Sridhar Vembu / ୫୦, ୦୦୦କୋଟିର ମାଲିକ Zoho Mail ପ୍ରତିଷ୍ଠାତା

Key Points
ଗାଁରେ ରହି କମାଉଛନ୍ତି କୋଟି କୋଟି ଟଙ୍କା
ଜୀବନ କାହାଣୀ ଶୁଣିଲେ ଆପଣଙ୍କୁ ବି କରିବ ଆଶ୍ଚର୍ଯ୍ୟ
୫୦, ୦୦୦କୋଟିର ମାଲିକ Zoho Mail ପ୍ରତିଷ୍ଠାତା
ଛୋଟ ସହର କିମ୍ବା ଗାଁରୁ ଯେତେବଳେ ପାଠ ପଢ଼ିସାରନ୍ତି ସେତେବେଳେ ଆପଣ ନିଶ୍ଚିତ ସ୍ବପ୍ନ ଦେଖିଥିବେ ମୁଁ ବିଦେଶରେ ଚାକିରି ଖଣ୍ଡେ ପାଇଯାନ୍ତି କି? ଭଲ ପ୍ୟାକେଜରେ ଯଦି ଚାକିତି ମିଳିଗଲା ତେବେ ଘର ଦ୍ବାର ଛାଡ଼ି ସେହି ଜାଗାରେ ହିଁ ସେଟଲ ହୋଇଯାଆନ୍ତି। କିନ୍ତୁ ଶ୍ରୀଧର ଭେମ୍ବୁଙ୍କ କଥା ପୁରା ଅଲଗା। ଆମେରିକାର ପ୍ୟାକେଜ ଛାଡ଼ିଦେଇ ଲୁଙ୍ଗି ପିନ୍ଧି, ସାଇକେଲ ଚଲାଇ ଏବେ ୫୦, ୦୦୦ କୋଟିର ମାଲିକ। ହେଲେ ବି ଗାଁର ପ୍ରେମକୁ ଛାଡ଼ିପାରି ନାହାନ୍ତି। ଭାରତୀୟ ସଫ୍ଟୱେର୍ କମ୍ପାନୀ ଜୋହୋ ଆଜିକାଲି ଖୁବ ଚର୍ଚ୍ଚା ସାଉଣ୍ଟୁଛି। କମ୍ପାନୀର ମେସେଜିଂ ଆପ୍, ଆରଟାଇ, ହ୍ୱାଟ୍ସଆପ୍ର ଏକ ଦୃଢ଼ ବିକଳ୍ପ ପାଲଟିଛି। ଅନେକ ୟୁଜର୍ସ ଏହାର ଉନ୍ନତ ଟେକ୍ନୋଲୋଜି, ମାଗଣା ସେବା ଏବଂ ବୃତ୍ତିଗତ ବୈଶିଷ୍ଟ୍ୟଗୁଡ଼ିକୁ ଦର୍ଶାଇ Gmail ରୁ Zoho Mail କୁ ସ୍ୱିଚ୍ କରିଛନ୍ତି।
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି ଯେ ସେ ଜୋହୋ ମେଲ୍ କୁ ସ୍ୱିଚ୍ କରିଛନ୍ତି। ସେ ତାଙ୍କର ନୂତନ ଇମେଲ୍ ଠିକଣା ମଧ୍ୟ ସାର୍ବଜନୀନ କରିଛନ୍ତି। ଯାହା ଜୋହୋ ମେଲ୍ ପ୍ରତି ଆଗ୍ରହକୁ ଆହୁରି ବଢ଼ାଇଛି। କିନ୍ତୁ ଆପଣ ଜାଣନ୍ତି କି ଜୋହୋ ମେଲ୍ର ପ୍ରତିଷ୍ଠାତା କିଏ ଆଉ ସେ କେତେ ଧନୀ ଆସନ୍ତୁ ଜାଣିବା।
ଏହାସହ ପଢ଼ନ୍ତୁ: ତାଲିବାନୀ ମନ୍ତ୍ରୀଙ୍କ ପ୍ରେସ୍ମିଟ୍, ମହିଳା ସାମ୍ବାଦିକଙ୍କୁ ମିଳିଲାନି ଅନୁମତି
📱 Get Argus News App
✨ଶ୍ରୀଧର ଭେମ୍ବୁ କିଏ? ୧୯୬୮ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀଧର ଭେମ୍ବୁ ଜଣେ ପ୍ରସିଦ୍ଧ ଭାରତୀୟ ଶିଳ୍ପପତି ଏବଂ ଜୋହୋ କର୍ପୋରେସନର ପ୍ରତିଷ୍ଠାତା। ଫୋବର୍ସର ୨୦୨୪ ତାଲିକା ଅନୁଯାୟୀ ସେ ଭାରତର ୩୯ତମ ଧନୀ ବ୍ୟକ୍ତି, ପ୍ରାୟ ୫.୮୫ ବିଲିୟନ ଡଲାର ସମ୍ପତ୍ତି ମାଲିକ। ଭାରତ ସରକାର ତାଙ୍କୁ ୨୦୨୧ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ।
ଶୂନରୁ ଆରମ୍ଭ କରି ବିଲିୟନ ଡଲାରର କମ୍ପାନୀ ପର୍ଯ୍ୟନ୍ତ ଯାତ୍ରା ଚାଲନ୍ତୁ ଜାଣିବା।
ଭେମ୍ବୁ ତାମିଲନାଡୁର ତାଞ୍ଜାଭୁର ଜିଲ୍ଲାର ଏକ ଛୋଟ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ IIT ମାଡ୍ରାସରେ ବୈଦ୍ୟୁତିକ ଇଞ୍ଜିନିୟରିଂ ପାଠପଢ଼ିଥିଲେ ଏବଂ ତା’ପରେ ଆମେରିକାର ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଏବଂ ପିଏଚଡି ଡିଗ୍ରୀ ହାସଲ କରିଥିଲେ।
ପ୍ରଥମେ ସେ କ୍ୱାଲକମରେ ଜଣେ ୱାୟାରଲେସ ଇଞ୍ଜିନିୟର ଭାବରେ ଆରମ୍ଭ ହୋଇଥିଲା। ପରେ ସେ ସାନ ଫ୍ରାନସିସ୍କୋ ବେ ଏରିଆରେ କାମ କରିଥିଲେ ଏବଂ ୧୯୯୬ ମସିହାରେ ତାଙ୍କ ଭାଇମାନଙ୍କ ସହିତ AdventNet ପ୍ରତିଷ୍ଠା କରିଥିଲେ। ଯାହା ପରେ Zoho କର୍ପୋରେସନରେ ପରିଣତ ହୋଇଥିଲା। ଆଜି, କମ୍ପାନୀଟି କ୍ଲାଉଡ୍ ସଫ୍ଟୱେର୍ ଏବଂ CRM ସମାଧାନ ପାଇଁ ସାରା ବିଶ୍ୱରେ ଜଣାଶୁଣା।
୨୦୧୯ ମସିହାରେ, ଭେମ୍ବୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେ ଚେନ୍ନାଇ ଏବଂ ଆମେରିକାରେ ତାଙ୍କ ଜୀବନ ଛାଡି ତାମିଲନାଡୁର ତେଙ୍କାସି ଗାଁକୁ ଚାଲିଆସିଥିଲେ। ସେ ସବୁବେଳେ ଚାହୁଁଥିଲେ ନିଜ ଗାଁକୁ ଆସି ସାଧାରଣ ଭାବେ ଜୀବନଯାପନ କରିବାକୁ। ସେ ବର୍ତ୍ତମାନ ଗାଁରେ ରହି ତାଙ୍କର ବ୍ୟବସାୟ ଚଳାଉଛନ୍ତି। ସେ ବିଶ୍ୱାସ କରନ୍ତି ଯେ ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାମୀଣ ବିକାଶ ଏକାଠି ହେବା ଉଚିତ। ଆଜି, ଭେମ୍ବୁ ଜୋହୋରେ ୮୮% ଅଂଶଧନର ମାଲିକ, ଏବଂ ତାଙ୍କର ସମ୍ପତ୍ତି ମାତ୍ର କିଛି ବର୍ଷ ମଧ୍ୟରେ ଦୁଇଗୁଣରୁ ଅଧିକ ହୋଇଛି।
Related Topics
Explore more stories