Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଆଇନ ବାଲି,ମୋରମ ଚାଲାଣ ବିରୋଧରେ ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବେଆଇନ ବାଲି,ମୋରମ ଚାଲାଣ ବିରୋଧରେ ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ

ବେଆଇନ ବାଲି,ମୋରମ ଚାଲାଣ ବିରୋଧରେ ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ
ଗୋଟିଏ ଦିନରେ 81 ମାମଲା ରୁଜୁ, 117ଟି ବାଲି,ମୋରମ ବୋଝେଇ ଗାଡି ଜବତ
88 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ବିଜେଡିର ସବୁଠୁ ବଡ଼ ହାତ ପାଣ୍ଠି ଥିଲା ବେଆଇନ ଲଘୁ ଖଣିଜ ଚାଲାଣ
ରାଜ୍ୟ ତହବିଲକୁ ଆସୁଥିଲା ଟଙ୍କା
ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଆଧିପତ୍ୟ ବିସ୍ତାର କରିଥିଲେ ଚାଲାଣକାରୀ
ଯୁବ ଗୋଷ୍ଠୀଙ୍କୁ କରୁଥିଲେ ଅପବ୍ୟବହାର
ଦଳକୁ କଣ୍ଟ୍ରୋଲ କରିବାକୁ ମାଧ୍ୟମ ଥିଲେ ଯୁବଗୋଷ୍ଠୀ


ବେଆଇନ ବାଲି, ମୋରମ ଚାଲାଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଗୋଟିଏ ଦିନରେ 81 ମାମଲା ରୁଜୁ କରିବା ସହ 117ଟି ବାଲି,ମୋରମ ବୋଝେଇ ଗାଡି ଜବତ ହୋଇଛି । ବୌଦ୍ଧ ଥାନା ପୁଲିସ ୪ଟି ବାଲିଭର୍ତ୍ତି ଟ୍ରାକ୍ଟର ଜବତ କରିବା ସହ ୭ଜଣଙ୍କୁ ଅଟକ ରଖିଛି। ଏ ନେଇ ଥାନାରେ ୪ଟି ପୃଥକ୍ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷେ କଣ୍ଟାମାଳ ଥାନା ପୁଲିସ ମଧ୍ୟ ବେଆଇନ ବାଲି ଚାଲାଣ ଅଭିଯୋଗରେ ଦୁଇଟି ଟ୍ରାକ୍ଟର ଜବତ କରିଥିବା ବେଳେ ଦୁଇଟି ମାମଲା ରୁଜୁ କରିଛି। ମୋଟ ୫ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି।

ସେପଟେ ସୁନ୍ଦରଗଡ଼ରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଖଣିବିଭାଗ, ତହସିଲ ଓ ପୁଲିସର ମିଳିତ ଟିମ ଇବ୍‌ନଦୀର ବିଭିନ୍ନ ବାଲିଘାଟରେ ଚଢ଼ଉ କରିଛି । ୩ଟି ହାଇୱା ଏବଂ ଗୋଟିଏ ଜେସିବି ଜବତ କରିଛି । ୩ଟି ହାଇୱାକୁ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ ୧ ଲକ୍ଷ ୩୪ ହଜାର ଟଙ୍କା ଜରିମାନା କରିଛି। ବେଫିକର ମାଫିଆ ଖୋଲାଖୋଲି ଭାବେ ଜେସିବି, ହାଇୱା, ପୋକଲିନ୍ ଲଗାଇ ବାଲି ଉଠାଇ ଚାଲିଥିଲେ । ପ୍ରଶାସନର ଧରପଗଡ ପରେ ମାଫିଆଙ୍କ ମଧ୍ୟରେ ଭୟର ସୃଷ୍ଟି ହୋଇଛି।

ଜିଲ୍ଲା ଖଣିବିଭାଗ, ବନ୍ତ ତହସିଲ ଏବଂ ପୋଲିସ୍ ପ୍ରଶାସନର ମିଳିତ ଚଢ଼ାଉରେ ଭଦ୍ରକ ଆନନ୍ଦପୁର ରାସ୍ତାର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରୁ ୮ଟି ଚୋରା ବାଲି ବୋଝେଇ ହାଇୱାକୁ ଜବତ୍ କରାଯାଇଛି । ଚାଳକଙ୍କୁ ପୋଲିସ୍ ଥାନାରେ ଅଟକ ରଖିଛି l
ରାୟଗଡ଼ାର ଏଦୃଶ୍ୟକୁ ଦେଖନ୍ତୁ । କିପରି ନଦୀ ଗର୍ଭରୁ ବାଲି ଉଠାଣ ହେଉଛି, ଏବଂ ଜେସିବି ମେସିନରେ ମାଲିକର ନାଁ ମଧ୍ୟ ଲେଖା ଯାଇଛି। କ୍ୟାମେରା ଦେଖି ଅତର୍କିତ ଭାବେ ମେସିନଙ୍କୁ ଆରପାରିକୁ ନେଇ ଯାଉଛନ୍ତି। ପ୍ରତିଦିନ ଏହିପରି ନାଗାବଳୀ ନଦୀ ଶଯ୍ୟା ମଧ୍ୟରୁ ବଡ଼ ବଡ଼ ଜେସିବି ମେସିନ ଦ୍ୱରା ବାଲି ଉଠାଣ ହେଉଛି ।

ଆନ୍ଦ୍ର ଓଡିଶାକୁ ସଂଯୋଗ କରୁଥିବା ରାସ୍ତା କଡେ କଡେ ନାଗାବଳୀ ନଦୀ ପ୍ରବାହିତ ହୋଉଥିବାରୁ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ନାଗାବଳୀ ଶଯ୍ୟାର ବାଲି। ନାଗାବଳୀ ଶଯ୍ୟାର ବାଲି ଉଚ୍ଚ ମାନର ହୋଇଥିବାରୁ ଆନ୍ଧ୍ରରେ ଏହାର ଚାହିଦା ଅଧିକ । ଫଳରେ ଆନ୍ଧ୍ରପ୍ରଦେଶ କୁ ଚାଲାଣ କରି ମାଲା ମାଲା ହେଉଛନ୍ତି ବାଲି ମାଫିଆ। ବିଜେଡିର ସବୁଠୁ ବଡ଼ ହାତ ପାଣ୍ଠି ଥିଲା ବେଆଇନ ଲଘୁ ଖଣିଜ ଚାଲାଣ । ରାଜ୍ୟ ତହବିଲକୁ ଆସୁଥିଲା ଟଙ୍କା । ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଆଧିପତ୍ୟ ବିସ୍ତାର କରିଥିଲେ ଚାଲାଣକାରୀ । ଯୁବ ଗୋଷ୍ଠୀଙ୍କୁ କରୁଥିଲେ ଅପବ୍ୟବହାର । ଦଳକୁ କଣ୍ଟ୍ରୋଲ କରିବାକୁ ମାଧ୍ୟମ ଥିଲେ ଯୁବଗୋଷ୍ଠୀ। ଏବେ ଓଡିଶା ପୋଲିସର ସ୍ପେଶାଲ ଡ୍ରାଇଭ ମାଫିଆଙ୍କ ନିଦ ହଜେଇ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Police conducts special drive against illegal sand, gravel trading | Argus News