଜୈନ ବୋଲି ଜଣାପଡ଼ିଛି । ପୋଲିସ ଅନୁସାରେ, ସମ୍ଭବ ଗୁରୁଗ୍ରାମର ମାନେସର ଅଞ୍ଚଳର ବାସିନ୍ଦା ଥିଲେ । ଘଟଣାର ଗୋଟିଏ ଦିନ ପୂର୍ବରୁ ସେ ଅନଲାଇନ୍ ବୁକିଂ ମାଧ୍ୟମରେ ସୁପରନୋଭା ସୋସାଇଟିରେ ଏକ ରୁମ୍ ନେଇ ଏକାକୀ ରହିବାକୁ ଆସିଥିଲେ ।

ସୂଚନା ଅନୁସାରେ, ଶୁକ୍ରବାର ଦ୍ୱିପ୍ରହର ପ୍ରାୟ ୩ଟା ସମୟରେ ସେ ସେଠାରେ ପହଞ୍ଚିଥିଲେ । ପରଦିନ ତାଙ୍କ ବାଲକୋନିରୁ ତଳକୁ ପଡ଼ିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଖବର ପାଇ ସେକ୍ଟର-୧୨୬ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏସି ମେକାନିକ୍ କରିଥିଲେ ରୋକିବାକୁ ଚେଷ୍ଟା
ଘଟଣା ସମୟରେ ସେଠାରେ ଏସି ମରାମତି କାମ କରୁଥିବା ଜଣେ ମେକାନିକ୍ ସମ୍ଭବଙ୍କୁ ରୋକିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି । ମେକାନିକ୍‌ଙ୍କୁ ସମ୍ଭବ ନିଜେ ମାନସିକ ଚାପରେ ଥିବା କଥା କହିଥିବା ସୂଚନା ମିଳିଛି । ତେବେ ତାଙ୍କୁ ରୋକିବାରେ ମେକାନିକ୍ ସଫଳ ହୋଇପାରିନଥିଲେ ।

ପୋଲିସ କହିଛି ଯେ ଘଟଣା ସମୟରେ ଆଖପାଖରେ ଥିବା ଲୋକଙ୍କୁ ପଚରାଉଚରା କରାଯାଇଛି । ସେମାନଙ୍କଠାରୁ ମଧ୍ୟ ସମ୍ଭବ ମାନସିକ ଚାପରେ ଥିବା ସମ୍ପର୍କରେ ସୂଚନା ମିଳିଥିବା କୁହାଯାଉଛି ।

ଋଣ ନେଇ ଚିନ୍ତିତ ଥିବା ସନ୍ଦେହ
ପ୍ରାଥମିକ ତଦନ୍ତରେ ସମ୍ଭବ ଋଣକୁ ନେଇ ଚିନ୍ତିତ ଥିବା ଏବଂ କିଛି ଦିନ ଧରି ଘରୁ ଅନୁପସ୍ଥିତ ଥିବା ନେଇ ସୂଚନା ମିଳିଛି । ତାଙ୍କ ବାପାଙ୍କ ସହ ହୋଇଥିବା କିଛି ଚାଟ୍ ମଧ୍ୟ ପୋଲିସର ହାତରେ ଲାଗିଥିବା ଜଣାପଡ଼ିଛି । ଏହି ଚାଟ୍ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୋଲିସ ଘଟଣାର ପୂର୍ବ ପରିସ୍ଥିତି ଯାଞ୍ଚ କରୁଛି । ପୋଲିସ ଓ FSL ଟିମ୍ ଘଟଣାସ୍ଥଳରୁ ଆବଶ୍ୟକ ପ୍ରମାଣ ସଂଗ୍ରହ କରିଛନ୍ତି । ଏଥିସହ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି ।

ମୃତଦେହର ପଞ୍ଚନାମା ପ୍ରସ୍ତୁତ କରାଯାଇ ପୋଷ୍ଟମର୍ଟମ୍ ପାଇଁ ପଠାଇବାର ପ୍ରକ୍ରିୟା କରାଯାଇଛି । ପୋଲିସ ମୃତକଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଛି । ଘଟଣାର ପ୍ରକୃତ ପରିସ୍ଥିତି ଓ କାରଣ ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ଶେଷ ହେବା ପରେ ସ୍ପଷ୍ଟ ହେବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: