Videos
|
Odisha

ରାସନ କାର୍ଡ ପରେ ଚାଷୀ ପଞ୍ଜିକରଣରେ ବି ଲାଗୁହେଲା ଇ-କେୱାସି ବ୍ୟବସ୍ଥା

Ritu Das
Browse all articles by Ritu Das
·1 year ago·2 min read
ରାସନ କାର୍ଡ ପରେ ଚାଷୀ ପଞ୍ଜିକରଣରେ ବି ଲାଗୁହେଲା  ଇ-କେୱାସି ବ୍ୟବସ୍ଥା

Key Points

ଅଭିଯୋଗ କଲେ ଚାଷୀ, ବୈଠକ ଡାକି ସମାଧାନ କଲେ ମନ୍ତ୍ରୀ

ସମସ୍ୟା ଉପୁଜିବା ପରେ ଚାଷୀ ପଞ୍ଜିକରଣକୁ ସରଳିକରଣ କଲେ ସରକାର

ବାପା କି ଜେଜେ ବାପା ଙ୍କ ନାମରେ ଜମି ଥିଲେ ବି ପୁଅ ମାନେ କରି ପାରିବେ ପଞ୍ଜିକରଣ

ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରି ପାରିବେ

ସେପଟେ ନକଲି ଚାଷୀ ଖୋଜିବାକୁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ

୧୯ ତାରିଖରୁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ୨୦ ଅଗଷ୍ଟ ଯାଏ ଏହା ଚାଲିବ । କିନ୍ତୁ ପଞ୍ଜିକରଣ ବେଳେ ସୃଷ୍ଟି ଚାଷୀଙ୍କ ପାଇଁ ସୃଷ୍ଟି ହୋଇଥିଲା ବଡ଼ ସମସ୍ୟା । ନିଜ ନାମରେ ଜମି ନଥିଲେ ପଞ୍ଜିକରଣ ରୁ ବଞ୍ଚିତ ହେଉଥିଲେ ଚାଷୀ । ଏପରିକି ପଞ୍ଜିକରଣ କରିବା ପାଇଁ ଲିଗାଲ ହେୟାର୍ ସାର୍ଟିଫିକେଟ ସହ ଭାଇ ମାନଙ୍କ ସ୍ୱିକାରୋକ୍ତି ପତ୍ର ଦାଖଲ କରିବାକୁ ଚାଷୀ ହଇରାଣ ହେଉଥିବା ଅଭିଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ଏଭଳି ସମସ୍ୟା ଉପୁଜିବା ପରେ ବୈଠକ ଡାକି ଚାଷୀ ପଞ୍ଜିକରଣକୁ ସରଳିକରଣ କରିଛନ୍ତି ରାଜ୍ୟ ସରକାର । ନୂଆ ନିୟମ ଅନୁଯାୟୀ ବାପା କି ଜେଜେ ବାପା ଙ୍କ ନାମରେ ଜମି ଥିଲେ ବି ପୁଅ ମାନେ କରି ପାରିବେ ପଞ୍ଜିକରଣ ।


ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରି ପାରିବେ । ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି ତେବେ ତାଙ୍କୁ ଅନ୍ୟ ଭାଇ ମାନଙ୍କର ଲିଖିତ ସ୍ୱୀକୃତି ନାମା ପଞ୍ଜିକରଣ ସମୟରେ ଦାଖଲ କରିବେ ବୋଲି କହିଲେ ଯୋଗାଣ ମନ୍ତ୍ରୀ । ସେପଟେ ନକଲି ଚାଷୀ ଖୋଜିବାକୁ କସରତ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପଞ୍ଜିକରଣ ସମୟରେ ଚାଷୀ ମାନେ ଆଧାର କାର୍ଡ ଦାଖଲ ସହ ଇ-କେୱାସି କରିବା ବାଧ୍ୟତାମୂଳକ ବୋଲି ମଧ୍ୟ କୁହାଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୯ ସେପ୍ଟେମ୍ବର ସୁଦ୍ଧା ସରିବ ଚାଷୀଙ୍କ ତଥ୍ୟ ଯାଞ୍ଚ । ୩୦ ସେପ୍ଟେମ୍ବର ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଚାଷୀଙ୍କ ତାଲିକା । ଏହା ମଧ୍ୟରେ ସମସ୍ତ ଚାଷୀ ପଞ୍ଜିକରଣ କରାଇ ନେବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
after-ration-cards-e-kyc-system-also-implemented-for-farmer-registration | Argus News