Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହିଁକି ସୁଜାତାଙ୍କର ବଦଳି ହେଲା ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କାହିଁକି ସୁଜାତାଙ୍କର ବଦଳି ହେଲା ?

Key Points

  • ପାଣ୍ଡିଆନଙ୍କ ଲାଗି ସୁଜାତା ହରାଇଲେ ପଦ !
  • ସୋସିଆଲ ମିଡିଆରେ ବଢିଲା ଚର୍ଚ୍ଚା
  • ବିଜେଡି ଓ ସ୍ଵାମୀଙ୍କ ପାଇଁ ପ୍ରଚାର ପଡ଼ିଲା ମହଙ୍ଗା

ଅର୍ଗସ ବ୍ୟୁରୋ: ବିଜେଡି ନେତା ପାଣ୍ଡିଆନଙ୍କ ଲାଗି ସୁଜାତା କାର୍ତ୍ତିକେୟନଙ୍କର ମିଶନ ଶକ୍ତି ସଚିବ ପଦ ଗଲା । ସରକାରୀ ଚାକିରିରେ ଥିବା ପରେ ବି ସ୍ଵାମୀଙ୍କ ପାଇଁ ବିଜେଡି ପ୍ରଚାରରେ ଲାଗିଥିଲେ । ଖାଲି ପ୍ରଚାରରେ ଲାଗିଥିଲେ ତାହା ନୁହେଁ ବରଂ ଏସଏଚ୍‌ଜି ମହିଳାଙ୍କୁ ଭୋଟ୍‌ ଦେବାକୁ ବାଧ୍ୟ କରୁଥିଲେ । ଏନେଇ ଥିରେ କି ଦୁଇଥର ନୁହେଁ ବରଂ ବାରମ୍ବାର ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । ସେଇଥି ଲାଗି ତ ଦିନରେ ରିଆକ୍ସନ ହେଉ ହେଉ ରାତିରେ ହେଲା ଆକ୍ସନ । ଯାହାକୁ ନେଇ ଏବେ ଗାଁ ଗାଁରେ, ଛକଛକରେ ଚର୍ଚ୍ଚା ଜୋର ।

ମିଶନ ଶକ୍ତି ପଦରେ ଥିବା ବେଳେ ପ୍ରତି ଏସଏଚଜି ଗ୍ରୁପ ସହ କୁଆଡ଼େ ସିଧାସଳଖ ସୁଜାତା ସମ୍ପର୍କରେ ଥିଲେ । ଖାଲି ସମ୍ପର୍କରେ ଥିଲେ ତାହା ନୁହେଁ ବରଂ କେମିତି ବିଜେଡିର ଭୋଟ୍ ବ୍ୟାଙ୍କ ବଢିବ ସେନେଇ ନିଷ୍ପତ୍ତି ନେଉଥିଲେ । ଇଏ କେବଳ ଏବେର କଥା ନୁହେଁ ପୂର୍ବରୁ ବି ମିଶନଶକ୍ତିକୁ ନେଇ ବିଜେଡିର ଭୋଟ୍ ମାର୍ଜିନ ବଢାଇବାରେ ବେଶ୍‌ ସହାୟକ ହେଉଥିଲେ । ହେଲେ ଏବେ ସେକାଳ ପଖାଳ ନାହିଁ, କି ସେ ପାୱାର ବି ନାହିଁ । ନିର୍ବାଚନ କମିଶନଙ୍କ ଆକ୍ସନ ପରେ ସୁଜାତାଙ୍କର ଏବେ ମିଶନ ଶକ୍ତି ବିଭାଗରେ ସେମିତି କୌଣସି ଦବଦବା ନାହିଁ । ତେଣୁ କେମିତି ଶଙ୍ଖର ଭୋଟ୍‌ ବ୍ୟାଙ୍କ ବଢିବ ସେନେଇ ଚିନ୍ତାରେ ଶଙ୍ଖ ଦଳ ।

ସରକାରୀ ପଦବୀର ଅପବ୍ୟବହାର ପାଇଁ ପ୍ରଥମେ ପାଣ୍ଡିଆନଙ୍କୁ ବାଜିଥିଲା ନିର୍ବାଚନି ଛାଟ । ପରବର୍ତ୍ତୀ ସମୟରେ ସମଦଶା ପଡ଼ିଲା ସୁଜାତାଙ୍କ ଉପରେ । ଅର୍ଥାତ୍‌ ବିଜେଡି ସହ ନିବିଡି ସମ୍ପର୍କ ପାଇଁ ତାଙ୍କର ପଦବୀ ବି ଗଲା । ତେବେ ଜାଣନ୍ତୁ କାହିଁକି ଗଲା ପଦ ? ପଦର ଅପବ୍ୟବହାର ପାଇଁ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ରାଜ୍ୟରେ ମହିଳା ଭୋଟରଙ୍କୁ ଧମକଚମକ ଦିଆଯାଇ ବିଜେଡି ସପକ୍ଷରେ ଭୋଟ୍ ଦେବା ପାଇଁ ଚାପ ପକାଯାଉଥିବାର ଲିଖିତ ଅଭିଯୋଗ କରିଥିଲେ । ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମର ଦୁରୂପଯୋଗ କରି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ କେମିତି ମହିଳା ଏସଏଚଜି ସଦସ୍ୟମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଧମକଚମକ ଦେଉଛି ତା’ର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଏପରିକି ବିଜେଡିକୁ ଭୋଟ୍ ନଦେଲେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଓ ଋଣ ଦିଆଯିବ ନାହିଁ ବୋଲି ମହିଳା ଏସଏଚଜିଙ୍କୁ ଧମକ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଥିଲା । ଅଭିଯୋଗକୁ ଆଧାର କରି ନିର୍ବାଚନ କମିଶନ ଆକ୍ସନ ନେଲେ । ହେଲେ ଏଠାରେ କୁହାଯାଉଛି କି ସ୍ଵାମୀ ଅର୍ଥାତ ପାଣ୍ଡିଆନଙ୍କ ପ୍ରଚାର ଲାଗି ତାଙ୍କର ପଦବୀ ଯାଇଛି ।

 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
VK Pandian | Argus News