‘ଡେଲିଭରୀ ବଏ’ ସାଜିଲେ ଜୋମାଟୋ ସିଇଓ

ଅର୍ଗସ ବ୍ୟୁରୋ: ଜୋମାଟୋ ସିଇଓ ଦୀପିନ୍ଦର ଗୋୟାଲ ନିକଟରେ ତାଙ୍କ ସ୍ତ୍ରୀ ଗ୍ରେସିଆ ମୁନୋଜଙ୍କ ସହ ଗୋଟିଏ ଦିନ ଫୁଡ୍ ଡେଲିଭରୀ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ। ଏହି experience ପରେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ଗୁରୁଗ୍ରାମର ଏକ ମଲରେ ଫୁଡ୍ ଡେଲିଭରୀ କରୁଥିବାବେଳେ ତାଙ୍କୁ stair ବ୍ୟବହାର କରିବାକୁ କୁହାଯାଇଥିଲା। ସେମାନଙ୍କୁ ମଲ ଭିତରକୁ ଅନୁମତି ଦିଆଯାଇ ନ ଥିଲା। ଭିଡିଓରେ ଦୀପନ୍ଦର ଜୋମାଟୋ ଡେଲିଭରି ବଏଙ୍କ ନାଲି ରଙ୍ଗର ୟୁନିଫର୍ମରେ ମଲର ପ୍ରବେଶ ଦ୍ୱାରକୁ ଯାଉଥିବାର ନଜର ଆସିଛନ୍ତି। ଯେଉଁଠି ତାଙ୍କୁ ମଲ୍ରେ ଏଣ୍ଟ୍ରି କରିବାକୁ ଦିଆଯାଇ ନ ଥିଲା।
ଭିଡିଓରେ ଦେଖାଯାଉଛି, ଦୀପିନ୍ଦର ଗୋୟଲ ସୁରକ୍ଷାକର୍ମୀଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସୁରକ୍ଷାକର୍ମୀ ତାଙ୍କୁ ପାର୍ଶ୍ୱରେ ଥିବା ସିଡ଼ି ଆଡକୁ ଦେଖାଉଛନ୍ତି। ଦୀପିନ୍ଦର ଗୋୟଲ ତାଙ୍କୁ ପୁଣି ପଚାରିଛନ୍ତି ଯେ ଡେଲିଭରି ବଏଙ୍କ ପାଇଁ ଅଲଗା ଲିଫ୍ଟ ଅଛି କି? ଏହା ପରେ ସେ ସିଡ଼ି ଦ୍ୱାରା ତୃତୀୟ ମହଲା ରେଷ୍ଟୁରାଣ୍ଟରେ ପହଞ୍ଚିଲେ। ତୃତୀୟ ମହଲାରେ ପହଞ୍ଚିବା ପରେ ସେ ଆହୁରି ନିରାଶ ହେଲେ। କାରଣ ସେଠି ବି ତାଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଲା ନାହିଁ। ଭିଡିଓରେ ଦୀପିନ୍ଦର ଗୋୟଲ ଆହୁରି କହିଛନ୍ତି, ତୃତୀୟ ମହଲାର ପାହାଚ ଚଢିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଆମେ ମଲ ଭିତରକୁ ଯାଇ ପାରିବୁ ନାହିଁ। ଅର୍ଡର ନେବାକୁ ଆମକୁ ସିଡ଼ିରେ ହିଁ ଅପେକ୍ଷା କରିବାକୁ ପଡିବ।
ଭିଡିଓରେ ଦୀପିନ୍ଦର ଗୋୟଲ ନିଜେ ଚଟାଣରେ ବସି ଅନ୍ୟ ଡେଲିଭରି ବଏମାନଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି। ସମସ୍ତେ ଖାଦ୍ୟ ଅର୍ଡର ନେବା ପାଇଁ ଅପେକ୍ଷା କରିଛନ୍ତି। ଦୀପିନ୍ଦର ତାଙ୍କ ସମୟରେ ଏକ ଡେଲିଭରି ବଏ ଡ୍ରାଇଭର ଭାବରେ ଅନେକ ପୋଷ୍ଟ ଶେୟାର କରିଥିଲେ। ଏକ ରିଲରେ ତାଙ୍କ ଅଭିଜ୍ଞତା ବିଷୟରେ ସେ କହିଛନ୍ତି, ଆମକୁ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବା ଏବଂ ଯାତ୍ରା ଉପଭୋଗ କରିବାକୁ ବହୁତ ଭଲ ଲାଗେ। କିନ୍ତୁ ଡେଲିଭରୀ ବଏଙ୍କୁ ଏଭଳି ହଇରାଣ ହେବାକୁ ପଡ଼ୁଛି ମୁଁ ଆଜି ଫିଲ କଲି।
📱 Get Argus News App
✨ଭିଡିଓରେ ଦୀପିନ୍ଦର କହିଛନ୍ତି, ମୋର ଦ୍ୱିତୀୟ ଅର୍ଡର ସମୟରେ ମୁଁ ହୃଦୟଙ୍ଗମ କଲି ଯେ ସମସ୍ତ ଡେଲିଭରି ପାର୍ଟନରଙ୍କ ପାଇଁ କାର୍ଯ୍ୟ ସ୍ଥିତିକୁ ସୁଦୃଢ କରିବା ପାଇଁ ମଲ ସହିତ ମିଳିତ ଭାବରେ କାମ କରିବା ଆବଶ୍ୟକ। ପ୍ରତି ମଲ ଗୁଡିକ ଅଧିକ ମାନବିକ ହେବା ଆବଶ୍ୟକ। କାରଣ ସମସ୍ତେ ମଣିଷ। ଏମିତି ପାତର ଅନ୍ତର କରିବା ଆଦୌ ଠିକ ନୁହେଁ।
ଅଧିକ ପଢ଼ନ୍ତୁ ଭାରତ ଖବର