Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାଣି ହେଉଛି କାଳ

Odisha

ପାଣି ହେଉଛି କାଳ

Rashmita Mishra
Browse all articles by Rashmita Mishra
·2 years ago·1 min read
ପାଣି ହେଉଛି କାଳ

ଦେବଗଡ଼: ପାଣି ପିଇଵା ହୋଉଛି କାଳ । ଦୂଷିତ ଜଳ ପିଇ ମାତ୍ର ୧୦ ଦିନ ମଧ୍ୟରେ ଗଲାଣି ଦୁଇ ଜୀଵନ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତର  ଗାଡ଼ପାଳ ଗାଁରେ । ଗାଁରେ ସମସ୍ତେ ଦୂଷିତ ପାଣି ପିଇ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଛନ୍ତି । ସେହି ଗ୍ରାମର ଗୋଟିଏ ପରିବାରର ଵାପା ଓ ପୁଅ  କିଡ଼ନୀ ରୋଗରେ ଆକ୍ରାନ୍ତି ହୋଇ ଜୀବନ ହରାଇଛନ୍ତି । ମୃତକ ହେଲେ ପ୍ରାଣବନ୍ଧୁ ଶବର, ଗୋକୁଳ ଶବର । ଖାଲି ସେତିକି ନୁହେଁ ଗାଁରେ ଅନ୍ୟ ମାନେ ମଧ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଵର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାଣିର ସେତିକି ସୁଵିଧା ନଥିଵାରୁ ଲୋକମାନେ ୩୦ ଵର୍ଷରୁ ଅଧିକ ସମୟ ଧରି ଥିବା ନଳକୂଅ ଯାହା କେଵେ ସଫା ହୋଉନାହିଁ ତାର ଦୂଷିତ ପାଣି ପିଇ କିଡନୀ ରୋଗରେ ଆକ୍ରାନ୍ତ ହୋଉଛନ୍ତି ।ତେଵେ ମୃତକ ଙ୍କ ପରିବାର ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି କି୨୪ବର୍ଷ ର ସରକାର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାଣି ଦେବାରେ ସଫଳ ହୋଇପାରିନାହାନ୍ତି । ସରକାରଙ୍କର ଅନେକ ଯୋଜନା ହୋଇଛି କିନ୍ତୁ ସେସଵୁ ଫେଲ ମାରିଛି ସଵୁଠି । ଗତ ଵର୍ଷ ମଧ୍ୟ ଜଣଙ୍କର ଜୀବନ ଯାଇଥିଲା କିଡ଼ନୀ ରୋଗରେ 

ଅଧିକ ପଢନ୍ତୁ  ଦେଶ ଖଵର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two lives have been lost in just 10 days after drinking contaminated water | Argus News