Videos
|
Odisha

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼ ! 

Manini Pattanayak
Browse all articles by Manini Pattanayak
·2 years ago·2 min read
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼ ! 

ବ୍ରହ୍ମପୁର:  ପାଣ୍ଡିଆନଙ୍କୁ ଟମାଟୋ ମାଡ।  ଭରା ମଂଚରେ କେମିତି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ଯୁବକ ଜଣକ ଟମାଟୋ ମାଡ କଲେ । ଖାଲି ଟମାଟୋ ମାଡ ନୁହେଁ ବରଂ ବିରୋଧ ପ୍ରଦର୍ଶନ କରୁଥିବା ବି ଦେଖିବାକୁ ମିଳିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଟମାଟୋ ଫୋପାଡିଥିବା ବ୍ୟକ୍ତିଙ୍କୁ ନିର୍ଧୁମ ଛେଚିଲେ ବିଜେଡି କର୍ମୀ ।

ଯୁଆଡେ ଗଲେ ସିଆଡେ ବିରୋଧ
ଏବେ ଟମାଟୋ..ଆଗକୁ କ'ଣ ?

 ସ୍ଥାନ- ଗଂଜାମର ବେଲଗୁଣ୍ଠା । କାର୍ଯ୍ୟକ୍ରମ-ଆମ ଓଡ଼ିଶା ନବୀନ ଓଡ଼ିଶା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସଭାରେ ପହଞ୍ଚିଥିଲେ ପାଣ୍ଡିଆନ । ଚିରାଚରତି ଢଙ୍ଗରେ ଭରା ମଂଚରେ ଭାଷଣ ବି ଦେଉଥିଲେ । ବାବୁଙ୍କ ଗସ୍ତ ଥିବାରୁ ପୋଲିସ ପ୍ରଶାସନ ଭାରି ଟାଇଟ୍‌ ସିକ୍ୟୁରିଟି କରିଥିଲା । କିନ୍ତୁ ଏହାରି ଭିତରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ପାଣ୍ଡିଆନଙ୍କୁ ଟମାଟୋ ମାଡ କରିଥିବା ଜଣାପଡିଛି । କିନ୍ତୁ କାହିଁକି ସଂପୃକ୍ତ ଯୁବକ ଜଣକ ପାଣ୍ଡିଆନଙ୍କୁ ଟମାଟୋ ମାଡ କଲେ ? ତାଙ୍କ ନାଁ କଣ ? ବିରୋଧ ପ୍ରଦର୍ଶନ କରିବାର କାରଣ କଣ ? ସେନେଇ କୌଣସି ତଥ୍ୟ ଜଣାପଡିନଥିବା ବେଳେ ଉପସ୍ଥିତ ଥିବା ବିଜେଡି କର୍ମୀ କିନ୍ତୁ ତାଙ୍କୁ ନିର୍ଧୁମ ଛେଚିଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ କିନ୍ତୁ ବିଜେଡି ଗୁଣ୍ଡାଙ୍କଠୁ ବର୍ତ୍ତିପାରିନଥିଲେ ଟମାଟୋ ମାଡ କରିଥିବା ଯୁବକ ।

ବିରୋଧ କଲେ ବୋଲି ମାରିବ ? 
ଗଣତନ୍ତ୍ରରେ ବିରୋଧକୁ ଏତେ ଘୃଣା କାହିଁକି ?
 

ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏବେ ରାଜ୍ୟ ସାରା ବୁଲିବୁଲି ଆମ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ସରକାର ଯୋଜନା ସଠିକ୍‌ ଭାବରେ ଲୋକଙ୍କ ପାଖରେ ପହଞ୍ଚୁନଥିବାରୁ ଅନେକ ସମୟରେ ପାଣ୍ଡିଆନଙ୍କ ସମେତ ବିଜେଡି ନେତାଙ୍କୁ ବିରୋଧ କରାଯାଉଛି । ଯାହାର ଚିତ୍ର ଆଜି ଗଂଜାମରେ ଦେଖିବାକୁ ମିଳିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ଜିଲ୍ଲା ପରେ ଜିଲ୍ଲା ଗସ୍ତରେ ଯାଉଛନ୍ତି ପାଣ୍ଡିଆନ । କିନ୍ତୁ ବିଜେଡି ଓ ପାଣ୍ଡିଆନଙ୍କ ପ୍ରତି ଅସନ୍ତୋଷ ବଢୁଥିବାରୁ ଏମିତି ବିଚିତ୍ର ସ୍ଥିତିର ସାମ୍ନା କରିବାକୁ ପଡିଛି । ତେବେ ଘଟଣା ଘଟିବା ବେଳେ ପାଣ୍ଡିଆନ ମଂଚରେ ଥିଲେ କି ନାହିଁ ସେନେଇ ସଠିକ୍‌ ତଥ୍ୟ ଖବର ଲେଖା ପର୍ଯ୍ୟନ୍ତ ଆମର ହସ୍ତଗତ ହୋଇନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
() ଓଡିଶା ବାସୀଙ୍କୁ ପାଣିର ସମସ୍ୟା ରହିବନି... ନବୀନ ସରକାର ବଡ ବଡ ଅକ୍ଷରରେ ପୋଷ୍ଟରେ ଲେଖିଛନ୍ତି ୨୪ ଘଣ୍ଟା ପାଇବେ ପାଣି। ପାଣିର ସମସ୍ୟା ରହିବନି। କିନ୍ତୁ ଏହାର ସମ୍ପୂର୍ଣ୍ଣ ଓଲଟା ଚିତ୍ର ରାଜଧାନୀ ଭୁବନେଶ୍ୱରରେ।.. ପାଣି ପାଇଁ ହାହାକାର ରାଜଧାନୀ ବାସୀ। ଦିନେ ଆସିଲେ ତିନି ଦିନ ବନ୍ଦ ରହୁଛି ପାଣି। ଶୁଣନ୍ତୁ କଣ କହୁଛନ୍ତି.. ବାଇଟ୍‌ -

ଅଧିକ ଦେଖନ୍ତୁ : 

Throw tomato on5T Chairman VK Pandian, Ama odisha Naveen Odisha program organized at Ganjam Beleguntha. | Argus News