Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଶ୍ନବାଣରେ ବିଜେଡିକୁ ଘାଇଲା କଲେ ମୋଦି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପ୍ରଶ୍ନବାଣରେ ବିଜେଡିକୁ ଘାଇଲା କଲେ ମୋଦି

Key Points

  • ବ୍ରହ୍ମପୁର ପରେ ନବରଙ୍ଗପୁର
  • ବିଜେଡିକୁ ଘାଇଲା କଲେ ମୋଦି
  • ଦୁର୍ନୀତି କରିଛ, ଜେଲ ଯାଇ ରୁଟି ଖାଇବ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଯୋଜନାକୁ ହଡପ କଲେ ଆଉ ତ୍ରାହି ନାହିଁ । ବହୁତ ହୋଇଗଲା, ଏବେ ଆକ୍ସନ । ବିଜେଡି ସରକାରରେ ଭରା ଦୁର୍ନୀତି ଚାଲିଛି । କେନ୍ଦ୍ର ଗରିବ ଲୋକଙ୍କ ଲାଗି କୋଟି କୋଟି ଟଙ୍କା ଅନୁଦାନ ଦେଉଛି ହେଲେ ରାଜ୍ୟର ବିଜେଡି ସରକାର ସବୁ ଟଙ୍କା ହେରଫେର କରୁଛି, କେନ୍ଦ୍ର ଯୋଜନାକୁ ନିଜେ କରିଛି ବୋଲି ଡିଣ୍ଡିମ ଫିଟୁ  ଛି । ଆଉ ନୁହେଁ, ଏ ସରକାର ବଦଳିବ । ଜୁନ୍‌-୪ରେ ବିଜେଡି ଓଡ଼ିଶାରୁ ବିଦା ହେବ, ବିଜେପି ସରକାର କରିବ । କିଛି ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଜେଡିକୁ ମହଙ୍ଗା ପଡ଼ିବ କେନ୍ଦ୍ରୀୟ ଯୋଜାନକୁ ନିଜ ନାଁରେ କରାଇବା । କାରଣ ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ରୋକଠୋକ କହିଛନ୍ତି, ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନଙ୍କୁ ଜେଲ ଯିବାକୁ ହିଁ ପଡ଼ିବ । କଠୋରୀ ଭିତରେ ରୁଟି ଖାଇବାକୁ ପଡିବ । ପଡୋଶୀ ଝାଡ଼ଖଣ୍ଡର ଉଦାହରଣ ଦେଇ ମୋଦି କହିଛନ୍ତି, ସେଇଠି ଟଙ୍କାର ପାହାଡ ମିଳୁଛି । ଚୋରି ଟଙ୍କା ଧରିବା ବେଳକୁ ଭାରି ବାଧୁଛି..ହେଲେ ମତେ ଗାଳି ଦେଲେ ବି କାମ ବନ୍ଦ ହେବନି ବୋଲି ମୋଦି କହିଛନ୍ତି ।

୨୪ ନିର୍ବାଚନ, ଜୁନ ୪ରେ ପ୍ରକାଶ ପାଇବ ଫଳ । ହେଲେ ରେଜଲ୍ଟ ବାହାରିବା ପରେ ବିଜେଡି ନୁହେଁ ବିଜେପିର ମୁଖ୍ୟମନ୍ତ୍ରୀ ହେବ । ଜଣେ ଓଡ଼ିଆ, ଯିଏକି ଓଡ଼ିଶା ଲୋକଙ୍କ କଥା ବୁଝୁଥିବ ତାଙ୍କୁ ଦାୟିତ୍ଵ ମିଳିବ ବୋଲି ମୋଦି କହିଛନ୍ତି । ଖାଲି ଏତିକି ନୁହେଁ ବରଂ ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ।  ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ, କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି ବୋଲି ମୋଦି ସ୍ପଷ୍ଟ ଭାବରେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥର ବିଜେଡି ହାରିବ, ବିଜେପି ଜିତିବ । ସମସ୍ତ ୨୧ ଲୋକସଭା ସିଟ୍‌ରେ ବିଜେପି ବିଜୟୀ ହେବ । ସେଇଥି ଲାଗି ତ ବିଜେପି ସରକାର ଶପଥ ସମାରୋହକୁ ନିମନ୍ତ୍ରଣ ଜଣାଉଛି ବୋଲି ମୋଦି କହିଛନ୍ତି । ଓଡ଼ିଶାରେ ବିଜେପି ସରକାର ହେଲେ ସବୁ ସୁବିଧା ମିଳିବ...ଛତିଶଗଡ଼ରେ ବିଜେପି ସରକାର ଧାନ ୩୧ଶହ ଟଙ୍କା ଦେଉଛନ୍ତି...ଓଡ଼ିଶାରେ ବି ହେବ ବୋଲି ମୋଦି କହିଛନ୍ତି । ମୋଟ୍‌ ଉପରେ ରାଜ୍ୟ ସରକାରଙ୍କ ଉପରେ ଆଜି ହମଲା କରିଛନ୍ତି ମୋଦି । ଯାହାକୁ ନେଇ ବିଜେଡି ଶିବିରରେ ଛନକା ପଶିଲାଣି । କାରଣ ବିଜେଡି ସରକାର ଯେଉଁ ପରି ଭାବରେ ଦୁର୍ନୀତିରେ ବୁଡିଛି ଯଦି କାରବାୟୀ ହୁଏ ତାହାଲେ ଗଣ୍ଡାଗଣ୍ଡା ଅଫିସର ଜେଲ ଯିବେ...ତେବେ ଜୁନ୍ -୪କୁ ଅପେକ୍ଷା । 

Sponsored
PM Modi | Argus News