Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha Parba 2026

Odisha Parba / ଆମର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜାଗର କରିବ ଆପଣ ମାନଙ୍କ ପ୍ରଦର୍ଶନ: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଆମର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜାଗର କରିବ ଆପଣ ମାନଙ୍କ ପ୍ରଦର୍ଶନ: ଧର୍ମେନ୍ଦ୍ର ପ୍ରଧାନ
Odisha Parba 2026

Key Points

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆଜିଠୁ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହେଉଛି ‘ଓଡ଼ିଶା ପର୍ବ -୨୦୨୬' । ଓଡ଼ିଶା ପର୍ବରେ ଦିଲ୍ଲୀ ଓଡ଼ିଆ ଖାଦ୍ୟ, ନାଚ, ଗୀତ, କଳା କାରିଗରୀର ଝଲକ ଦେଖିବ ।

ନୂଆଦିଲ୍ଲୀ: ମଞ୍ଚ ପ୍ରସ୍ତୁତ, କଳାକାର ବି ପ୍ରସ୍ତୁତ... ଦିଲ୍ଲୀ ଦେଖି ଓଡ଼ିଶାର ପରମ୍ପରା, ସଂସ୍କୃତି, ଲୋକକଳା । ଗୀତରେ ଝୁମିବେ ସମସ୍ତେ, ତାଳ ଦେଇ ବି ନାଚିବେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆଜିଠୁ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହେଉଛି ‘ଓଡ଼ିଶା ପର୍ବ -୨୦୨୬'

ଓଡ଼ିଶା ପର୍ବରେ ଦିଲ୍ଲୀ ଓଡ଼ିଆ ଖାଦ୍ୟ, ନାଚ, ଗୀତ, କଳା କାରିଗରୀର ଝଲକ ଦେଖିବ । ଯୋଡ଼ିଶଙ୍ଖ, ରଣପା, ସାହିଯାତ, ପାଇକ ନାଚ, ଆଦିବାସୀ ନାଚ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ । ଗୋଟିଏ ସ୍ଥାନରେ ଓଡ଼ିଆ ଓ ଅଣଓଡ଼ିଆ ସଭିଏଁ ହେବେ ଏକାଠି । ହାତ ପାହାନ୍ତାରେ ଓଡ଼ିଶାର ପିଠାପଣା, ମିଠା, ସୁସ୍ଵାଦୁ ବ୍ୟଞ୍ଜନର ମଜା ନେବେ ଦେଶବାସୀ । ଓଡ଼ିଶାର ନୃତ୍ୟଶିଳ୍ପୀମାନେ ରାଜ୍ୟର ପାରମ୍ପରିକ ନୃତ୍ୟ ଏବଂ ଲୋକକଳାକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବେ। ଆଦିବାସୀ ଲୋକକଳାଠୁ ଆଧୁନିକ ସଂଗୀତ, ଗୋଟିଏ ମଞ୍ଚରେ ମିଳିବ ସବୁର ଝଲକ ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀରେ ଝଲସିବ ଓଡ଼ିଶାର ଗୌରବ…ଜେଏଲଏନ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ‘ଓଡ଼ିଶା ପର୍ବ–୨୦୨୬’

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଓଡ଼ିଶା ପର୍ବକୁ ଆସିଥିବା କଳାକାର । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଲେଖିଛନ୍ତି, "ନୂଆଦିଲ୍ଲୀରେ 'ଓଡ଼ିଶା ପର୍ବ-୨୦୨୬'ରେ ଯୋଗଦେବାକୁ ଆସିଥିବା ସମ୍ବଲପୁରୀ ଗାୟକ ଉମାକାନ୍ତ ବାରିକ, ତାଙ୍କ ଟିମ ତଥା କଳାକାର ବନ୍ଧୁମାନଙ୍କୁ ଭେଟି ଆନନ୍ଦିତ ।"


କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ଲେଖିଛନ୍ତି, "ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବା ଦିଗରେ ସମସ୍ତଙ୍କର ଅବଦାନ ଅତୁଳନୀୟ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆପଣ ମାନଙ୍କର ପ୍ରଦର୍ଶନ ଆମର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜାଗର କରିବ । ସମସ୍ତ ବନ୍ଧୁମାନଙ୍କୁ ମୋର ଅନେକ ଶୁଭେଚ୍ଛା ।"

ଓଡ଼ିଶା ପର୍ବର ଏହି ସମାରୋହରେ ପ୍ରଦର୍ଶିତ ହେବ ଓଡ଼ିଶାର ପାରମ୍ପରିକ ଆରିସା ପିଠା, ପୋଡ଼ ମିଠା, ପାନ, ଦହିବରା, ଝାଲ ମୁଢ଼ି ପରି ଅନ୍ୟାନ୍ୟ ଖାଦ୍ୟପେୟ । ଏଥିପାଇଁ ଖାଦ୍ୟ ଷ୍ଟଲର ଥିମ୍ ରହିଛି ୯ ତିଅଣ ଛଅ ଭଜା । ମୋଟ ୪୫ଟି ଖାଦ୍ୟ ଷ୍ଟଲ୍ ରହିବ । ସେହିପରି ହସ୍ତଶିଳ୍ପ ପାଇଁ ୨୫ଟି ଓ କୋରାପୁଟ କଫି ପାଇଁ ସ୍ୱତନ୍ତ୍ର ଭାବେ ୪ଟି ଷ୍ଟଲ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜ୍ଞାନ ମଣ୍ଡପମରେ ବିଭିନ୍ନ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଓଡ଼ିଶା ପର୍ବ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ୱତନ୍ତ୍ର ପରିଚୟକୁ ବିଶ୍ୱବିଦିତ କରାଇବାରେ ବଡ଼ ଭୂମିକା ଗ୍ରହଣ କରିଛି । ଓଡ଼ିଶାର କୋଣାର୍କ ମନ୍ଦିର କାରୁକାର୍ଯ୍ୟ ହେଉ କିମ୍ବା ପଟ୍ଟଚିତ୍ରର ଭବ୍ୟତାର ପ୍ରଚାର ପ୍ରସାର କରିବ ଓଡ଼ିଶା ପର୍ବ । ଶଙ୍ଖଧ୍ୱନି, ରଣପା, ସାହିଯାତ, ପାଇକ ନାଚ, ଆଦିବାସୀ ନାଚ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ।

ସଞ୍ଜ ନଇଁଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ସନ୍ଧ୍ୟା ହେଲେ ରଙ୍ଗୀନ ହୋଇ ଉଠିବ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ । ଶୁକ୍ରବାରଠୁ ରବିବାର ଦିନ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମ ସନ୍ଧ୍ୟାରେ ନୃତ୍ୟ ପରିବେଷଣ କରିବେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି । ସେହିପରି ସମ୍ବଲପୁରୀ ନୃତ୍ୟ ନାଟିକା ମାଧ୍ୟମରେ ପ୍ରଦର୍ଶିତ ହେବ ପଶ୍ଚିମ ଓଡ଼ିଶାର ସଂସ୍କୃତି ।

ଏଥିସହ ପଢ଼ନ୍ତୁ: ଆମ ସଂସ୍କୃତି ଓ ପରମ୍ପରାର ପରିଚୟ 'ଓଡ଼ିଶା ପର୍ବ'

ଆଦିବାସୀଙ୍କ ଜୀବନଶୈଳୀର ଝଲକ, ଓଡ଼ିଶାର ଆଦିବାସୀ ଜନଜାତି ନୃତ୍ୟରେ ଝଲସିବ । ଏହା ପଛକୁ ପଛ ପଶ୍ଚିମ ଓଡ଼ିଶା ସୁର ସନ୍ଧ୍ୟାରେ ଚାରଚାନ୍ଦ୍ ଲଗାଇବେ ଲୋକପ୍ରିୟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଏବଂ ଶାଶ୍ଵତ ତ୍ରିପାଠୀ । ସେହିପରି ଦ୍ଵିତୀୟ ଓ ତୃତୀୟ ଦିନ ସନ୍ଧ୍ୟାରେ ମଧ୍ୟ ଓଡ଼ିଶାର ଅନ୍ୟ କଳାକାରମାନେ ସାମିଲ ହୋଇ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିବେ ।

ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ପ୍ରମୁଖ ବିଶେଷ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Sponsored
Odisha Parba 2026 Begins in Delhi, Showcasing State’s Culture and Heritage | Argus News | Argus News