Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋ ତସ୍କରୀର ମୁଖ୍ୟ ଆସାମୀକୁ ଗିରଫ କଲା ବଡ଼ମ୍ବା ପୋଲିସ

Banajyotshna Ray
Browse all articles by Banajyotshna Ray
·1 year ago
ଗୋ ତସ୍କରୀର ମୁଖ୍ୟ ଆସାମୀକୁ ଗିରଫ କଲା ବଡ଼ମ୍ବା ପୋଲିସ

କଟକ ଜିଲ୍ଲା ଆଠଗଡ଼ ତିଗିରିଆ ବାରମାଣ ଜଙ୍ଗଲରେ ଗୋ ତସ୍କରୀର ମୁଖ୍ୟ ଆସାମୀକୁ ଗିରଫ କଲା ବଡ଼ମ୍ବା ପୋଲିସ । ସିନ୍ଧିକେଟର ମୁଖ୍ୟ ପଙ୍କାଳ ଗାଁର ତୟାବ ଖାନ ଓରଫ ଛୋଟା କାଳିଆକୁ ଗିରଫ କରାଯାଇଛି ବୋଲି ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଶ୍ୱଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଠଗଡ଼ ଉପଖଣ୍ଡରେ ଚାଲିଥିବା ଗୋ ରାକେଟର ମୁଖ୍ୟ ଆସାମୀ ମଧ୍ୟରୁ ଇଏ ଅନ୍ୟତମ ବୋଲି ପୋଲିସ କହିଛି। ତିଗିରିଆ ବାରମାଣ ଜଙ୍ଗଲରେ ଗୋ ତସ୍କରୀ ଓ ଆଠଗଡ଼,ତିଗିରିଆ, ବଡ଼ମ୍ବା, ଓ କାନପୁର ଅଞ୍ଚଳରୁ ଏହି ମୁଖ୍ୟ ଆସାମୀ ଦ୍ୱାରା ଗୋ ଚାଲାଣ ହେଉଥିଲା।


ଏବଂ ବୈଦେଶ୍ୱର ରେ ମଧ୍ୟ ପୋଲିସକୁ ଫାୟାରିଂ କରିବାରେ ଏହି କାଳିଆର ହାତ ରହିଥିଲା ବୋଲି ପୋଲିସ କହିଛି। ଦିନକୁ ଦିନ ଗୋତସ୍କରୀ ମାମଲା ବଢ଼ି ବଢ଼ି ଚାଲିଛି। ଏହାକୁ ରୋକିବା ଜରୁରୀ ହୋଇପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
badamba-police-arrest-accused-cow-smuggling-leader | Argus News