Delhi Pollution / ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଯୁବଗୋଷ୍ଠୀଙ୍କ ପ୍ରତିବାଦ

Key Points
ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳ ଲଗାତାର ଦଶମ ଦିନ ପାଇଁ ବିଷାକ୍ତ ଧୂଆଁ ଭିତରେ ହନ୍ତସନ୍ତ ହେଉଛି । ସୋମବାର ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୮୦କୁ ବୃଦ୍ଧି ପାଇଛି, ଯାହା ‘ଅତି ଖରାପ’ ଶ୍ରେଣୀରେ ରହିଛି। ତାପମାତ୍ରା ହ୍ରାସ ହେତୁ ସୃଷ୍ଟି ହୋଇଥିବା ଧୂମକୁହୁଡ଼ି ପ୍ରଦୂଷଣ ସଙ୍କଟକୁ ଅଧିକ ଜଟିଳ କରିଛି। ଏହାଫଳରେ ଦୃଶ୍ୟମାନତା କମିଯାଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ବିପଦ ବଢ଼ିଛି। ଆଜି ଅପରାହ୍ନରେ ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ‘ଗମ୍ଭୀର’ସ୍ତରକୁ ପହଞ୍ଚିଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଜହାଙ୍ଗୀରପୁରୀରେ ସର୍ବାଧିକ ୪୩୮, ବୱାନାରେ ୪୩୧, ଆନନ୍ଦ ବିହାରରେ ୪୨୭ ଏବଂ ଅଶୋକ ବିହାରରେ ୪୨୧ ଏକ୍ୟୁଆଇ ରେକର୍ଡ଼ ହୋଇଛି। ଏହି ସବୁ ଅଂଚଳରେ ବାୟୁମାନ ‘ଗମ୍ଭୀର’ ଶ୍ରେଣୀରେ ରହିଛି। ଗାଜିଆବାଦରେ ଏକ୍ୟୁଆଇ ୪୨୬, ନୋଏଡ଼ାରେ ୩୯୬ ଏବଂ ଗ୍ରେଟର ନୋଏଡ଼ାରେ ୩୮୦ ରହିଛି। ଗୁରୁଗ୍ରାମ (୨୮୬) ଓ ଫରିଦାବାଦ (୨୨୮) ଅପେକ୍ଷାକୃତ ଭଲ ରହିଥିଲା ବେଳେ ପୂରା ଅଞ୍ଚଳ ଘନ ଧୂଆଁ ତଳେ ରହିଛି।
ଏହି ସଙ୍କଟକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଶନିବାର ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ (ଗ୍ରାପ୍)ରେ ଜରୁରୀ ସଂଶୋଧନ କରିଛନ୍ତି। ଷ୍ଟେଜ୍-୪ ଲକ୍ଡାଉନ୍ରୁ ବର୍ତ୍ତିବା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଡିଜେଲ ଜେନେରେଟର୍ ଉପଯୋଗ ରୋକିବା, ଟ୍ରାଫିକ୍ ଜାମ୍ ସ୍ଥାନରେ ଅଧିକ ପୁଲିସ ମୁତୟନ, ଗଣମାଧ୍ୟମରେ ପ୍ରଦୂଷଣ ସଚେତନତା ଏବଂ ସିଏନ୍ଜି/ଇଲେକ୍ଟ୍ରିକ୍ ବସ୍ର ଅଧିକ ଚଳାଚଳ ଭଳି ପଦକ୍ଷେପ ଲାଗୁ ହୋଇଛି।
ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ଗୌତମବୁଦ୍ଧ ନଗରରେ ଅଫିସ୍ ସମୟ ବଦଳିଛି। ଘରୁ କାମ କରିବାକୁ ପ୍ରାଥମିକତା ଦିଆଯାଇ ଘରୋଇ ଅଫିସ୍ରେ କେବଳ ୫୦% କର୍ମଚାରୀ ରହିବେ ବୋଲି ଧାର୍ଯ୍ୟ ହୋଇଛି। କେନ୍ଦ୍ର ସରକାର ମଧ୍ୟ ନିଜ ଅଫିସ୍ରେ ଏହି ନିୟମ ଲାଗୁ କରିବାକୁ ବିଚାର କରୁଛନ୍ତି। ଶିଶୁ, ବୃଦ୍ଧ ଓ ରୋଗୀମାନଙ୍କୁ ଘରେ ରହିବା, ମାସ୍କ ପିନ୍ଧିବା ଓ ଅଧିକ ପରିଶ୍ରମ ନକରିବାକୁ ପରାମର୍ଶ ଦିଆଯାଇଛି। ତାପମାତ୍ରା ଆହୁରି ଖସିଲେ ଏହି ସଙ୍କଟ ଅଧିକ ଜଟିଳ ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।
ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଇଣ୍ଡିଆ ଗେଟ୍ ପାଖରେ କିଛି ଦିନ ଧରି ପ୍ରତିବାଦ କରି ଆସୁଛନ୍ତି ବିଭିନ୍ନ ଯୁବଗୋଷ୍ଠୀ। ରବିବାର ସନ୍ଧ୍ୟାରେ ଭିନ୍ନ ପ୍ରତିବାଦ ଦେଖିବାକୁ ମିଳିଥିଲା। କିଛି ଯୁବକ "CLEAN AIR" ଦାବି କରି ସି-ଷୋଡଶାଗନ ଅଞ୍ଚଳରେ ଏକାଠି ହୋଇଥିଲେ। ଆରମ୍ଭ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଦେଖାଯାଉଥିଲା, କିନ୍ତୁ କିଛି ସମୟ ମଧ୍ୟରେ ପରିବେଶ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ସୋସିଆଲ ମିଡିଆରେ କିଛି ଲୋକ ଏହାକୁ "ସହରୀ ନକ୍ସଲ" ବୋଲି କହୁଛନ୍ତି।
ପ୍ରଦୂଷଣ ବିରୁଦ୍ଧରେ ସ୍ଲୋଗାନ ଦେବା ମଧ୍ୟରେ କିଛି ପ୍ରଦର୍ଶନକାରୀ ହଠାତ୍ "ମାଡଭି ହିଡମା ଜିନ୍ଦାବାଦ" ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହିଡମା ହେଉଛନ୍ତି କୁଖ୍ୟାତ ନକ୍ସଲ କମାଣ୍ଡର। ନିକଟରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟର ତାଙ୍କର ମୃତ୍ୟୁ ହୋଇଥିଲା। ହିଡମାଙ୍କ ସମର୍ଥନରେ ପୋଷ୍ଟର ଏବଂ ସ୍ଲୋଗାନ ପ୍ରକାଶ ପାଇବା ପରେ ବିକ୍ଷୋଭକୁ ନେଇ ବିବାଦ ସୃଷ୍ଟି କରିଥିଲା। ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
#WATCH | Delhi: A group of protesters holds a protest at India Gate over air pollution in Delhi-NCR. They were later removed from the spot by police personnel pic.twitter.com/DBEZTeET0U
— ANI (@ANI) November 23, 2025
📱 Get Argus News App
✨Related Topics
Explore more stories