|
logo
Live

Argus News - ଝଗଡ଼ା ଲଗାଇଲା ପ୍ରଶାସନ !

Odisha

ଝଗଡ଼ା ଲଗାଇଲା ପ୍ରଶାସନ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ଝଗଡ଼ା ଲଗାଇଲା ପ୍ରଶାସନ !

ଅର୍ଗସ ବ୍ୟୁରୋ : ଘୋ ଘା...ହୋ ହଲ୍ଲା...ନାରାବାଜି । ଗଣ୍ଡାଗୋଳ ତ ହେଲା ହେଲେ ପ୍ରଶାସନର ଭୁଲ ପାଇଁ । ସେଇଥି ଲାଗି ତ ନାମାଙ୍କନ ଦାଖଲ ବେଳେ ବିଜେପି-ବିଜେଡି କର୍ମୀଙ୍କ ଭିତରେ ଲାଗିଥିଲା ଲଢେଇ । ଖାଲି ଲଢେଇ ଲାଗିଥିଲା ତାହା ନୁହେଁ ବରଂ ପରିସ୍ଥିତି କିଛି ସମୟ ଲାଗି ଉତ୍ତେଜନାପୂର୍ଣ୍ଣ ହୋଇଥିଲା ।  

ସ୍ଥାନ- ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ । ସମୟ- ଅପରାହ୍ନ । କାର୍ଯ୍ୟକ୍ରମ- ନାମାଙ୍କନ ଦାଖଲ । କାର୍ଯ୍ୟକ୍ରମ ପୂର୍ବନିର୍ଦ୍ଧାରିତ ଥିଲେ ବି ପରସ୍ଥିତି ସଙ୍ଗୀନ ହୋଇ ପଡିଥିଲା । କାରଣ ଏକ ସମୟରେ ବିଜେପି-ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ଖାଲି ମୁହାଁମୁହିଁ ହୋଇଥିଲେ ତାହା ନୁହେଁ ବରଂ ଉଭୟ ଉଭୟଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଅପରାଜିତାଙ୍କ ସମର୍ଥକ ଜୟ ଶ୍ରୀରାମ ନାରା ଦେଇଥିବା ବେଳେ ମନ୍ମଥଙ୍କ ସମର୍ଥକ ଦେଇଥିଲେ ଜୟ ଜଗନ୍ନାଥ ନାରା । ଆଉ ଏବୁ ଘଟଣା ଘଟିଥିଲା ପୋଲିସ ସାମ୍ନାରେ...ସତେ ଯେମିତି ପୋଲିସ ହାତ ଟେକିଦେଇଥିଲା । ପରସ୍ଥିତି ସମ୍ଭାଳିବାରେ ସତେ ଯେମିତି ଅସମର୍ଥ ଥିଲା । ହେଲେ ପ୍ରଶ୍ନ,

ନିର୍ବାଚନ ତାରିଖ ଘୋଷଣା ହେବା ପରେ କେମିତି ଶାନ୍ତିଶୃଙ୍ଖଳା ବଜାୟ ରହିବ ସେନେଇ ନିର୍ବାଚନ କମିଶନ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହା ପରେ ବି ଯେମିତି ଭାବରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ରେ ଘଟିଲା ତାହାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଉଭୟ ଦଳର ନେତା । ହେଲେ ଆରୋପ ପ୍ରତ୍ୟାରୋପ ଭିତରେ ଦୁଇ ଦଳର ସାଂସଦ ପ୍ରାର୍ଥୀ କିନ୍ତୁ ନାମାଙ୍କନ ଭରିଛନ୍ତି । ମୋଟ୍‌ ଉପରେ ବିଜେପିର ଲୋକପ୍ରିୟତା ବଢୁଥିବା ବେଳେ ବିଜେଡିର ଲୋକପ୍ରିୟତା କମୁଛି । ତେଣୁ ଜାଣିଶୁଣି ଏମିତି କାଣ୍ଡ ଭିଆଇବାକୁ କୁଆଡ଼େ ପ୍ଲାନ୍‌ କରିଛି ଶାସକଦଳ । ତେବେ ପରସ୍ଥିତି ଅଣାୟତ୍ତ ହେବା ପରେ ଘଟଣାସ୍ଥଳରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
ଝଗଡ଼ା ଲଗାଇଲା ପ୍ରଶାସନ ! | Argus News