Videos
|
National

କାର ଭିତରେ ସୁଇମିଂପୁଲ କରି ଫସିଲେ ୟୁଟ୍ୟୁବର୍

Arpita Mohanty
Browse all articles by Arpita Mohanty
·2 years ago·1 min read
କାର ଭିତରେ ସୁଇମିଂପୁଲ କରି ଫସିଲେ ୟୁଟ୍ୟୁବର୍

ଅର୍ଗସ ବ୍ୟୁରୋ: ଆଜିକାଲି ସୋସିଆଲ ମିଡ଼ିଆରେ ଲୋକେ ଲାଇକସ୍ ଆଉ ଫଲୋଅରସ୍ ବଢ଼ାଇବା ପାଇଁ କିଛି ବି କରୁଛନ୍ତି । ଏମିତି କି ନିଜ ଜୀବନ ବିପଦରେ ପକାଇବାକୁ ବି ପଛାଉନାଁହାଁନ୍ତି। କିଛି ଏମିତି କରି ଫସିଛନ୍ତି କେରଳର ଜଣେ ୟୁଟ୍ୟୁବର୍ । ଏସୟୁଭି ଗାଡିରେ ସୁଇମିଂପୁଲ କରି ବ୍ଲଗିଂ କରୁଥିବକର ଭିଡିଓ ଭାଇରାଲ ହେବାପରେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ସଞ୍ଜୁ ଟେକି ନାମକ ଜଣେ ୟୁଟ୍ୟୁବର୍ ନିଜ ୟୁଟ୍ୟୁବ ହ୍ୟାଣ୍ଡେଲରୁ ଏକ ବ୍ଲଗ୍ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଟାଟା ସଫାରି ଏସୟୁଭି ଭିତରେ ତିରପାଲ ସିଟ୍ ବ୍ୟବହାର କରି ଏକ ପୁଲ ତିଆରି କରି ତା ଭିତରେ ପାଣି ଭର୍ତ୍ତି କରି ସୁଇମିଂ ପୁଲ ବନାଯାଇଥିଲା,ଆଉ ସେଥିରେ ଭିଡିଓ ଶୁଟିଂ ଚାଲିଥିଲା। ଭିଡିଓ ଭାଇରାଲ ହେବା ପରେ କେରଳ ମୋଟର ଭେହିକିଲ ଡିପାର୍ଟମେଣ୍ଟ ଭିଡିଓକୁ ଗୁରୁତ୍ୱର ସହିତ ନେଇ ୟୁଟ୍ୟୁବର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। 

ସୂଚନା ଅନୁଯାୟୀ ଡିପାର୍ଟମେଣ୍ଟ ଗାଡି ଡ୍ରାଇଭରର ଲାଇସେନ୍ସ ରଦ୍ଦ କରିବା ସହିତ ଗାଡିର ରେଜିଷ୍ଟ୍ରେସନ୍ ବି ରଦ୍ଦ କରିଛନ୍ତି । କେବଳ ଏତିକି ନୂହେଁ  ବ୍ଲଗର ଏବଂ କାରରେ ଥିବା ଅନ୍ୟ ଲୋକଙ୍କୁ ଆଲପ୍ପୁଝା ସରକାରୀ ମେଡିକାଲ କଲେଜରେ ସମାଜ ସେବା କରିବା ଏବଂ ସଡକ ନିୟମ ଉପରେ ପ୍ରଶିକ୍ଷଣ କ୍ଷେତ୍ରରେ ଭାଗ ନେବା ପାଇଁ କୁହାଯାଇଛି। ତେବେ ୟୁଟ୍ୟୁବର୍ ଜଣକ ଏକ ମାଲୟାଲମ ଫିଲ୍ମ ଆବେସମରୁ ପ୍ରେରିତ ହୋଇ ଏମିତି କରିଥିଲେ ବୋଲି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର

YouTuber caught | Argus News