Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଖୋଲୁଛି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କର ଗୁମର

National

ଖୋଲୁଛି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କର ଗୁମର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଖୋଲୁଛି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କର ଗୁମର

Key Points

ଖୋଲୁଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କର ଗୁମର
ଇଣ୍ଡିଆନ ଅଣ୍ଡରକଭର ଏଜେଣ୍ଟଙ୍କ ସମ୍ପର୍କରେ ଆଇଏସଆଇକୁ ସୂଚନା ଦେଉଥିଲେ ଜ୍ୟୋତି
ସେପଟେ ପ୍ରିୟଙ୍କା ଓ ଜ୍ୟୋତିଙ୍କ ମଧ୍ୟରେ ସମ୍ପର୍କରୁ ଖୋଲୁଛି ରହସ୍ୟ
ଓଡିଶାରେ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଭିଡିଓ କରି ରେକି କରୁଥିଲେ କି ଜ୍ୟୋତି

ଯାସୁସ ଜ୍ୟୋତିଙ୍କ ସହିତ ISIର ଲିଙ୍କ କଣ ରହିଛି । ସାରା ଭାରତର ନଜର ଏହା ଉପରେ ରହିଥିବା ବେଳେ ଏବେ ଏମିତି କିଛି ତଥ୍ୟ ସାମନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । NIA, ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ହରିଆନା ପୋଲିସର ତନାଘନା ବେଳେ ଜଣାପଡିଛି, ଭାରତର ଅଣ୍ଡର କଭର ଏଜେଣ୍ଟଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଜ୍ୟୋତିଙ୍କୁ ବ୍ୟବହାର କରୁଥିଲା ISI। ଜ୍ୟୋତି ଏବଂ ISI ହ୍ୟାଣ୍ଡଲର ଅଲି ହାସନଙ୍କ ମଧ୍ୟରେ ହୋଇଥିବା ହ୍ବାଟସ ଅପ ଚାର୍ଟରୁ ଏହାର ପ୍ରମାଣ ମିଳିଛି । ଚାର୍ଟରେ ପ୍ରୋଟୋକଲ, ଅଣ୍ଡରଖବର ଏଜେଣ୍ଟ ଭଳି ଶବ୍ଦର ବ୍ୟବହାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ISI ହ୍ୟାଣ୍ଡଲର ଅଲି ହାସନ ଜ୍ୟୋତିଙ୍କୁ ପଚାରୁଛନ୍ତି ଅଟାରି ବର୍ଡର ବୁଲିବା ସମୟରେ କିଛି ଭାରତୀୟ ଅଣ୍ଡର କଭର ଏଜେଣ୍ଟ ସ୍ବତନ୍ତ୍ର ପ୍ରୋଟୋକଲରେ ଥିଲେ କି । ଏହାର ଜବାବ ଦେଉଛନ୍ତି ଜ୍ୟୋତି। ଯାହା ISI ଲିଙ୍କର ବଡ ପ୍ରମାଣ ବୋଲି ସନ୍ଦେହ କରାଯାଉଛି । ଜାତୀୟ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା ।

ସେପଟେ ପୁରୀର ୟୁଟ୍ୟୁବ ବ୍ଲଗର ପ୍ରିୟଙ୍କାଙ୍କ ସହିତ ଜ୍ୟୋତିଙ୍କ ସମ୍ପର୍କର ରହସ୍ୟ ଖୋଲୁଛି । ନିଜ ଟ୍ରାଭେଲ ବ୍ଲଗରେ ୟୁ-ଟ୍ୟୁବର ଜ୍ୟୋତି ମଲହୋତ୍ରା ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଛିଡା ହୋଇ ସେଠାକାର ଦୃଶ୍ୟ ଦେଖାଉଛନ୍ତି । ମନ୍ଦିର ଆଖପାଖର ଚିତ୍ର ଉତ୍ତୋଳନ କରୁଛନ୍ତି। ସାଥିରେ ଟ୍ରାଭେଲ କରୁଛନ୍ତି ପ୍ରିୟଙ୍କା। କାରରେ ଯାଉଛନ୍ତି। ଆଉ ସ୍ପଟରେ ପହଂଚିବା ପରେ ପାଖ ସମୁଦ୍ରକୁ ବି ଯାଉଛନ୍ତି। ପୁରୀ ଆସିଲେ ଆପଣ କେଉଁଠି ରହିବେ । କଣ ଖାଇବେ । ସେକଥା ବୁଝାଉଛନ୍ତି ଜ୍ୟୋତି । ଜ୍ୟୋତି ନିଜ ଟ୍ରାଭେଲ ବ୍ଲଗରେ ଶ୍ରୀମନ୍ଦିର ରୋଷଘରକୁ ଦେଖାଉଛନ୍ତି। ଶ୍ରୀମନ୍ଦିରର ସମ୍ବେଦନଶୀଳ ଅଂଚଳ ।

ଏଠାରେ ମଧ୍ୟ ଜ୍ୟୋତି ସମୁଦ୍ର ପାଣିରେ ମଜା ନେଉଛନ୍ତି । ପୁରା ବେଳାଭୂମିର ଦୃଶ୍ୟକୁ ଦେଖାଉଛନ୍ତି। ଏହି 5ଟି ଦୃଶ୍ୟରୁ ଗୋଟିଏ କଥା ସନ୍ଦେହ କରାଯାଉଛି କି ପୁରୀ ଶ୍ରୀମନ୍ଦିର, ବଡଦାଣ୍ଡର ସମ୍ବେଦନଶୀଳ ଅଂଚଳ, ଚିଲିକା, ପୁରୀ ବେଳାଭୂମିର ଟିକିନିଖି ଦୃଶ୍ୟ ଦେଖାଉଛନ୍ତି । ସନ୍ଦେହ କରାଯାଉଛି ବୁଲିବା ବାହାନାରେ ଓଡ଼ିଶାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼଼ିକର ରେକି କରିଥିଲେ କି ଜ୍ୟୋତି। ପାକିସ୍ତାନୀ ଗୁପ୍ତଚର ଜ୍ୟୋତିଙ୍କ ସହଯୋଗୀ ସାଜିଥିଲେ କି ପୁରୀର ପ୍ରିୟଙ୍କା। କାହିଁକି ପ୍ରତିଟି ଭିଡିଓରେ ଜ୍ୟୋତିଙ୍କ ସହିତ ଅଛନ୍ତି ପ୍ରିୟଙ୍କା।

ଜ୍ୟୋତି-ପ୍ରିୟଙ୍କା-ପାକିସ୍ତାନ ଲିଙ୍କ ଘଟଣାର ଚତୁର୍ଥ ଦିନରେ ତଦନ୍ତ ଜାରି ରହିଛି । ପ୍ରିୟଙ୍କାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ, କଣ କଣ ପୋଷ୍ଟ କରିଥିଲେ, କଣ କଣ ଡିଲେଟ୍ କରିଛନ୍ତି, ତାଙ୍କର କଲ୍ ଡିଟେଲ ରେକର୍ଡ, ବ୍ୟାଙ୍କ୍ ଆକାଉଣ୍ଟ ସବୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ପ୍ରିୟଙ୍କା ଓ ଜ୍ୟୋତି ପୁରୀର କେଉଁ କେଉଁ ସ୍ଥାନରେ, କୁଆଡେ କୁଆଡେ ଯାଇଥିଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି ।

ବଡ଼ ପ୍ରଶ୍ନ ହେଉଛି ଜ୍ୟୋତିଙ୍କ ଟ୍ରାଭେଲ୍ ବ୍ଲଗକୁ ରେକି ଟୁଲ୍ ଭାବେ ବ୍ୟବହାର କରୁଥିଲା କି ପାକ୍ ଗୁଇନ୍ଦା ସଂସ୍ଥା ISI ? ଅନ୍ୟପଟେ ପ୍ରିୟଙ୍କା ବାପା ତେଜରାତି ଦୋକାନୀ ଥିଲେ। ପରେ ଦୁଇଟି ହୋଟେଲର ମାଲିକ ପାଲଟିଲେ କେମିତି। ଜ୍ୟୋତିଙ୍କ ବାପାଙ୍କ ହୋଟେଲକୁ ଆସିଥିଲେ ପ୍ରିୟଙ୍କା। ସେଠାରେ ଭିଡିଓ କରିଥିଲେ। ବୁଲିବା ବାହାନାରେ ଓଡ଼ିଶାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼଼ିକର କରିଥିଲେ କି ରେକି ପାକିସ୍ତାନୀ ଗୁପ୍ତଚର ଜ୍ୟୋତିଙ୍କ ସହଯୋଗୀ ସାଜିଥିଲେ କି ପୁରୀର ପ୍ରିୟଙ୍କା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
youtuber-jyoti-malhotras-pakistan-link-mystery-is-revealed | Argus News