ଆସନ୍ତା 24 ଘଣ୍ଟା 5 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅର୍ଗସ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ପଶ୍ଚିମ ଝାଡ଼ଖଣ୍ଡ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଂଟାରେ ଝାରସୁଗୁଡା,ସମ୍ବଲପୁର,ସୁନ୍ଦରଗଡ, କେଉଁଝର,ଦେବଗଡ଼ ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ସୁନ୍ଦରଗଡ଼ ଓ ଝାରସୁଗୁଡାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ ତାରିଖ ଠାରୁ ଧୀରେ ଧୀରେ ବର୍ଷାର ପରିମାଣ କମିବା ସହ ପୁଣି ୧୩ ରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୨୧.୮ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୭ ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ୬୬୬.୮ ମିମି ବର୍ଷା ସ୍ୱାଭାବିକ ରହିବା କଥା । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କରାଯାଇଛି।
📱 Get Argus News App
✨ ଅନ୍ୟପଟେ 10 ଜିଲ୍ଲାକୁ ସତର୍କ କଲେ SRC । ମହାନଦୀର ମୁଣ୍ଡଳିଠାରେ 5 ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସକାଳ 6ଟା ସୁଦ୍ଧା ମୁଣ୍ଡଳିରେ 5 ଲକ୍ଷ 87 ହଜାର 560 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । 10 ଜିଲ୍ଲାକୁ ସତର୍କ କରାଇଲେ ସ୍ଵତନ୍ତ୍ର ରିଲିଫ୍ କମିଶନର । ସମ୍ବଲପୁର, ସୁବର୍ଣ୍ଣପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀକୁ ସତର୍କ ସୂଚନା ରହିଛି ।
ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାକୁ ମଧ୍ୟ ସତର୍କ ସୂଚନା । 10 ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ SRC ପରାମର୍ଶ ଦେଇଛନ୍ତି ।
ଆସନ୍ତା ୨୪ ଘଂଟା ଭିତରେ ଲଘୁଚାପ ର ରୂପ ନେବ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା