Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନାଁ ବଦଳେଇଲା ଜୋମାଟୋ , ଏହି ନାଁ ରେ ରହିବ କମ୍ପାନୀ..

National

ନାଁ ବଦଳେଇଲା ଜୋମାଟୋ , ଏହି ନାଁ ରେ ରହିବ କମ୍ପାନୀ..

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ନାଁ ବଦଳେଇଲା ଜୋମାଟୋ , ଏହି ନାଁ ରେ ରହିବ କମ୍ପାନୀ..

 ଅର୍ଗସ ବ୍ୟୁରୋ : ଏବେ ଜୋମାଟୋରୁ ମଗେଇ ପାରିବେନି ଖାଦ୍ୟ । କାରଣ ଜୋମାଟେ ନିଜର ନାଁ ବଦଳାଇ ଦେଇଛି । ଫୁଡ ଡେଲିଭର କମ୍ପାନୀ ଜୋମାଟୋର ନାଁ ବଦଳାଯାଇ 'ଏଟରନାଲ ଏଲଟିଡି' ରଖାଯାଇଛି । ବୋର୍ଡ ଏହି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛି । କିନ୍ତୁ ଗ୍ରାହକଙ୍କ ପାଇଁ ଜୋମାଟୋ ଆପ, ବ୍ରାଣ୍ଡ, ଏବଂ ସର୍ଭିସରେ କୌଣସି ପରିବର୍ତ୍ତନ ହେବନାହିଁ । କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଏହାର ଅଫିସିଆଲ ପୋଷ୍ଟରେ କୁହାଯାଇଛି , "ଏଟରନାଲ ଆମର ମୂଳ କମ୍ପାନୀ ଅଟେ ।


କିନ୍ତୁ ଆପର ନାଁ ଜୋମାଟୋ ହିଁ ରହିବ ।" ତେବେ ଜୋମାଟୋର ନାଁ ବଦଳିବା ନେଇ ସୋସିଆଲ ମିଡିଆରେ ଅନେକ ମଜାଦାର ମିମ୍ସ ଭାଇରାଲ ହେବାରେ ଲାଗିଛି । ତେବେ ଜୋମାଟୋ ଏକ କମେଣ୍ଟ ନିଜ ଅଫିସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି, ଯେଉଁଥିରେ ଜଣେ ୟୁଜର୍ସ ଲେଖିଛନ୍ତି, ସତରେ କଣ ଜୋମାଟୋ ବନ୍ଦ ହେଇଯାଉଛି ? ମୋର ଟଙ୍କା ରିଫଣ୍ଡ ଏବେ ଯାଏଁ କରିନି ଜୋମାଟୋ ...ତେବେ ଯାହାକୁ ନେଇ ଜୋମାଟେ ଆପ ବନ୍ଦ ହୋଇନଥିବା ସ୍ପଷ୍ଟ କରିଛି । ଦୀପେନ୍ଦର ଗୋୟଲ କହିଛନ୍ତି, ଏହି ଆପ କେବଳ ଫୁଡ ଡେଲିଭର ଭିତରେ ସୀମିତ ରହିବନି । ଏହି କମ୍ପାନୀକୁ ନେଇ ବଡ ସ୍ବପ୍ନ ଅଛି । ଯାହା କେବଳ ଫୁଡ ଡେଲିଭରୀ ନୁହେଁ, ଅନ୍ୟ ବିଜନେସ ମଧ୍ୟ ଆରମ୍ଭ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Zomato has changed its name, the company will remain under this name | Argus News