Videos
|
National

ମୃତ୍ୟୁକୁ ଚକମା ଦେଲେ ଯୁବକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·2 years ago·1 min read
ମୃତ୍ୟୁକୁ ଚକମା ଦେଲେ ଯୁବକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଅର୍ଗସ ବ୍ୟୁରୋ: ଏମିତି ଅନେକ ଥର ହୋଇଥିବା ଆମେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା। ଏହା ଆମେ କହିପାରିବା ଆମ ଭାଗ୍ୟ ଆମ ସାଥୀରେ ରହିଛି। ଏମିତି ଜଣେ ବ୍ୟକ୍ତିଙ୍କ କଥା କହୁଛୁ ଯିଏ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହି ବ୍ୟକ୍ତିଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣଙ୍କ ସକାଳୁ ସକାଳୁ ଏକ ବ୍ୟାଗ ଧରି ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ହଠାତ କେଉଁଆଡୁ ଏକ ବାଘ ରାସ୍ତା ପାର କରୁଛି। ବାଘଟି ବ୍ୟକ୍ତିଙ୍କର ଏତେ ପାଖରୁ ଯାଉଛି। ଦେଖିଲେ ଛାତି ଥରି ଉଠିବ। କିନ୍ତୁ ବ୍ୟକ୍ତି ଜଣଙ୍କ ସାହସର ସହିତ ପରିସ୍ଥିତିର ସାମ୍ନା କରିଛନ୍ତି। ଆଉ ବାଘ ମୁହଁରୁ ରକ୍ଷା ପାଇଯାଇଛନ୍ତି। ନଚେତ କିଛି ବି ହୋଇପାରିଥାନ୍ତା। ଉକ୍ତ ବ୍ୟକ୍ତି ଜଣଙ୍କ ଜିମ କର୍ବେଟ ଜାତୀୟ ଉଦ୍ୟାନ ନିକଟସ୍ଥ ଜଙ୍ଗଲ ରାସ୍ତା ଦେଇ ଯିବାବେଳେ ଏଭଳି ଅଘଟଣ ଘଟିଥିଲା। 

 

ବ୍ୟକ୍ତି ଜଣଙ୍କ ବାଘଟିକୁ ଦେଖି ତୁରନ୍ତ ପଛକୁ ପଳାଇ ଆସିଛନ୍ତି। ବାଘଟି ଆକ୍ରମଣାତ୍ମକ ନ ହୋଇ ରାସ୍ତାର ଏକ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯାଉଥିବାର ଏକ ଭିଡିଓରେ ଦେଖାଯାଇଛି। ଆମେ କହିପାରିବା ଯେ, ବ୍ୟକ୍ତି ଜଣକ ସତରେ ଭାଗ୍ୟବାନ। ନିଜ ମୃତ୍ୟୁକୁ ଜୟ କରିଛନ୍ତି।  ନ ହେଲେ କିଛି ବି ହୋଇ ପାରିଥାନ୍ତା। ଆମେ ନିଶ୍ଚିତ କହିପାରିବା କି ରଖେ ହରି ତ ମାରେ କିଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତୀୟ ବନ ସେବା ଅଧିକାରୀ ପରବିନ କାଶଓ୍ବାନ ଏକ୍ସରେ ଏହି ଛାତିଥରା ଦୃଶ୍ୟର ଭିଡିଓ ଶେୟାର କରିଛନ୍ତି। ଆଉ କ୍ୟାପଶନରେ ଲେଖିଛନ୍ତି ବାଘ ମୁହଁରୁ ବର୍ତ୍ତିଥିବା ସବୁଠୁ ଭାଗ୍ୟଶାଳୀ ବ୍ୟକ୍ତି କହିଲେ ଅତ୍ୟକ୍ତି ହେବନି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Youth survives death | Argus News