Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଂଗ୍ରେସର ମହାଲୁଟ୍ ମନ୍ତ୍ର ଉପରେ ମୋଦିଙ୍କ ପ୍ରହାର

National

କଂଗ୍ରେସର ମହାଲୁଟ୍ ମନ୍ତ୍ର ଉପରେ ମୋଦିଙ୍କ ପ୍ରହାର

Banajyotshna Ray
Browse all articles by Banajyotshna Ray
·2 years ago·2 min read
କଂଗ୍ରେସର ମହାଲୁଟ୍ ମନ୍ତ୍ର ଉପରେ ମୋଦିଙ୍କ ପ୍ରହାର
  • ମଙ୍ଗଲସୂତ୍ର..ହନୁମାନ ଚାଳିଷା..ଏବେ କଂଗ୍ରେସକୁ ସାମ ପିତ୍ରୋଡା ଝଟକା
  • ପୁଣି କଂଗ୍ରେସର ଆଉ ଏକ ହୀନ ରାଜନୈତି ଉଦ୍ଦେଶ୍ୟର ମୁଖା ଖୋଲିଲେ ପ୍ରଧାନମନ୍ତ୍ରୀ
  • ପୁଣି ଦେଶକୁ ଲୁଟିବାର କଂଗ୍ରେସର ମହାଯୋଜନା ଉପରେ ମୋଦିଙ୍କ କଡା ଆଭିମୁଖ୍ୟ

ଅର୍ଗସ ବ୍ୟୁରୋ:  କଂଗ୍ରେସର ଅଲ୍ ଟାଇମ୍ ଆଡଭାଇଜର ସାମ ପିତ୍ରୋଡାଙ୍କ ଇନହାରିଟାନସ ଟାକ୍ସ ମନ୍ତବ୍ୟ ଭାରୀ ପଡିଛି କଂଗ୍ରେସକୁ। ତାଙ୍କ କହିବାନୁସାରେ ନିଜ ସମ୍ପତ୍ତିକୁ ପିଲାଙ୍କୁ ଦେଇପାରିବେନି ମା ବାପା। ଆମେରିକାର ଉତ୍ତରାଧିକାରୀ ଆଇନ କୁ ଅନୁସରଣ କରିବାକୁ ଚାହୁଁଛି କଂଗ୍ରେସ। ଏହି ନିୟମ ଅନୁସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିର  କେବଳ ୪୫ ପ୍ରତିଶତ ତାଙ୍କ ପରିବାର ଅର୍ଥାତ ପିଲାମାନଙ୍କୁ ମିଳେ। ବଳକା ୫୫ ପ୍ରତିଶତ ସରକାରଙ୍କ ଅଧୀନକୁ ଚାଲିଯାଏ କଂଗ୍ରେସର ମନ୍ତ୍ର ହେଉଛି, କଂଗ୍ରେସର ଲୁଟ୍‌ ଜୀନ୍ଦଗି କେ ସାଥ୍‌ ଭି ଔର୍‌ ଜୀନ୍ଦଗି କେ ବାଦ୍‌ ଭି। ଯେତେ ପର୍ଯ୍ୟନ୍ତ ଆପଣ ଜୀବିତ ରହିବେ, କଂଗ୍ରେସ ଆପଣଙ୍କ ଠାରୁ ଟ୍ୟାକ୍ସ ନେଇ ନେଇ ପାରିବ। ମୃତ୍ୟୁ ପରେ ସେ ଆପଣଙ୍କ ଉପରେ ଉତ୍ତରାଧିକାରୀ ଟ୍ୟାକ୍ସର ବୋଝ ଲଦି ଦେବ। ଯେଉଁ ଲୋକମାନେ ପୂରା କଂଗ୍ରେସ ପାର୍ଟିକୁ ନିଜ ପିଲାମାନଙ୍କୁ ସେମାନଙ୍କର ପୂର୍ବପୁରୁଷ ସମ୍ପତ୍ତି ଭାବରେ ଦେଇଛନ୍ତି, ସେମାନେ ଚାହାଁନ୍ତି ନାହିଁ ଯେ ଜଣେ ସାଧାରଣ ଭାରତୀୟ ତାଙ୍କ ସମ୍ପତ୍ତି ନିଜ ପିଲାମାନଙ୍କୁ ଦିଅନ୍ତୁ ବୋଲି କହି ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି।

କେଉଁ ଅଧିକାର ରେ କଂଗ୍ରେସ ନିଜ ବାପା ମା'ଙ୍କ ପରିଶ୍ରମର ଧନକୁ ଲୁଟିବାକୁ ଚାହୁଁଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ର ଅଧିକ ପ୍ରତିଶତ ମଧ୍ୟବିତ୍ତ ଶ୍ରେଣୀ ର। ସେମାନେ ସେମାନଙ୍କ କଷ୍ଟରେ ଅର୍ଜିତ ଧନକୁ ତାଙ୍କ ନିଜ ପରିବାରର ରକ୍ଷାଣ ବେକ୍ଷଣ ପାଇଁ ଦେବାକୁ ଚାହାନ୍ତି। କିନ୍ତୁ କଂଗ୍ରେସର ଏହି ଷଡଜନ୍ତ୍ର ସେମାନଙ୍କ ଜୀବନ ରେ ଘୋର ବିପଦ ଆଣିଦେବ ବୋଲି ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶକୁ ଏପରି ମହାଲୁଟ କାରୀ ମାନଙ୍କ ଠାରୁ ବଂଚାଇବାର ସମୟ ଆସିଛି। ୨୦୨୪ ନିର୍ବାଚନରେ ବିଜେପି ସରକାରଙ୍କ ସାଥ ଦେଇ ଦେଶକୁ ଏପରି ଲୁଟକାରୀ ମାନଙ୍କ ପଂଜାରୁ ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଅନ୍ୟପଟେ ପିଟ୍ରୋଡାଙ୍କର ଏହା ବ୍ୟକ୍ତିଗତ ମତ ବୋଲି ଦଳପକ୍ଷରୁ ସଫେଇ ଦିଆଯାଇଛି । ସାମ ପିଟ୍ରୋଡାଙ୍କ ବୟାନକୁ ନେଇ ବିଜେପିର ବଡ ନେତାମାନେ କଡା ପ୍ରତିକ୍ରିୟା  ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ସମେତ ବିଜେପିର ତୁଙ୍ଗ ନେତାମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଦେଶ ସମ୍ପତ୍ତିକୁ ଲୁଟିବାର କଂଗ୍ରେସର ହିଡନ୍ ଏଜେଣ୍ଡାର ମୁଖା ଖୋଲିଯାଇଛି । 'ଉତ୍ତରାଧିକାରୀ ଙ୍କ ବିଷୟରେ କହି ଗାନ୍ଧୀ ପରିବାରର ବିଶେଷ ପରାମର୍ଶଦାତା ସାମ ପିଟ୍ରୋଡା କଂଗ୍ରେସର ଜିନ୍ଦେଗି କେ ସାଥ ଭି ଜିନ୍ଦେଗି କେ ବାଦ୍ ଭି' ଉଦ୍ଦେଶ୍ୟକୁ  ସାମନାକୁ ଆଣିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Painting
Sponsored
'Zindagi Ke Saath, Zindagi Ke Baad': PM Modi Hits Out At 'Congress Loot' As Pitroda Remarks Give BJP Fresh Ammo | Argus News