Pakistani Spy Jyoti Malhotara: ୩ ମାସ ପରେ ପ୍ରଥମ ଚାର୍ଜସିଟ୍ ଦାଖଲ କଲା ପୋଲିସ

Key Points
ଜ୍ୟୋତିଙ୍କୁ ପାକିସ୍ତାନ ଏକ ଟୁଲ୍ କିଟ୍ ଭାବରେ ବ୍ୟବହାର କରୁଥିଲା ।
କେସ୍ ଡାଏରୀରେ ଜ୍ୟୋତିଙ୍କ ସମସ୍ତ ବିଦେଶ ଯାତ୍ରା ମଧ୍ୟ ଉଲ୍ଲେଖ କରାଯାଇଛି।
ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ନାଁରେ ୨୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ । ଅପରେସନ ସିନ୍ଦୁର ଆରମ୍ଭ ପରେ ପାକିସ୍ତାନୀ ଲିଙ୍କରେ ଜ୍ୟୋତି ମାଲହୋତ୍ରାଙ୍କୁ ମେ ୧୬ ତାରିଖରେ ଗିରଫ କରିଥିଲା ହରିୟାଣା ପୋଲିସ । ୩ ମାସ ପରେ ପୋଲିସ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି।
ଚାର୍ଜସିଟ୍ରେ ଜ୍ୟୋତି ଦୀର୍ଘ ସମୟ ଧରି ଗୁପ୍ତଚର କାର୍ଯ୍ୟ କରୁଥିବା ଦାବି କରାଯାଇଛି । ଏକାଧିକ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଗୁପ୍ତ ସୂଚନା ଦେଉଥିଲେ ଜ୍ୟୋତି ମାଲହୋତ୍ରା। ଜ୍ୟୋତିଙ୍କୁ ପାକିସ୍ତାନ ଏକ ଟୁଲ୍ କିଟ୍ ଭାବରେ ବ୍ୟବହାର କରୁଥିଲା । କେସ୍ ଡାଏରୀରେ ଜ୍ୟୋତିଙ୍କ ସମସ୍ତ ବିଦେଶ ଯାତ୍ରା ମଧ୍ୟ ଉଲ୍ଲେଖ କରାଯାଇଛି।
ଜ୍ୟୋତି ପାକ୍ ହାଇକମିଶନରେ ନିଯୁକ୍ତ ଦାନିଶ୍ ଅଲିଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ପୋଲିସ.. ଜ୍ୟୋତି ଏବଂ ଦାନିଶ୍ଙ୍କ ମଧ୍ୟରେ ହୋଇଥିବା ଚାଟିଂ ମଧ୍ୟ ପାଇଛି। ଜ୍ୟୋତି ଆଇଏସଆଇ ଏଜେଣ୍ଟ ଶାକିର, ହସନ ଅଲି ଏବଂ ନାସିର ଢିଲୋନଙ୍କ ସହ କଥା ହେଉଥିଲେ। ପହଲଗାମ୍ ଆକ୍ରମଣ ସମୟରେ ଜ୍ୟୋତି ମାଲହୋତ୍ରାଙ୍କ ଭୂମିକାର ତଦନ୍ତ ଚାଲିଛି। ଜ୍ୟୋତିଙ୍କୁ ସୂଚନା ବଦଳରେ ଆର୍ଥିକ ଲାଭ ଦିଆଯାଉଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି । ଗୁପ୍ତଚର ସନ୍ଦେହରେ ପଞ୍ଜାବ, ହରିୟାଣା, ଗୁଜରାଟ ଏବଂ ଉତ୍ତର ପ୍ରଦେଶରୁ ୨୦ରୁ ଅଧିକ ଗୁପ୍ତଚର ଗିରଫ ହୋଇଥିଲେ ।