ଧର୍ମେନ୍ଦ୍ର ଶିଖାଇଲେ ଭଦ୍ର ରାଜନୀତି କେମିତି ହୁଏ ?

ଅର୍ଗସ ବ୍ୟୁରୋ: ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ ପଚାରୁଛନ୍ତି ତାଙ୍କର ଔକାତ କଣ ? ନିର୍ବାଚନ ଲଢିବାକୁ ଡରୁଛନ୍ତି କାହିଁକି ? କିଛି ଏମିତି ପ୍ରଶ୍ନ କରୁଛନ୍ତି । ହେଲେ ଏପଟେ ନିଜର ପ୍ରତିନ୍ଦ୍ଵନ୍ଦ୍ଵୀଙ୍କୁ ସ୍ନେହରେ ସାନ ଭାଇ ବୋଲି କହୁଛନ୍ତି ଧର୍ମେନ୍ଦ୍ର । ଏହାସହ ଓଡ଼ିଶାକୁ ତାମିଲନାଡୁ ହେବାକୁ ଦେବାନି ବୋଲି କହିଛନ୍ତି । ଏ କଥା ଶୁଣିବା ପରେ ଆପଣ ବି ବୁଝିପାରୁଥିବେ ରାଜନୀତିରୁ ଉର୍ଦ୍ଧ୍ଵକୁ ଉଠି କେନ୍ଦ୍ରମନ୍ତ୍ରୀ କେମିତି ବିରୋଧୀଙ୍କୁ ଆଦାର କରୁଛନ୍ତି, ସ୍ନେହ କରୁଛନ୍ତି । ହେଲେ ବିଜେଡି କଣ କରୁଛି ? କେବଳ ଗାଳି, ଅପମାନ, ଅଯଥା ପ୍ରଶ୍ନ । ଏ କଥା ଆମେ ନୁହେଁ ବରଂ ଜନତା କହୁଛନ୍ତି । ବିଜେଡି ନେତାଙ୍କୁ ଭଦ୍ରାମୀ ଶିଖିବାକୁ ଅନୁରୋଧ ବି କରିଛନ୍ତି ।
ସମ୍ବଲପୁର ଲୋକସଭା ଆସନରୁ ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ରାଜନୈତିକ ଦୃଷ୍ଟିରୁ ଉଭୟ ନେତା ଉଭୟଙ୍କୁ ସମାଲୋଚନା କରିବେ । କରିବା ବି ଉଚିତ୍ । ହେଲେ ବିଜେଡିର ନମ୍ବର-୨ ନେତା ତଥା ନବୀନଙ୍କ ଗୁମାସ୍ତା ଭରା ମଂଚରେ ଯେଉଁପରି ଭାବରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି ତାହାକୁ ନେଇ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି, ବିଜେଡି ନେତାଙ୍କୁ ଭଦ୍ରାମୀ ଶିଖାଇବ କିଏ ?
ଗୋଟିଏ ପଟେ ଓଡ଼ିଶାରେ ଧର୍ମେନ୍ଦ୍ର ସୌହାର୍ଦ୍ୟପୂର୍ଣ୍ଣ ରାଜନୀତି କରିବା ପାଇଁ ବାତାବରଣ ସୃଷ୍ଟି କରିବା ସହିତ ପ୍ରତିଦ୍ଵନ୍ଦ୍ଵୀ ହେଲେ ବି ବଡ଼ଙ୍କୁ ସମ୍ମାନ ଓ ସାନଙ୍କୁ ସ୍ନେହ ଦେଉଛନ୍ତି । ଏଇଟା ହିଁ ତ ଓଡ଼ିଶା ପରିଚୟ । ଖାଲି ଏତିକି ନୁହେଁ ବରଂ ସମସ୍ତଙ୍କ ସାମ୍ନାରେ ଧର୍ମେନ୍ଦ୍ର କହିଛନ୍ତି, ନବୀନ ବାବୁଙ୍କ ପରେ ବିଜେଡିରେ ନମ୍ବର ୨ ନେତା ଯଦି ବବିବାବୁ ହୋଇଥାନ୍ତେ ସେ ଅଧିକ ଖୁସି ହୋଇଥାନ୍ତେ । କଥାରେ ଅଛି ଥରେ ରାଜନୀତି କଲେ ଶତ୍ରୁ କେହି ନଥାନ୍ତି । ବୋଧହୁଏ ଧର୍ମେନ୍ଦ୍ର ଏ ରାଜନୀତିର ଶିକ୍ଷାକୁ ବେଶ ଭଲରେ ବୁଝିଛନ୍ତି । ହେଲେ ଶାସକ ଦଳର ନେତାଙ୍କୁ ବୁଝାଇବ କିଏ ? ଯିଏ ବୁଝାଇବା କଥା ସିଏ ନିଜେ ତ ଅଣଓଡ଼ିଆ କଥାରେ କଥା କହୁଛନ୍ତି । ଆଉ ଏମିତି ସମୟରେ ବିଜେଡି ନେତାଙ୍କଠୁ ଆପଣ ଆଶା ବା କଣ କରିବେ ?