|
logo
Live

Argus News - ପ୍ରଚାର ମଇଦାନକୁ ଯିବେ ବିଜେଡି ସୁପ୍ରିମୋ ?

Odisha

ପ୍ରଚାର ମଇଦାନକୁ ଯିବେ ବିଜେଡି ସୁପ୍ରିମୋ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ପ୍ରଚାର ମଇଦାନକୁ ଯିବେ ବିଜେଡି ସୁପ୍ରିମୋ ?

Key Points

  • ନେତାଙ୍କ ଉପରେ ନବୀନଙ୍କ ନାହିଁ ଭରସା
  • ମଇଦାନକୁ ଓହ୍ଲାଇବାକୁ ହେଲେଣି ପ୍ରସ୍ତୁତ
  • ସ୍ଵତନ୍ତ୍ର ବସ୍‌ରେ ବସି କରିବେ ପ୍ରଚାର

ଅର୍ଗସ ବ୍ୟୁରୋ: ଦଳୀୟ ନେତାଙ୍କ ଉପରେ ନବୀନଙ୍କର ଭରସା ନାହିଁ । ନିଜେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ବି ସମାନ ଢଙ୍ଗରେ, ସମାନ ଷ୍ଟାଇଲରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ । କାରଣ ୨୪ ନିର୍ବାଚନ ବିଜେଡି ପାଇଁ ଜିତିବା ସହଜ ନୁହେଁ । ସେଇଥି ଲାଗି ତ ମଇଦାନକୁ ଓହ୍ଲାଇବାକୁ ମନସ୍ଥ କରିଛନ୍ତି ନବୀନ ।

୨୪ ନିର୍ବାଚନ । କମ୍ପିବ ପ୍ରଚାର ମଇଦାନ । କାରଣ ପୂର୍ବରୁ କୁହାଯାଉଥିଲା ନବୀନ ସେତେଟା ପ୍ରଚାର ମଇଦାନକୁ ଓହ୍ଲାଇବେ ନାହିଁ । ହେଲେ ଏବେ ସୂଚନା ମିଳୁଛି କି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ନବୀନ । ମିଳିଥିବା ସୂଚନା ଅନୁସାରେ,  ୨୦୧୯ ପରି ଏଥର ବିଜେଡି ସୁପ୍ରିମୋ ସ୍ଵତନ୍ତ୍ର ବସ୍‌ରେ ପ୍ରଚାର କରିବେ । ପ୍ରଚାର ବସ୍ ମୁଖ୍ୟତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବୁଲିବ । ନବୀନଙ୍କ ପ୍ରଚାର ପାଇଁ ଦୁଇଟି ସ୍ଵତନ୍ତ୍ର ବସ୍ ପ୍ରସ୍ତୁତ କରାଯାଇଛି ।

ନିର୍ବାଚନକୁ ନେଇ ଏବେଠୁ ରାଜ୍ୟରେ ବଢିଲାଣି ତାତି । ରାଜନୈତିକ ଦଳ ଗୁଡ଼ିକ ଶେଷ ମୁହୂର୍ତ୍ତରେ ଭୋଟରଙ୍କ ହୃଦୟ ଜିତିବା ପାଇଁ ନୂଆ ନୂଆ କୌଶଳ ଆପଣାଇବାକୁ ଚେଷ୍ଟା କରୁଛନ୍ତି । ବିଜୁ ଜନତା ଦଳରେ ମଧ୍ୟ ଏ ନେଇ କସରତ ଚାଲିଛି । ଦଳର ରଣନୀତିକାରମାନେ ଜାଣିସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ନଓହ୍ଲାଇଲେ ଭୋଟ ମିଳିବ ନାହିଁ । ତେଣୁ ଯେତେକେସ୍ତେ ପ୍ରଚାର ମଇଦାନକୁ ନବୀନଙ୍କୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି ଦଳୀୟ ନେତା । ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ ନବୀନ କେବେ ପ୍ରଚାର ମଇଦାନକୁ ଓହ୍ଲାଇବେ ସେନେଇ ସ୍ପଷ୍ଟ ହୋଇନଥିଲେ ବି ଚର୍ଚ୍ଚା କିନ୍ତୁ ଜୋର ଧରିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରଚାର ମଇଦାନକୁ ଯିବେ ବିଜେଡି ସୁପ୍ରିମୋ ? | Argus News