Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫସିଲେ ଧ୍ରୁବ ରାଠି, ଧର୍ମଗୁରୁଙ୍କୁ ଅପମାନ କରି ବିବାଦ ଘେରରେ ଧ୍ରୁବ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଫସିଲେ ଧ୍ରୁବ ରାଠି, ଧର୍ମଗୁରୁଙ୍କୁ ଅପମାନ କରି ବିବାଦ ଘେରରେ ଧ୍ରୁବ

Key Points

ଫସିଲେ ଧ୍ରୁବ ରାଠି

ଧର୍ମଗୁରୁଙ୍କୁ ଅପମାନ କଲା ଭଳି ଭିଡିଓ କଲେ ଧ୍ରୁବ

ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ଶିଖ୍ ସମାଜ

ପୁଣି ବିବାଦରେ ଫସିଲେ ୟୁଟ୍ୟୁବର ଧ୍ରୁବ ରାଠି । ପୂର୍ବରୁ ଦେଶ ବିରୋଧରେ ଅନେକ ପ୍ରକାରର ଭିଡିଓ କରି ଅଧିକାଂଶ ସମୟରେ ବିବାଦରେ ରହିଥିଲେ ଧ୍ରୁବ ରାଠି । ଏବେ ପୁଣି ଧର୍ମଗୁରୁଙ୍କୁ ଅପମାନ କରି ବିବାଦ ଘେରରେ ରହିଛନ୍ତି । ଭିଡିଓ ଡିଲିଟ କରିଥିଲେ ମଧ୍ୟ ତାଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି କରାଯାଉଛି ।

ଜର୍ମାନୀରେ ରହୁଥିବା ଧ୍ରୁବ ରାଠି ଫେମସ ୟୁଟ୍ୟୁବର ଭାବେ ଜଣାଶୁଣା । ଅଧିକାଂଶ ସମୟରେ ସେ ଦେଶ ବିରୋଧୀ ବିଷୟ ଗୁଡିକ ତିଆରି କରି ବିରୋଧର ଶିକାର ହୁଅନ୍ତି । ଗତ କିଛିଦିନ ତଳେ ସେ ' ଦ ଶିଖ୍ ୱାରଅର ହୁ ଟେରିଫାଏଡ୍ ଦ ମୁଘ୍‌ଲ୍ସ' ନାମକ ଏକ ଭିଡିଓ କରିଥିଲେ । ଯେଉଁଥିରେ ସେ ଶିଖର ଧର୍ମଗୁରୁଙ୍କୁ ଏଆଇ ଫଟୋ ଦ୍ଵାରା କଦର୍ଯ୍ୟ କରି ଦର୍ଶାଇଛନ୍ତି । ଏହା ଶିଖ୍ ଧର୍ମର ଗୁରୁ ତଥା ଲୋକମାନଙ୍କ ପ୍ରତି ଅପମାନ ବୋଲି ଦାବି କରିଛନ୍ତି ।


ଶିରୋମଣୀ ଅକାଳି ଦଳର ଅଧ୍ୟକ୍ଷ ସୁଖବୀର ସିଂ ଏହି ଭିଡିଓକୁ ନେଇ ଧ୍ରୁବ ରାଠେକୁ କଡା ନିନ୍ଦା କରିଛନ୍ତି । ତାଙ୍କର କଡା ବିରୋଧ ପରେ ଧ୍ରୁବ ରାଠି ଚ୍ୟାନେଲ ପକ୍ଷରୁ ଭିଡିଓକୁ ଡିଲିଟ କରାଯାଇଅଛି । କିନ୍ତୁ ତଥାପି ଧ୍ରୁବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି ।

ସେହିପରି ଶିରୋମଣି ଦଳର ସେକ୍ରେଟେରୀ କହିଛନ୍ତି ଯେ ଗୁରୁ ତେଗ ବାହାଦୁରଙ୍କ ସହିଦତା ଏବଂ ବାବା ବନ୍ଦା ସିଂହ ବାହାଦୁରଙ୍କ ଐତିହ୍ୟକୁ ଦର୍ଶାଇବା ପାଇଁ ଇତିହାସକୁ ବିକୃତ କରିଛନ୍ତି ଧ୍ରୁବ ରାଠି । ଏଥିସହ ଯେଉଁ ଭାଷା ମଧ୍ୟ ଗୁରୁଙ୍କ ପ୍ରତି ସେହି ଭିଡିଓରେ କୁହାଯାଇଛି , ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଅନ୍ୟ କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ ମଧ୍ୟ ଶିଖ୍ ଗୁରୁଙ୍କୁ ନେଇ ଏପରି ଭିଡିଓ ନକରେଇବାକୁ ସତର୍କ କରାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
YouTuber Dhruv Rathee lands in controversy for insulting religious leader Sikh guru | Argus News