Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dussehra / ହଠାତ୍ ବଦଳିଗଲା ପାଗର ମିଜାଜ୍ , ଭାଙ୍ଗିଲା ଲାଇଟ୍ ଗେଟ୍

Smruti Parija
Browse all articles by Smruti Parija
·9 months ago·2 min read
ହଠାତ୍ ବଦଳିଗଲା ପାଗର ମିଜାଜ୍ , ଭାଙ୍ଗିଲା ଲାଇଟ୍ ଗେଟ୍

Key Points

ହଠାତ୍ ବଦଳିଗଲା ପାଗର ମିଜାଜ୍

ତୁହାକୁ ତୁହା ବର୍ଷା, ପବନକୁ ବିଜୁଳି ଘଡଘଡି

ଭାଙ୍ଗିଲା ତୋରଣ

କଟକ: ଲଘୁଚାପ ବର୍ଷାରେ ଧୋଇଗଲା ଦଶହରା ପୂଜା । ପ୍ରବଳ ବର୍ଷାକୁ, ବିଜୁଳି ଘଡଘଡି । ଟ୍ୱିନ ସିଟିରେ ବର୍ଷା ଜାରି । ପବନ ବର୍ଷାକୁ ଭାଙ୍ଗିଲା ଲାଇଟ୍ ଗେଟ୍ । ରାସ୍ତାରେ ପଡିଛି ବଡ ବଡ ହୋଡିଂ । କଟକ କଲେଜଛକ ପୂଜା ମଣ୍ଡପ ନିକଟରେ ବଡ଼ ଲାଇଟ ଗେଟ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ରାଣୀହାଟ କଲେଜ ରାସ୍ତା ବନ୍ଦ ରହିଛି । କିନ୍ତୁ କାହାର କୌଣସି କ୍ଷତି ହୋଇନାହିଁ । ଠିକ୍ ସେହିପରି କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗିଲା । ଫଳରେ ୩ ଜଣ ଆହତ ହୋଇଥିବା ସୂଚନା ରହିଛି । ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିଲାବେଳେ ଅଘଟଣ ଘଟିଛି । ଆହତ ୩ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦିଆଯାଇଛି । ସାର୍ତ୍ତୋଲ ଅଂଚଳରେ 7ଟି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି ।



ସକାଳୁ ପ୍ରବଳ ଖରା ହେଉଥିବାବେଳେ ହଠାତ୍ ବଦଳିଗଲା ପାଗର ମିଜାଜ୍ । ତୁହା କୁ ତୁହା ବର୍ଷାକୁ ବିଜୁଳି ଘଡଘଡି । ଏବେ କେମିତି ବୁଲିବେ ପୂଜା ପେଣ୍ଡାଲ୍ । ସେନେଇ ସମସ୍ତଙ୍କ ମନରେ ଭାଳେଣି ପଡିଲାଣି । କାରଣ ଗତ 3 ଦିନ ଧରି ଯେଉଁ ଖରା ହେଉଥିଲା, ଲୋକେ ଦିନ ରାତି କିଛି ଛାଡୁନଥିଲେ । ଦିନରେ ଯେମିତି ଭିଡ । ରାତିରେ ବି ଠିକ୍ ସେମିତି । ସାରା ରାତି ବୁଲି ବୁଲି ମେଲୋଡି, ପୂଜାର ମଜା ନେଉଥିଲେ ଦର୍ଶକ । ହେଲେ ଏଥିରେ ଟିକେ ପାଣି ପଶିଯାଇଛି । ଯଦି ଏମିତି ଲଗାତାର ବର୍ଷା ହୁଏ ତେବେ ଘରୁ ବାହାରିବା ମୁସ୍କିଲ ହୋଇପଡିବ କହିଲେ ଭୂଲ୍ ହେବନି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ସକାଳ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ । ବଡ଼ ବର୍ଷା ଏବଂ ପବନର ପ୍ରଭାବ ସମ୍ଭାବନା ରହିଛି, ପ୍ରଭାବରେ ପୂଜା ତୋରଣ ସହ ପ୍ୟାଣ୍ଡାଲ ଗୁଡିକ ପ୍ରଭାବିତ ହେବା ସମ୍ଭାବନା ଥିବା ନେଇ ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ ।


ଆସନ୍ତାକାଲି ରାଜ୍ୟରେ ଭୀଷଣ ବର୍ଷା । ଫିକା ପଡ଼ିବ ଦଶହରା । ପୁରୀ ଓ ଜଗତସିଂପୁରରେ ଭୀଷଣ ବର୍ଷା ସହ ପବନ ନେଇ ଆଂଚଳିକ ପାଣିପାଗ ବିଭାଗ ଜାରି କଲା ରେଡ ଆଲର୍ଟ । ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଢେ଼ଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାକୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଓ ପବନ ନେଇ ଅରେଞ୍ଜ ଆଲର୍ଟ ଜାରି । ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ  ।


ଆଉ ରାଜ୍ୟରେ ଏଭଳି ବର୍ଷା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ହେବା ନେଇ ସମ୍ଭାବନା ରହିଛି । ଏପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରଟି ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଗାମୀ 12 ଘଣ୍ଟାରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ।

Related Topics

Explore more stories

Sponsored
Dussehra | heavy-rain-fall-in-twin-city-puja-pendal-broken-three-injured | Argus News