Videos
|
Odisha

ପୁଣି ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟସେବାର ମିଛ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପୁଣି ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟସେବାର ମିଛ

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କର ସ୍ଵାସ୍ଥ୍ୟସେବାର ବିଚ୍‌ ରାସ୍ତାରେ ଗୁମର ଖୋଲିଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁଚିଣ୍ଡା ଗସ୍ତରେ ଥିବା ବେଳେ ସେଠାରେ ରାଜ୍ୟ ସରକାର ସ୍ଵାସ୍ଥ୍ୟସେବା ଯୋଗାଇବାରେ କେମିତି ଫେଲ ମାରିଛନ୍ତି ସେନେଇ କହିଦେଲେ ସତ । ଖାଲି ସତ କହିଲେ ତାହା ନୁହେଁ ବରଂ ଜନ ସମୁଦ୍ର ମଧ୍ୟରୁ ମୋଦିଙ୍କ ବିକାଶର ହିସାବ ଧରି ରାଜ୍ୟ ସରକାରଙ୍କ ବିଫଳତାର ଚିଠା ଖୋଲିଦେଲେ ଧର୍ମେନ୍ଦ୍ର ପ୍ରଧାନ । ଆଉ ବିଜେଡି ସରକାରକୁ ଖୋଲା ବିତର୍କ ପାଇଁ ଦେଲେ ଆହ୍ଵାନ । କିନ୍ତୁ ଏବେ ପ୍ରଶ୍ନ, ଧର୍ମେନ୍ଦ୍ରଙ୍କ ଚ୍ୟାଲେଞ୍ଜକୁ ବିଜେଡି ଗ୍ରହଣ କରିବ ନା ପଛଘୁଂଚା ଦେବ ? 

ସମ୍ବଲପୁର କୁଚିଣ୍ଡାରେ ଜିଲ୍ଲାର ସ୍ବାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର । କହିଲେ ରୂପାନ୍ତରଣ ନାଁରେ ମିଛ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । କୁଚିଣ୍ଡା ସରକାରୀ ମେଡିକାଲରେ 18ଟି ସ୍ଥାୟୀ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର 11 ଜଣ ଡାକ୍ତର । ଏଠାକାର ଗଣ୍ଡ, ଭୂଆଁ, ମୁଣ୍ଡା ପରି ଲୋକେ ଉନ୍ନତ ସ୍ଵାସ୍ଥ୍ୟସେବା ପାଉନାହାନ୍ତି । ସମ୍ବଲପୁର ଜିଲ୍ଲାରେ 40% ପିଲାଙ୍କର ବୟସ ତୁଳନାରେ ଉଚ୍ଚତା କମ୍ । 25% ପିଲାଙ୍କ ଓଜନ କମ୍ ଥିବାବେଳେ 36% ପିଲାଙ୍କ ଓଜନ ଜନ୍ମ ବେଳେ  କମ୍ ଏହାଛଡ଼ା 65% ପିଲା ଓ 66.7 % ମହିଳା ରକ୍ତହୀନତାର ଶିକାର । କେନ୍ଦ୍ରମନ୍ତ୍ରୀ କହିଛନ୍ତି `ସତ୍ୟକୁ ସ୍ଵୀକାର କରନ୍ତୁ ରାଜ୍ୟ ସରକାର। `ମା' ସମଲେଈଶ୍ଵରୀଙ୍କ ମାଟିରେ ଖୋଲା ବିତର୍କକୁ ଆସନ୍ତୁ ଏବଂ ଲୋକଙ୍କ କଲ୍ୟାଣ ପାଇଁ କେତେ ପ୍ରତିବଦ୍ଧ ଜବାବ ରଖନ୍ତୁ। 

ସ୍ଵାସ୍ଥ୍ୟ ସେବାରେ ସୁଧାର ଆଣିବାକୁ କେନ୍ଦ୍ର ସରାକର ଆୟୁଷ୍ମାନ ଯୋଜନା ଆରମ୍ଭ କଲେ । ହେଲେ କାଳେ ମୋଦି ନାଁ ନେଇଯିବେ ସେହି ଡରରେ ଜାଣିଶୁଣି କେନ୍ଦ୍ର ଯୋଜନା ଲାଗୁ କଲେନି ରାଜ୍ୟ ସରାକର ।  OBC, ଆଦିବାସୀ, ଗରିବଙ୍କ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ନ ବଢୁ ବୋଲି ଚାହୁଁଛନ୍ତି ଏଠିକାର ସରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି । 

ତେବେ କୁଚିଣ୍ଡାରେ ଜନ ସମୁଦ୍ର ମଧ୍ୟରୁ ମୋଦିଙ୍କ ବିକାଶର ହିସାବ ଧରି ରାଜ୍ୟ ସରକାରଙ୍କ ବିଫଳତାର ଚିଠା ଖୋଲିଛନ୍ତି ଧର୍ମେନ୍ଦ୍ର। କିଏ ଠିକ୍ କିଏ ଭୁଲ ତରା ନିର୍ଣ୍ଣୟ ପାଇଁ ଖୋଲା ବିତର୍କର ଦେଇଛନ୍ତି ଆହ୍ବାନ। ଏବେ ବଡ଼ ପ୍ରଶ୍ନ, ଧର୍ମେନ୍ଦ୍ରଙ୍କ ବିତର୍କ ଆହ୍ବାନକୁ ସ୍ବୀକାର କରିବ ତ ବିଜୁ ଜନତା ଦଳ ? ସମ୍ବଲପୁରରେ ବିକାଶ ନେଇ ଖୋଲା ବିତର୍କରେ ଭାଗନେବାକୁ ଆସିବ କି ବିଜେଡି ? କିଛି ଏମିତି ପ୍ରଶ୍ନର ବିଜେଡି କିନ୍ତୁ ଉତ୍ତର ରଖିନି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sambalpur Lok Sabha BJP Candidate Dharmendra Pradhan | Argus News