Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଆଙ୍କ କଥା ଶୁଣିବାକୁ ନବୀନଙ୍କ ପାଖେ ସମୟ ନାହିଁ ?

Odisha

ଓଡ଼ିଆଙ୍କ କଥା ଶୁଣିବାକୁ ନବୀନଙ୍କ ପାଖେ ସମୟ ନାହିଁ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଓଡ଼ିଆଙ୍କ କଥା ଶୁଣିବାକୁ ନବୀନଙ୍କ ପାଖେ ସମୟ ନାହିଁ ?

ଫଟୋ ଦେଖିବା ପରେ ଅନୁମାନ କରିପାରିବେ ଗୋଟିଏ ଷ୍ଟାଚ୍ୟୁରେ କେମିତି ତିଥି ଅନୁସାରେ ବଦଳୁଛି ପ୍ରତିମୂର୍ତ୍ତି । ୧୨ ମାସରେ ଯେଉଁ ମହାପୁରୁଷଙ୍କର ଜନ୍ମ ଜୟନ୍ତୀ କିମ୍ବା ଶ୍ରାଦ୍ଧ ବାର୍ଷିକୀ ଆସେ ସେତେବେଳେ ଏମିତି ଷ୍ଟାଣ୍ଡରେ ପ୍ରତିମୂର୍ତ୍ତି ରଖି ମାଲ୍ୟାର୍ପଣ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଏ ପୁଣି ସମାନ ସ୍ଥାନରେ, ସମାନ ଢଙ୍ଗରେ । ଜାଣି ଆଶ୍ଚର୍ଯ୍ୟ ହେବେ କି, ନବୀନ ବାବୁ ନିଜ ବାପା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବି ସେଇ ଶୈଳୀରେ ଦେଉଛନ୍ତି ମାଲ୍ୟାର୍ପଣ । ଏ ସବୁ ଫଟୋ ଦେଖିଲେ ଆପଣ ବି ଜାଣିପାରିବେ ନବୀନ ବାବୁ ଓଡ଼ିଆ ଓ ଓଡ଼ିଶାରଲ ବରପୂତ୍ରଙ୍କୁ କେତେ ସମ୍ମାନ ଦିଅନ୍ତି ?

ବରପୁତ୍ରଙ୍କ ଜୟନ୍ତୀ ଆସିଲେ ପୁଷ୍ପ ମାଲ୍ୟାର୍ପଣ ପାଇଁ ମୂର୍ତ୍ତି ଆସେ ଏଇ ଷ୍ଟାଣ୍ଡ ଉପରକୁ । ଆଉ ଫଟୋ ସିଜନ ସରିବା ପରେ ମୂର୍ତ୍ତି ସବୁ ଯାଏ ଗୋଦାମ ଘରକୁ ଧୂଳି ଖାଇବାକୁ । ଏ ସବୁ ଦେଖିବା ପରେ ଆପଣ ବି ବୁଝିପାରିବେ ବରପୁତ୍ରଙ୍କ ଲାଗି ନବୀନଙ୍କ ମନରେ କେତେ ସମ୍ମାନ ରହିଛି ? କେତେ ସ୍ନେହ ରହିଛି ? କେବଳ ବରପୁତ୍ର କାହିଁକି ବରଂ ବିଜୁ ବାବୁଙ୍କ ପ୍ରତି ବି ନବୀନଙ୍କର ନାହିଁ ଦରଦ । ସେଇଥି ଲାଗି ତ ଗୋଦାମ ଘରୁ ପ୍ରତିମୂର୍ତ୍ତି ଆଣି ମାଲ୍ୟାର୍ପଣ ଦେବା ପରେ ଗୋଦାମ ଘରକୁ ନେଇ ପୂରାଉଛନ୍ତି ପ୍ରତିମୂର୍ତ୍ତିକୁ । କଥା ଏତିକିରେ ସରିନି ବରଂ ତିଥି ଅନୁସାରେ ଷ୍ଟାଣ୍ଡ ଖାଲି ହୁଏ, ନୂଆ ମୂର୍ତ୍ତି ଆସେ...ଆଉ ଫୁଲ ବୃଷ୍ଚିକୁ ଅପେକ୍ଷା କରି ବସେ । ମଧୁବାବୁଙ୍କଠୁ, ଗୋପବନ୍ଧୁ...ବିଜୁ ବାବୁଙ୍କଠୁ ସୁବାସ ବୋଷ...ସମସ୍ତଙ୍କର ଗୋଟିଏ ଷ୍ଟାଣ୍ଡ । କେବଳ ତିଥି ଅନୁସାରେ ସ୍ଥାନ ଯାହା ବଦଳେ...

କଥା ହେଲା, ପ୍ରତି ମହାପୁରୁଷଙ୍କ ଶ୍ରାଦ୍ଧବାର୍ଷିକୀରେ ନବୀନ ବାବୁ ପୁଷ୍ପମାଲ୍ୟ ଦେଉଥିବାର ଭିଡିଓ, ଫଟୋ ସବୁ ସାମ୍ନାକୁ ଆସେ । କିନ୍ତୁ ସେ ଫଟୋ ଓ ଭିଡିଓ ପଛର ସତ କଣ ତାହା ଆପଣ ବି ଦେଖନ୍ତୁ । କାରଣ ସମାନ ସ୍ଥାନ, ସମାନ ଶୈଳୀରେ ଶ୍ରଦ୍ଧାଞ୍ଜଳି ଦେଇ ଓଡ଼ିଆଙ୍କ ମନ କିଣିବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ସେ ଫଟୋ ପଛର ସତ ଏବେ ସାମ୍ନାକୁ ଆସିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲଗାତାର ଶାସନରେ ଥିବାରୁ ନୀତିନିୟମ ମାନିବାକୁ ନାରାଜ ନବୀନ ବାବୁ । ଶାସନର ମୁଖ୍ୟ ହୋଇଥିବା ପରେ ବି ବେଆଇନ କାମ କରିବାକୁ ଅଣଓଡ଼ିଆ ଅଫିସରଙ୍କୁ ସୁଯୋଗ ଦେଉଛନ୍ତି । ଖାଲି ସୁଯୋଗ ଦେଉଛନ୍ତି ତାହା ନୁହେଁ ବରଂ ଶାସନ ବ୍ୟବସ୍ଥାକୁ ପୂରା ନଷ୍ଟ କରିସାରିଲେଣି । ଆପଣ ବି ଦେଖିଛନ୍ତି କେମିତି ଲୋକଙ୍କ ସହ କଥା ନହୋଇ କେବଳ ଭିଡିଓ ବାର୍ତ୍ତା ଦେଇ ମନକିଣିବାକୁ ଚେଷ୍ଟା କରୁଛନ୍ତି , ହେଲେ ଭିଡିଓରେ ସବୁ ଉଦଘାଟନ କରୁଛନ୍ତି । ଇଏ ତ ଥିଲା ଶାସନ ବ୍ୟବସ୍ଥାର କଥା । କିନ୍ତୁ କେମିତି ଷ୍ଟାଣ୍ଡ ବଦଳାଇ ନବୀନ ବାବୁ ଫୁଲମାଳ ଦେଉଛନ୍ତି ସେନେଇ କିନ୍ତୁ ପର୍ଦ୍ଦାଫାଶ ହେଲା ।
 

Sponsored
Naveen Patnaik | Argus News