Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ଭୁଲିଗଲେ ଶ୍ରଦ୍ଧାଞ୍ଜଳି ଦେବାକୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନବୀନ ଭୁଲିଗଲେ ଶ୍ରଦ୍ଧାଞ୍ଜଳି ଦେବାକୁ

Key Points

  • ନବୀନ ଭୁଲିଗଲେ ଶ୍ରଦ୍ଧାଞ୍ଜଳି ଦେବାକୁ
  • ମନେ ପକାଇଦେଲେ ପାଣ୍ଡିଆନ
  • କାନରେ କହିଲେ...ହେଲେ ବି ନବୀନଙ୍କ ପାଟିରେ ପଶିଲାଣି
     

ଅର୍ଗସ ବ୍ୟୁରୋ:  ଓଡ଼ିଶା ଓ ଓଡ଼ିଆ ଭାଷା ସହ ସାଙ୍ଘାତିକ ଖେଳ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ତ ଓଡ଼ିଆ ଭାଷାକୁ ଯାହା କଦର୍ଥ କରି କହୁଥିଲେ କହୁଥିଲେ ହେଲେ ନିର୍ବାଚନ ସମୟରେ ବି ଭାଷଣ ଦେଉ ଦେଉ ମହାରାଜାଙ୍କୁ ବି ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଗଲେ । ସିଏ ପୁଣି ସଭା ମଂଚରେ, ସମସ୍ତଙ୍କ ସାମ୍ନାରେ । ସେଇଥି ଲାଗି ତ ଓଡ଼ିଆଙ୍କ ଅସ୍ମିତାଙ୍କୁ ନେଇ ପୁଣି ଉଠିଲାଣି ପ୍ରଶ୍ନ ।

ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଯାଇଥିଲେ । ହେଲେ ମନେ ପକାଇଦେଲେ ପାଖରେ ଥିବା ଗୁମାସ୍ତା ପାଣ୍ଡିଆନ । ବୋଧହୁଏ ଠିକ୍‌ରେ ଶୁଣାଗଲା ନାହିଁ । ସେଇଥି ଲାଗି ତ କଥା ଗୋଳାଇ ଦେଲେ । ହେଲେ ମହାରାଜାଙ୍କ ପରି ବ୍ୟକ୍ତିତ୍ଵକୁ ମୁଖ୍ୟମନ୍ତ୍ରୀ କେମିତି ଅବହେଳା କଲେ ତାହାକୁ ନେଇ ପ୍ରଶ୍ନ ଉଠିଲାଣି । ଖାଲି ପ୍ରଶ୍ନ ଉଠିଲା ତାହା ନୁହେଁ ବରଂ ଓଡ଼ିଆଙ୍କ ସହ ନବୀନ ବାବୁ ସାଙ୍ଘାତିକ ଖେଳ ଖେଳୁଛନ୍ତି ବୋଲି ଲୋକେ କହିଲେଣି । ସେଇଥି ଲାଗି ତ ଏ ସରକାର ବଦଳିବା ଦରକାର ନାରା ଦେଉଛନ୍ତି ପ୍ରତିଟି ଓଡ଼ିଆ । 

ଅବସର ଥିଲା ନିର୍ବାଚନ ପ୍ରଚାର । ବିଜେଡି ଲାଗି ପ୍ରଚାର କରୁଥିଲେ ଖୋଦ ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ମଂଚରେ ଯେମିତି ଭୁଲଭାଲ କଥା କହିଲେ, ମହାରାଜାଙ୍କୁ କଦଥ୍ୟ କଲେ ସେ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ଖାଲି ଘୂରି ବୁଲୁଛି ତାହା ନୁହେଁ ବରଂ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଥିବା ପରେ ବି କେମିତି ଓଡ଼ିଆ କହିପାରିଲେନି ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଏହାସହ ଯେଉଁ ସରକାର ଓଡ଼ିଆଙ୍କ ଅସ୍ମିତା ଓ ଭାବାବେଗକୁ ସହଜରେ ବୁଝିପାରୁନାହାନ୍ତି ସେ ସରକାର ଓଡ଼ିଶାରେ ରହିଲେ ବିପଦ ବୋଲି ଲୋକେ କହିଲେଣି । ତେଣୁ ଏ ସରକାର ବଦଳିବା ଦରକାର ବୋଲି ନାରା ପଡ଼ିଲାଣି, ଖାଲି ନାରା ପଡିଲାଣି ତାହା ନୁହେଁ ବରଂ ଲୋକେ ଶପଥ ନେଲେଣି ବିଜେଡିକୁ ହରାଇବେ, ବିଜେପିକୁ ଜିତାଇବେ । ତେବେ ସମୟ କହିବ ବିଜେଡି ଏଥର କେତେ ଭୋଟ୍‌ ପାଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen Patnaik | Argus News