Videos
|
National

ନାବାଳକୁ ହତ୍ୟା କରିଥିବା ସୀଲମପୁରର ଗ୍ୟାଙ୍ଗଷ୍ଟର୍ ଥିଲା ଭୟାନକ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନାବାଳକୁ ହତ୍ୟା କରିଥିବା ସୀଲମପୁରର ଗ୍ୟାଙ୍ଗଷ୍ଟର୍ ଥିଲା ଭୟାନକ...

ହତ୍ୟାକାଣ୍ଡ ବଲିଉଡ୍‌ର ମାଫିଆ ଫିଲ୍ମଠାରୁ କମ ନୁହେଁ । ଦିନକୁ ଦିନ ଦେଶରେ ହତ୍ୟା ପରି ମାମଲା ସାମ୍ନାକୁ ଆସୁଛି। ଯାହାକୁ ନେଇ ଲୋକେ ଭୟଭୀତ ଜଣାପଡିଛି। ଦିଲ୍ଲୀ ସୀଲମପୁର ହତ୍ୟାକାଣ୍ଡ ମାମଲାରେ ଗିରଫ ଲେଡି ଡନ୍ ଜିକରାକୁ ପୋଲିସ ରିମାଣ୍ଡରେ ପଠାଯାଇଛି । ୧୭ ବର୍ଷୀୟ କୁନାଲର ହତ୍ୟା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ । ଜିକରାକୁ ଶୁକ୍ରବାର ପୋଲିସ ଗିରଫ କରିଥିଲା । ଏହାସହ ଅନ୍ୟ ତିନି ଜଣଙ୍କୁ ମଧ୍ୟ ହେପାଜତକୁ ନେଇଥିଲା । ଗିରଫ ପରେ ପୋଲିସ ଆଜି ଜିକରାକୁ କୋର୍ଟରେ ହାଜର କରାଯାଇଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜିକରାର ରିମାଣ୍ଡ ଜରୁରି ବୋଲି ପୋଲିସ କୋର୍ଟରେ କହିଥିଲା ।

ପୋଲିସ ସୂତ୍ର ଅନୁସାରେ ଅଭିଯୁକ୍ତମାନେ କୁନାଲକୁ ହତ୍ୟା କରିବା ପୂର୍ବକୁ ସକାଳେ ଚେତାବନୀ ଦେଇଥିଲେ । ସେହି ଦିନ ସନ୍ଧ୍ୟାରେ ଅଭିଯୁକ୍ତମାନେ ଶିବ-ପାର୍ବତୀ ମନ୍ଦିର ସାମନାରେ କୁନାଲକୁ ଧରିଥିଲେ । ଦୁଇ ଜଣ ତାକୁ ଛୁରୀ ଭୁସିଥିଲେ, ଅନ୍ୟମାନେ ଜଗି ରହିଥିଲେ । କୁନାଲ କୌଣସି ପ୍ରକାରେ ଘଟଣାସ୍ଥଳକୁ କିଛି ମିଟର ଦୂର ସ୍ଥିତ ଏକ କ୍ଲିନିକ୍ ପହଞ୍ଚିଥିଲା । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ଏହାପରେ ଡାକ୍ତର ଇ-ରିକ୍ସାରେ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇଥିଲେ, କିନ୍ତୁ ଅଧା ରାସ୍ତାରେ ହିଁ କୁନାଲର ମୃତ୍ୟୁ ହୋଇଥିଲା ।

ଦିଲ୍ଲୀ ପୋଲିସର କହିବା ଅନୁସାରେ ଯେ ଜି୨କରା ହିଁ ନିଜ ଭାଇର ଆକ୍ରମଣର ପ୍ରତିଶୋଧ ନେବା ପାଇଁ ନାବାଳକର ହତ୍ୟା ଷଡ଼ଯନ୍ତ୍ର ରଚିଥିଲା । ପୋଲିସ କହିଛି ଯେ କୁନାଲକୁ ଜିକରାର ଦାଦା ପୁଅ ଭାଇ ସାହିଲ ଓ ଦିଲଶାହ ଛୁରୀ ଭୁସି ଥିଲା । ଜେରା ବେଳେ ଜିକରା କହିଛି ଯେ ଗତ ନଭେମ୍ୱରରେ ତାର ଭାଇ ସଲିମ୍ ଉପରେ ଲାଲା ଓ ଶମ୍ଭୁ ନାମକ ଦୁଇ ଜଣ ଆକ୍ରମଣ କରିଥିଲେ । ଦୁହେଁ କୁନାଲ୍‌ର ସାଙ୍ଗ ଥିଲେ । ଆକ୍ରମଣ ପରେ କୁନାଲ୍ ମଧ୍ୟ ଉପସ୍ଥିତ ଥିଲା କିନ୍ତୁ ସେତେବେଳେ ସେ ନାବାଳକ ଥିବା ଯୋଗୁଁ ଏଫଆଇଆର୍ ହୋଇନଥିଲା । କୁନାଲ ପାଇଁ ହିଁ ଏହି ଆକ୍ରମଣ କରାଯାଇଥିବା ଜକିରା ଓ ସାହିଲ ଅନୁମାନ କରିଥିଲେ । ଏବଂ ଏଥିପାଇଁ ସେ ପ୍ରତିଶୋଧ ନେବାକୁ ଷଡ଼ଯନ୍ତ୍ର କରିଥିଲେ ।

ଅଧିକାରୀମାନେ କହିଛନ୍ତି ଯେ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ହାଶିମ ବାବାର ସ୍ତ୍ରୀ ଜୋୟା ପାଇଁ ବାଉନ୍ସର ଭାବେ ଜିକରା କାମ କରୁଥିଲା । ତିନି ମାସ ପୂର୍ବେ ଜିକରା ଜେଲରୁ ଫେରିଥିଲା । ଆର୍ମ୍ସ ଆକ୍ଟରେ ପୋଲିସ ତାକୁ ଗିରଫ କରିଥିଲା । ସେ ସବୁବେଳେ ନିଜ ପାଖରେ ଏକ ବନ୍ଧୁକ ରଖୁଥିଲା । ସୋସିଆଲ୍ ମିଡିଆର ତାର ଅନେକ ରିଲ୍ସ ରହିଛି, ଯେଉଁଥିରେ ସେ ଗ୍ୟାଙ୍ଗଷ୍ଟର ଲାଇନ୍ କହୁଥିବା ନଜର ଆସୁଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
zikra-worked-as-a-bouncer-for-jailed-gangster-hashim-babas-wife-zoya-before-the-latters-arrest-by-delhi-police-in-a-drugs-case | Argus News