YouTube ହଟାଇଲା ରଣବୀର ଆଲ୍ଲାହାବାଦିଆଙ୍କ ବିବାଦୀୟ ଭିଡିଓ !

ୟୁଟ୍ୟୁବରୁ ହଟିଲା ରଣବୀର ଆଲ୍ଲାହାବାଦିଆଙ୍କ ବିବାଦୀୟ ଭିଡିଓ । ଚାରିଆଡୁ ବିରୋଧ ପରେ ୟୁଟୁବ ହଟାଇ ଦେଇଛି ଭିଡିଓ। ସମୟ ରୈନାଙ୍କ ଶୋ’ରେ ଅଶ୍ଳୀଳ ଟିପ୍ପଣୀ ଦେଇ ବିବାଦରେ ଛନ୍ଦି ହୋଇଥିଲେ ୟୁଟ୍ୟୁବର୍ ଆଲ୍ଲାହାବାଦିଆ । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଶୋ'ର ଆୟୋଜକଙ୍କ ବିରୁଦ୍ଧରେ ମୁମ୍ବାଇ କମିଶନର ଏବଂ ମହାରାଷ୍ଟ୍ର ମହିଳା କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
ଗୌହାଟୀ ପୋଲିସ ରଣବୀର ଏବଂ ଅନ୍ୟ ହାସ୍ୟ ଅଭିନେତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି । ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ଏକ ଆଲୋଚନା ସମୟରେ ଜଣେ ପ୍ରତିଯୋଗୀଙ୍କ ପରିବାର ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ ରଣବୀର ଆଲ୍ଲାହାବାଦିଆ । ଯେଉଁଥିରେ ତାଙ୍କ ପିତାମାତାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିଲା। ଯାହାକୁ ନେଇ ବିରୋଧର ଶିକାର ହୋଇଛନ୍ତି ୟୁଟ୍ୟୁବର୍ ଆଲ୍ଲାହାବାଦିଆ ।
ଏକ କମେଡି ଶୋରେ ବାପା-ମାଙ୍କ ସମ୍ପର୍କକୁ ନେଇ ଦେଇଥିବା ଅଶ୍ଲୀଳ ମନ୍ତବ୍ୟକୁ ନେଇ ସାରା ଦେଶରେ ବିବାଦ ମୁଣ୍ଡ ଟେକିଲାଣି। ମାତା ପିତା ସମ୍ପର୍କକୁ ନେଇ ରଣବୀର ଦେଇଥିବା ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ଦେଶର ଅନେକ ସ୍ଥାନରେ ରଣବୀରଙ୍କ ବିରୋଧରେ ଥାନାରେ ମାମଲା ହୋଇଛି । ଏମିତିକି ତାଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଛନ୍ତି ବମ୍ବେ ହାଇକୋର୍ଟର ଆଇନଜୀବୀ ।
📱 Get Argus News App
✨ନିକଟରେ ଭାରତର ଏହି ଚର୍ଚ୍ଚିତ ୟୁଟ୍ୟୁବର୍ ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ନାମକ ଏକ ଶୋ'ରେ ନଜର ଆସିଥିଲେ । ଏଥିରେ ସେ ଛୋଟପିଲା ଓ ମା ବାପାଙ୍କ ସମ୍ପର୍କ ସହ ଅନେକ ଗୁଡିଏ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅନେକ ସୋସିଆଲ ମିଡିଆ ୟୁଜର୍ ରଣବୀରଙ୍କୁ ଭର୍ତ୍ସନା କରିଛନ୍ତି ।
ରଣବୀର ବିଅର ବାଇସେପ୍ସ ନାମରେ ଏକ ୟୁଟ୍ୟୁବ ଚାନେଲ କରିଛନ୍ତି। ଅନେକ ସମୟରେ ଧାର୍ମିକ ଗୁରୁଙ୍କ ସହ ଆଲୋଚନା ଓ ଫିଟନେସ ସମ୍ବନ୍ଧୀୟ ଟିପ୍ସ ଦେଇ ଚର୍ଚ୍ଚିତ ହୋଇଛନ୍ତି । ଆଜିର ଯୁବପିଢ଼ି ତାଙ୍କୁ ନିଜ ରୋଲ୍ ମଡେଲ ବୋଲି ଭାବନ୍ତି । କିନ୍ତୁ ରଣବୀରଙ୍କ ଏଭଳି ବୟାନକୁ ତାଙ୍କ ଫୋଲଅର୍ସ ମଧ୍ୟ ନାପସନ୍ଦ କରିଛନ୍ତି । ରଣବୀର ଏହି ଘଟଣା ପରେ ଏକ ବିବୃତି ଜାରି କରି କହିଛନ୍ତି, ଭୁଲରେ ଏଭଳି କହିଦେଲି ଓ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ସେପଟେ ମୁମ୍ବାଇ ସ୍ଥିତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ଶୋ'ରେ ପହଞ୍ଚିଛି ମୁମ୍ବାଇ ପୋଲିସ।
