Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠୁ ବଦଳିଯିବ You Tube ନିୟମ

Ritu Das
Browse all articles by Ritu Das
·12 months ago·2 min read
ଆଜିଠୁ ବଦଳିଯିବ You Tube ନିୟମ

Key Points

କଣ୍ଟେଣ୍ଟ କ୍ରିଏଟରଙ୍କୁ ଲାଗିବ ଶକ୍ତ ଝଟ୍‌କା

ଆଉ କରିପାରିବେନି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ଚ୍ୟାନେଲ ମାନଙ୍କ ଉପରେ ପଡ଼ିବ ଗଭୀର ପ୍ରଭାବ

ୟୁଟ୍ୟୁବରୁ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର। ଆଜିଠୁ ଲାଗୁ ହେଲା ୟୁଟ୍ୟୁବର ନୂଆ ପଲିସି। ଗୁଗୁଲ ୟୁଟ୍ୟୁବରଙ୍କ ମନିଟାଇଜେସନ ପଲିସିରେ ଆଜି ଅର୍ଥାତ ୧୫ ଜୁଲାଇରୁ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀର ପଲିସିରେ ବଡ଼ ପରିବର୍ତ୍ତନ ପାର୍ଟନର ପ୍ରୋଗ୍ରାମକୁ ନେଇ କରାଯାଇଛି।
ନୀତିରେ ଏକ ବଡ଼ ପରିବର୍ତ୍ତନ କରିବା ପଛରେ କାରଣ ହେଉଛି ପ୍ଲାଟଫର୍ମରେ ଉପଭୋକ୍ତା ଅଭିଜ୍ଞତାକୁ ଉନ୍ନତ କରିବା, ଅନେକ ସମୟରେ ଲୋକମାନେ ଅଭିଯୋଗ କରନ୍ତି ଯେ ୟୁଟ୍ୟୁବରେ ସମାନ ବିଷୟବସ୍ତୁ ଦେଖାଯାଏ। ଲୋକମାନେ ସମ୍ମୁଖୀନ ହେଉଥିବା ଏହି ସମସ୍ୟାର ସମାଧାନ ପାଇଁ ୟୁଟ୍ୟୁବ୍ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।
ଆଜି ଅର୍ଥାତ୍ ୧୫ ଜୁଲାଇରୁ ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମ ନିୟମକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି। ନୂତନ ନିୟମ ଅନୁଯାୟୀ, ରିପିଟେଟିଭ ଭିଡିଓ ଏବଂ AI ଭଏସ, ଫଟୋ ଲଗାଇ ଯେଉଁମାନେ କଣ୍ଟେଣ୍ଟ ପ୍ରସ୍ତୁତ କରୁଥିଲେ। ଉକ୍ତ ଭିଡିଓ ଆଉ ମନିଟାଇଜେସନ ହେବ ନାହିଁ।
ଏହା ଏଆଇ ସହିତ ଭିଡିଓ ତିଆରି ଏବଂ ପୋଷ୍ଟ କରୁଥିବା ଲୋକଙ୍କ ସମସ୍ୟା ଏବଂ ରୋଜଗାରକୁ ପ୍ରଭାବିତ କରିବ।
ୟୁଟ୍ୟୁବରେ ମନିଟାଇଜେସନ ସର୍ତ୍ତ ପୂର୍ବରୁ ଯାହା ଥିଲା ସେଇଆ ଅଛି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଯଦି ଜଣେ ବ୍ୟକ୍ତି ତାଙ୍କ ଚ୍ୟାନେଲକୁ ମନିଟାଇଜ କରିବାକୁ ଚାହାଁନ୍ତି, ତେବେ ସେହି ବ୍ୟକ୍ତିଙ୍କ ଆକାଉଣ୍ଟରେ ପୂର୍ବ ପରି ୧୦୦୦ ରୁ ଅଧିକ ସବସ୍କ୍ରାଇବର୍ ରହିବା ଉଚିତ। ସବସ୍କ୍ରାଇବର ସର୍ତ୍ତ ପୂରଣ କରିବା ବ୍ୟତୀତ, ୩୬୫ ଦିନରେ ଭିଡିଓରେ ୪୦୦୦ ଘଣ୍ଟା ଦେଖିବା କିମ୍ବା ୧କୋଟି ସର୍ଟ ଭ୍ୟୁ ହେବା ଉଚିତ। ଏସବୁ ପରେ ୟୁଟ୍ୟୁବରର ଏବେ ଆଉ ଏକ ସର୍ତ୍ତ ଅଛି ଏବଂ ତାହା ହେଉଛି ଆପଣଙ୍କର ବିଷୟବସ୍ତୁ ମଧ୍ୟ ମୌଳିକ ଏବଂ ପ୍ରାମାଣିକ ହେବା ଉଚିତ।
ଫେକ ତଥ୍ୟକୁ ରୋକିବା
AI ଏବଂ ଡିପ ଫେକ ମାଧ୍ୟମରେ କୌଣସି ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଅନ୍ୟ ଜଣଙ୍କ ଭଏସ ଓଭର ବ୍ୟବହାର କରି ଲୋକମାନେ ଅଲଗା ଅଲଗା କଣ୍ଟେଣ୍ଟ ପ୍ରସ୍ତୁତ କରୁଥିଲେ। ଏହିଭଳି କଣ୍ଟେଣ୍ଟ ଉପରେ ରୋକ ଲଗାଇଛି ୟୁଟ୍ୟୁବ
ୟୁଟ୍ୟୁବର ଏହି ବଡ଼ ପଦକ୍ଷେପ ନେବା ପଛରେ ଉଦ୍ଦେଶ୍ୟ ହେଉଛି ଏଆଇ ଏବଂ ସ୍ପାମ୍ ବିଷୟବସ୍ତୁର ସଂଖ୍ୟା ହ୍ରାସ କରିବା ଏବଂ ମୌଳିକ ବିଷୟବସ୍ତୁ ଉପରେ ଲୋକଙ୍କ ଧ୍ୟାନ ବୃଦ୍ଧି କରିବା। ଯଦିଓ ଆପଣ ଏଆଇ ଭିଡିଓ ତିଆରି କରି ବହୁତ ଭଲ ଭ୍ୟୁ ପାଉଛନ୍ତି, କିନ୍ତୁ ଯଦି ଆପଣଙ୍କର କଣ୍ଟେଣ୍ଟ ଯଦି ଓରିଜିନାଲ ନୁହେଁ ତେବେ ଆପଣଙ୍କୁ କମ୍ ବିଜ୍ଞାପନ ମିଳିବା ସହ ଆପଣଙ୍କ ଆକାଉଣ୍ଟକୁ କୌଣସି ପଇସା ଆସିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
youtube-rules-to-change-from-today | Argus News