Viral News / ରିଲ୍ସରେ ଦାମୀ ଅଳଙ୍କାର ଦେଖାଇବା ପଡ଼ିଲା ମହଙ୍ଗା, ଗାଏବ ହୋଇଗଲା ସୁନା
·4 hours ago·2 min read

Key Points
ରିଲ୍ସରେ ଦେଖାଇଥିଲେ ଦାମୀ ଅଳଙ୍କାର
କିଛି ଦିନ ପରେ ଘରୁ ଚୋରି
YouTuber ଦମ୍ପତିଙ୍କ ଘରୁ ବ୧ କୋଟିର ସୁନା ଚୋରି

କନ୍ୟାକୁମାରୀ, ୨୬/୦୯: ସୋସିଆଲ ମିଡିଆରେ ନିଜ ଜୀବନଶୈଳୀ ଓ ଦାମୀ ଜିନିଷପତ୍ର ଦେଖାଇବା ଏବେ ଅନେକଙ୍କ ପାଇଁ ସାଧାରଣ କଥା। କିନ୍ତୁ ଏହି ଅଭ୍ୟାସ କେତେବେଳେ ବିପଦକୁ ଡାକି ଆଣିପାରେ, ତାହାର ଏକ ଘଟଣା ଏବେ ତାମିଲନାଡୁର ନାଗରକୋଇଲରେ ସାମ୍ନାକୁ ଆସିଛି। ଜଣେ YouTuber ଦମ୍ପତିଙ୍କ ଘରୁ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।
ରିପୋର୍ଟ ଅନୁସାରେ, କନ୍ୟାକୁମାରୀର ନାଗରକୋଇଲ ନିକଟସ୍ଥ ଥାମ୍ମାଥୁକୋଣମର VIP ଗାର୍ଡେନ ଅଞ୍ଚଳରେ ୟୁଟ୍ରୁବର ବିନୋଦ କୁମାର ଓ ମଧୁମିତାଙ୍କ ଘର ରହିଛି। ଗୁରୁବାର ରାତିରେ ଦମ୍ପତିଙ୍କ ଘରେ ଚୋରି ହୋଇଥିବା ଜଣାପଡ଼ିଛି। ଚୋରମାନେ ଘରର ପଛପଟ ଦ୍ୱାର ଭାଙ୍ଗି ଭିତରକୁ ପଶିଥିଲେ ଏବଂ ଘରେ ରଖାଯାଇଥିବା ସୁନା ଅଳଙ୍କାର ସହ ନଗଦ ଟଙ୍କା ନେଇ ପଳାଇଥିବା ଅଭିଯୋଗ ହୋଇଛି।
୧୧୮ଟି ଅଳଙ୍କାର ଗାଏବ!
ପ୍ରାଥମିକ ଭାବେ ମିଳିଥିବା ସୂଚନା ଅନୁସାରେ, ଘରୁ ପ୍ରାୟ ୧୧୮ଟି ସୁନା ଅଳଙ୍କାର ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ବୋଲି କୁହାଯାଉଛି। ଏହା ସହିତ ଘରେ ଥିବା ବହୁ ପରିମାଣର ନଗଦ ମଧ୍ୟ ଚୋରି ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ଘଟଣାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ଚୋରି ହେବାର କିଛି ଦିନ ପୂର୍ବରୁ ଦମ୍ପତିଙ୍କ ମୂଲ୍ୟବାନ ସମ୍ପତ୍ତି ସମ୍ପର୍କିତ କିଛି ଭିଡିଓ ସୋସିଆଲ ମିଡିଆରେ ଦେଖାଯାଇଥିଲା। ବିଶେଷକରି ମଧୁମିତାଙ୍କ ଏକ ଭିଡିଓରେ ଘରର ପୂଜା ଘର ଏବଂ ସେଠାରେ ରଖାଯାଇଥିବା ପରିବାରର ମୂଲ୍ୟବାନ ସାମଗ୍ରୀ ଦେଖାଯାଇଥିବା କୁହାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମଞ୍ଚ ଉପରକୁ ଚେୟାର ଓ ବୋତଲ ମାଡ଼,ଜାଣନ୍ତୁ କଣ ପାଇଁ ତାତିଲେ ଦର୍ଶକ
CCTV ଥିଲା, ତଥାପି ଚୋରି
ଘରଟି ଏକ ଗେଟେଡ୍ ଅଞ୍ଚଳରେ ଥିବା ସହ ସେଠାରେ CCTV ବ୍ୟବସ୍ଥା ମଧ୍ୟ ଥିବା ଜଣାପଡ଼ିଛି। ତଥାପି ଚୋରମାନେ ଘର ଭିତରକୁ ପଶି ଚୋରି କରିବାରେ ସଫଳ ହୋଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ରାଜକମଙ୍ଗଳମ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହି ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ଏହା ସହ ଘଟଣା ସମୟରେ ସନ୍ଦେହଜନକ ଗତିବିଧି ଚିହ୍ନଟ କରିବା ପାଇଁ ମୋବାଇଲ ନେଟୱାର୍କ ଓ କଲ୍ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଥିବା ଜଣା ପଡ଼ିଛି।
ସୋସିଆଲ ମିଡିଆରେ ଯୋରଦାର ଚର୍ଚ୍ଚା
ଏହି ଚୋରୀ ଘଟଣା ସମ୍ପର୍କରେ ଏକ ପୋଷ୍ଟ Xରେ ସେୟାର ହେବା ପରେ ଏହା ଭାଇରାଲ ହୋଇଛି। ଏହାକୁ ନେଇ ଅନେକ ସୋସିଆଲ ମିଡିଆରେ ନିଜ ମତ ରଖିଛନ୍ତି। କେହି କେହି ଘରର ସୁରକ୍ଷା ସମ୍ପର୍କିତ ତଥ୍ୟ ସାର୍ବଜନୀନ ଭାବେ ପୋଷ୍ଟ କରିବାରୁ ଏପରି ଘଟିଲା ବୋଲି ମତ ଦେଇଛନ୍ତି।

Related Topics
Explore more stories