ଭିଣେଇ ପାଇଁ ବିମାନ ଅପହରଣ କରିଥିଲା, ଏବେ ସିନ୍ଦୂର ପାଇଁ ମଲା

୭ ମେ'ରେ ଭାରତ ପାକସ୍ତାନ ଉପରେ କରିଥିବା ସିନ୍ଦୂର ଅପରେସନରେ ସଫା ହୋଇଛନ୍ତି ପାକିସ୍ତାନର ୫ କୁଖ୍ୟାତ ଆତଙ୍କବାଦୀ। ମୁଦାସର ଖାଦିଆନ, ଖଲିଦ, ହାଫିଜ ଜମିଲ, ୟୁସୁଫ ଅଜହର ଏବଂ ହାସନ ଖାନଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ଏମାନେ କୁଖ୍ୟାତ ଆତଙ୍କବାଦୀ ମୋଷ୍ଟ ଓ୍ବାଣ୍ଟେଡ୍ ହାଫିଜ ସଇଦ ଏବଂ ମାସୁଦ ଆଝାରଙ୍କ ନିର୍ଦ୍ଦେଶରେ କାମ କରୁଥିଲେ।
ତେବେ ଏମାନଙ୍କ ମଧ୍ୟରୁ ମହମ୍ମଦ ୟୁସୁଫ ଅଜହରକୁ ନେଇ ଜୋର ଧରିଛି ଚର୍ଚ୍ଚା। କାରଣ ମହମ୍ମଦ ୟୁସୁଫ ଆଜହର ହେଉଛି ମାସୁଦ ଆଜହରଙ୍କ ଶଳା । ସେ ମଦ୍ରାସାରେ ଅସ୍ତ୍ରଶସ୍ତ୍ର ତାଲିମ ପରିଚାଳନା କରୁଥିଲା। ଜମ୍ମୁରେ ହୋଇଥିବା ଏକାଧିକ ଆତଙ୍କୀ ଆକ୍ରମଣରେ ତାର ସମ୍ପୃକ୍ତି ରହିଛି। IC-814 ହାଇଜ୍ୟାକିଂ ମାମଲାରେ ସିଏ ମୋଷ୍ଟ ଓ୍ବାଣ୍ଟେଡ୍ ରହିଛି। ସେ ନେପାଳ କାଠ ମାଣ୍ଡୁରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ IC-814 କୁ ଅପହରଣ କରି ନେବାର ଷଡ଼ଯନ୍ତ୍ରରେ ମଧ୍ୟ ସାମିଲ ଥିଲା। ଏହି ବିମାନ କାଠମାଣ୍ଡୁରୁ ଦିଲ୍ଲୀ ଯାଉଥିଲା। ବିମାନ ଅପହରଣ କରି ସର୍ତ୍ତ ରଖାଯାଇଥିଲା ମୌଲାନା ମସୁଦ ଅଜହର ସମେତ ୩ ଆତଙ୍କବାଦୀଙ୍କୁ ଛାଡି ଦେବାକୁ।
📱 Get Argus News App
✨ମସୁଦ ଅଜହର କିଏ ?
ମସୁଦ ଅଜହର ହେଉଛି ପାକିସ୍ତନାରେ ଥିବା ଆତଙ୍କୀ ସଙ୍ଗଠନ ଜୈଶ-ଇ ମହମ୍ମଦର ମୁଖ୍ୟ । ୨୦୧୬ ପଠାନକୋଟ୍ ଏୟାରବେସ୍ ଆଟାକ୍ ୨୦୧୯ ପୁଲୱାମା ଆଟାକ ସମେତ ୨୦୦୧ରେ ପାର୍ଲାମେଣ୍ଟ ଆକ୍ରମଣରେ ଏବଂ ୨୦୦୮ ମୁମ୍ବାଇ ଆଟାକର ସେ ହେଉଛି ମାଷ୍ଟରମାଇଣ୍ଡ। ମୋଷ୍ଟ ୱାଣ୍ଟେଡ୍ ମସୁଦକୁ ଧରିବାରେ ଭାରତ ସଫଳ ହୋଇଥିଲା । କିନ୍ତୁ ଏୟାର ଇଣ୍ଡିଆ ଆଇସି୮୧୪ ହାଇଜ୍ୟାକରେ ତାକୁ ମୁକ୍ତ କରିବାକୁ ପଡ଼ିଥିଲା । ଏହି ପ୍ଲେନକୁ ଅପହରଣ କରିଥିଲା ମସୁଦ ଅଜହରର ଶଳା ୟୁସୁଫ ଅଜହର।