Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣ୍ଡିଆନଙ୍କୁ ନେଇ ପ୍ରଦୀପଙ୍କ ବ଼ଡ଼ ବୟାନ

Odisha

ପାଣ୍ଡିଆନଙ୍କୁ ନେଇ ପ୍ରଦୀପଙ୍କ ବ଼ଡ଼ ବୟାନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପାଣ୍ଡିଆନଙ୍କୁ ନେଇ ପ୍ରଦୀପଙ୍କ ବ଼ଡ଼ ବୟାନ

Key Points

  • ରାଜକୋଷ ଟଙ୍କା ଖାଇଛ ମାନେ ଜେଲ ଯିବ
  • ସନ୍ୟାସ ନେଲେ ବି ଛଡ଼ାଯିବନି
  • ଲୁଣ୍ଠନକାରୀଙ୍କ ସ୍ଥାନ ଜେଲ

ଅର୍ଗସ ବ୍ୟୁରୋ : ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା...ପାଣ୍ଡିଆନଙ୍କୁ ନେଇ ରୋକଠୋକ ବରଗଡ ସାଂସଦ ପ୍ରଦୀପ କହିଲେ ଯେଉଁମାନେ ଦୁର୍ନୀତି କରିଛନ୍ତି, ରାଜକୋଷ ଲୁଟ୍‌ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗରିବ ଓ ଖଟିଖିଆ ଲୋକ ଟିକସ ଦେବେ, ଅଫିସରମାନେ ସେ ଟଙ୍କାରେ ଅୟସ କରିବେ । ବିଜେପି ସରକାରରେ ତାହା ଚଳିବ ନାହିଁ । ବିଜେଡିର ତଥାକଥିତ ଦ୍ୱିତୀୟ କ୍ଷମତା ଭି.କେ ପାଣ୍ଡିଆନ୍‌ ସନ୍ନ୍ୟାସ ନେଇପାରିବେ ନାହିଁ । ଓଡ଼ିଶା ଛାଡ଼ି ଯାଇପାରିବେ ନାହିଁ । ତାଙ୍କୁ ୨୪ ବର୍ଷର ହିସାବ ଦେବାକୁ ପଡ଼ିବ। ଆଜି ଏପରି କହିଛନ୍ତି ଚାଷୀ ନେତା ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

ବରଗଡ଼ ଅତାବିରାରେ ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା । ସଭାରେ ସାମିଲ୍ ହୋଇଥିଲେ ସାଂସଦ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ନିହାର ମହାନନ୍ଦ । ଚାଷୀଙ୍କୁ ଉଦ୍‌ବୋଧନ ଦେବା ବେଳେ ଶ୍ରୀ ପୁରୋହିତ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ ଚାଲିଥିଲା। ସରକାର ଚଳାଇବା ପାଇଁ ବିଜେଡି ପାଖରେ ପଇସା ନଥିଲା। ଓଡ଼ିଶାର ଗରିବ ଲୋକଙ୍କ ପଇସାରେ ଏ ସରକାର ଚାଲୁଥିଲା। ହେଲେ ୨୪ ବର୍ଷ ଭିତରେ ଖଣି ଖାଦାନ ଲୁଟ୍‌ କରି 5-T ମାଧ୍ୟମରେ ଶହଶହ କୋଟି ଟଙ୍କା ରଜକୋଷରୁ ନେଇଗଲେ । ବିଜେପି ସରକାର ପ୍ରତି ବିଭାଗରେ ତାହାର ହିସାବ କରାଯିବ। କେତେ ଟଙ୍କା ଏମାନେ ରାଜକୋଷରୁ ଉଠାଇଛନ୍ତି ଓ ଖର୍ଚ୍ଚ କରିଛନ୍ତି? ପିସିରୁ କେତେ ଟଙ୍କା ଲୁଟ୍‌ କରିଛନ୍ତି? ଖଣି ଖାଦାନର ସମ୍ପତ୍ତି କେତେ ଲୁଟ୍‌ କରିଛନ୍ତି? ସବୁ ହିସାବ କରାଯିବ । ଯେଉଁମାନେ ଦୋଷୀ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିଲେ ଜେଲ୍‌ ଯିବେ ।

ପ୍ରବଳ ଚାପ ପରେ ସକ୍ରିୟ ରାଜନୀତିରୁ ପାଣ୍ଡିଆନ୍‌ ସନ୍ନ୍ୟାସ ନେଇଛନ୍ତି, ହେଲେ ଯାଇପାରିବେ ନାହିଁ । ଭୟଭୀତ ଥିଲେ ବୋଲି ନିର୍ବାଚନ ସମୟରେ ସନ୍ନ୍ୟାସ ନେବେ ବୋଲି କହୁଥିଲେ । ସେମାନେ ଭାବୁଛନ୍ତି ସନ୍ନ୍ୟାସ ନେଇଗଲେ, ତାଙ୍କୁ କେହି ଦେଖିବେ ନାହିଁ। ସେମାନଙ୍କୁ ୨୪ ବର୍ଷର ହିସାବ ଦେବାକୁ ପଡ଼ିବ। ଓଡ଼ିଶା ଛାଡ଼ି ଯାଇପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ ଅତାବିରା ଆରଏମସି ମାର୍କେଟ ୟାର୍ଡରେ କିପରି ଧାନ କିଣାବିକା ଚାଲିଛି ତା’ର ସ୍ଥିତି ସମୀକ୍ଷା କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ନିହାର ମହାନନ୍ଦ। ଏଥିସହ ଉଭୟ ନେତା ଚାଷୀଙ୍କ ସମସ୍ୟାକୁ ନେଇ ଅତାବିରା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଡୋଲାମଣି ପୁରୋହିତଙ୍କ ସହ ଆଲାଚନା କରିଛନ୍ତି। ମଣ୍ଡିରେ ପଡ଼ି ରହିଥିବା ଧାନକୁ ଅତିଶୀଘ୍ର ଉଠାଇବାକୁ ନିର୍ଦ୍ଦେଶ ଦେଉଛନ୍ତି । ତେବେ ପ୍ରଦୀପଙ୍କର ଏପରି ରୋକଠୋକ କଥା ଶୁଣି ବିଜେଡି ଶିବିରରେ ଛାନିଆ ।
 

Raja Festival
Sponsored
Bargarh MP Pradip Purohit | Argus News