Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫ୍ଲାଇଂ ସ୍କ୍ଵାର୍ଡଙ୍କ ନଜରରେ ପାଣ୍ଡିଆନଙ୍କ ହେଲିକପ୍ଟର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଫ୍ଲାଇଂ ସ୍କ୍ଵାର୍ଡଙ୍କ ନଜରରେ ପାଣ୍ଡିଆନଙ୍କ ହେଲିକପ୍ଟର

Key Points

  • ଫ୍ଲାଇଂ ସ୍କ୍ଵାର୍ଡଙ୍କ ନଜରରେ ପାଣ୍ଡିଆନଙ୍କ ହେଲିକପ୍ଟର
  • ଓହ୍ଲାଉ ଓହ୍ଲାଉ ଚେକିଂ କଲେ
  • ଚେକିଂ ପରେ ମିଳିଲା...

ଅର୍ଗସ ବ୍ୟୁରୋ: ବିଜେଡି ନେତା ପାଣ୍ଡିଆନଙ୍କ ହେଲିକପ୍ଟରର ହେଲା ଯାଂଚ । ତାହା ପୁଣି ଫ୍ଲାଇଂ ସ୍ଵାର୍ଡଙ୍କ ହାତରେ । ସାଧାରଣ ନିର୍ବାଚନ ପାଇଁ ପ୍ରଚାର ପାଇଁ ଯାଇଥିବା ବେଳେ ନବରଙ୍ଗପୁର ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟରରର ଚେକିଂ କରାଯାଇଥିଲା । ମିନିଟିଏ କି ଦୁଇମିନିଟ୍‌ ନୁହେଁ ବରଂ ୨୦/୨୫ ମିନିଟ ଧରି ହେଲିକପ୍ଟର ଯାଞ୍ଚ ହେଲା କିନ୍ତୁ ହେଲିକପ୍ଟରରୁ କିଛି ମିଳିନଥିବା ଜଣାପଡିଛି ।

ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ଥିବାରୁ ଏବେ ପ୍ରଚାର ମଇଦାନରେ ନେତା । ଖାଲି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତାହା ନୁହେଁ ବରଂ କାଉଣ୍ଟର ଆଟାକ୍‌ ବି ହେଉଛି । ହେଲେ ଶାସକ ଦଳର ନେତା ପ୍ରଶାସନକୁ ନାଲିଆଖି ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବା ସହିତ ବେଆଇନ ଭାବରେ ଟଙ୍କା ବାଣ୍ଟୁଥିବା ନେଇ ଅନେକ ଅଭିଯୋଗ ଆସିଛି । ଏମିତିକି ନେତାଙ୍କ ଗାଡିରୁ କୋଟି କୋଟି ଟଙ୍କା ଜବତ ହେଉଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି । ତେଣୁ ପାଣ୍ଡିଆନଙ୍କ ଗସ୍ତ ସମୟରେ ହେଲିକପ୍ଟରରେ କଣ କଣ ରହିଛି ସେନେଇ ଚେକିଂ କରାଯାଇଥିବା ନେଇ ସୂଚନା ମିଳିଛି ।

ଏପଟେ, ପାଣ୍ଡିଆନଙ୍କୁ Z ସିକ୍ୟୁରିଟି ଦିଆଯିବା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେଉଁ ଆଧାରରେ ପାଣ୍ଡିଆନଙ୍କୁ ଦିଆଯାଇଛି Z କାଟେଗୋରୀ ସୁରକ୍ଷା ? ନେତା ଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ମିଳୁନି ସୁରକ୍ଷା । ହେଲେ ନିର୍ବାଚନ ନ ଲଢ଼ି ପାଣ୍ଡିଆନଙ୍କୁ କାହିଁକି ଏକ୍ସଟ୍ରା ସୁରକ୍ଷା ? ଏଠି ପ୍ରଶ୍ନ, ବିଜେଡିର ଉତ୍ତରାଧିକାରୀ ବୋଲି ମିଳୁଛି କି ସିଏମ୍‌ଙ୍କଠୁ ବଳି ସିକ୍ୟୁରିଟି  ? ବିଜେଡିର ନମ୍ବର 2 ଷ୍ଟାର କ୍ୟାମ୍ପେନର ଭି.କେ. ପାଣ୍ଡିଆନ ବନିଛନ୍ତି କି ନବୀନଙ୍କ ଦୁର୍ବଳତା । କିଛି ଏମିତି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored